ମୋ ଦେଶ ଭାରତ
~~~~~~~~~
ମୋ ଦେଶ ଭାରତ କେତେ ଯେ ମହାନ ।
ଇତିହାସ ପୃଷ୍ଠା କହେ ।।
ହିମାଳୟ ଗିରି ମୁକୁଟ ଯାହାର ।
କି ସୁନ୍ଦର ଶୋଭା ପାଏ ।।
ଗଙ୍ଗା ଯମୁନା ପବିତ୍ର ତଟିନୀ ।
ଯା ଚରଣ ଛୁଇଁ ଯାଏ ।।
ମଳୟ ପବନ ଶୀତଳ ପରଶେ ।
କୋଣ ଅନୁକୋଣେ ବହେ ।।
ଯାହାର ସଂଗୀତ ଜନଗଣମନ ।
କୋଟି କୋଟି ପ୍ରାଣେ ସଞ୍ଚରେ ।।
ଯାହାର ପତାକା ତ୍ରିରଙ୍ଗା ପତାକା ।
ଫରଫର ଉଡେ କ୍ଷିତିରେ ।।
ଏ ଦେଶ ବୁକୁରେ ଜନମିଲେ ବୀର ।
ବାପୁ ନାମେ ଜାଣେ ଧରା ।।
ଭାରତ ବର୍ଷରେ ସୁଅ ଛୁଟାଇଲେ ।
ଅହିଂସାର ବାରି ଧାରା ।।
ଏଦେଶ ବୁକୁରେ ସୁନାଫଳେ ବୋଲି
ବଢିଲା ବିଦେଶୀ ଲୋଭ ।।
କୂଟନୀତି କେତେ ରଚିଲେ ସେମାନେ
ଏ ଦେଶକୁ କରିବେ ଭୋଗ ।।
ଭାରତକୁ ଦିନେ ଲୁଟିବା ପାଇଁ ଯେ ।
ଆସିଲେ ଇଂରାଜୀ ଦଳ ।।
ନିଜ ହାତେ ଦେଶ ଶାସନ କରିଲେ ।
ଲଗାଇ ନିଜର ବଳ ।।
ମୋ ଦେଶ ସେଦିନ ସାହସ ବାନ୍ଧିଲା
ତଡିଲା ଗୋରା ଫଉଜ ।।
ସେଦିନଠୁ ନୂଆ ରବିର ଉଦୟ
କଲୁ ଆମେ ମଜା ମଉଜ ।।
ଶଶୀ ଭୂଷଣ ଦାସ
ଚନ୍ଦ୍ରପଡା ବାଲେଶ୍ବର
ଏଇ ଦେଶ ଆଉ ତ୍ରିରଙ୍ଗାର ନାଁ ଶୁଣିଲେ ମୁଁହରେ ଆପେ ଆପେ କେମିତି ଚମକ ଆସେ ମୋର..
କବିତାଟି ଶୁଣି ଖୁସି ହେଲି ❤️
ଲେଖା ଜାରି ରହୁ
Thank you ♥️♥️♥️♥️♥️
Thank you ♥️♥️♥️
Xllent presentation
God bless you❤
Thank you ♥️♥️♥️♥️