କୃଷି ଓ କୃଷକ
କୃଷକ ଭାଇ ସକାଳ ହେଲେ
ହଳ ଲଙ୍ଗଳ ଧରି,
ବିଲକୁ ଯାଇ ମୁଣ୍ଡ ର ଝାଳ
ତୁଣ୍ଡ ରେ ଦିଏ ମାରି।
କର୍ମ ତପ୍ତର ନ ଦେଖେ କେବେ
ବରଷା ଶୀତ ଖରା,
ଭଳିଭଳିକା ପରିବା ଫଳେ
ସବୁଜ ହୁଏ ଧରା।
ଅନ୍ନଦାତା କଷ୍ଟ ରେ ଚଳେ
ସ୍ୱଳ୍ପାୟୁ ତାର ଖୁସି,
ତଥାପି କେବେ ମୁହଁ ମୋଡେନି
ଜୀବିକା ତା’ର କୃଷି।
କେବେ ମରୁଡି ବନ୍ୟା ପୁଣି
କେବେ କରକାପାତ,
ସବୁକୁ ସହି କୃଷକ ଭାଇ
ବଢାଇ ଦିଏ ହାତ।
ତିଷ୍ଠି ରହିଛି ଜୀବ ଜଗତ
ତାହାରି କୃପା ବଳେ,
ଯେତେ ଜୀବିକା ରହିଛି ଏଠି
ସବୁତ କୃଷି ତଳେ।
ସାଇଲିପ୍ସା ସାହୁ, ଅନୁଗୁଳ।
ଧନ୍ୟବାଦ ❤. ଖୁବ ସୁନ୍ଦର ❤
ଅତି ସୁନ୍ଦର ସୁନ୍ଦର ଚିନ୍ତାଧାରା ଭଉଣୀ ମୁଁ ଜଣେ ଯୁବ କୃଷକ ଭାବରେ ଗର୍ବିତ ଅନୁଭୂତ ହେଉଛି ଆପଣଙ୍କ କବିତାରେ ମନ ମୁଗ୍ଧ ହେଇଗଲା… ସୁନ୍ଦର ଉପସ୍ଥାପନା