*Lets talk with most youngest writer, Author, Story Teller Convenor and a shieldmaiden of Odia Literature Priyanka Priyadarshini Ray ,hails from Birajakshetra Jaipur, Odisha for SLF Literary Youth Icon Award contest-. 2022*
ନାମ – ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ପିତାଙ୍କ ନାମ- ଅଶୋକ ରାୟ
ମାତାଙ୍କ ନାମ-ଗୀତାଞ୍ଜଳି ରାୟ
ଜନ୍ମ ତାରିଖ-୧୧\୧୧\୨୦୦୨
ଘର ଠିକଣା– ଗ୍ରାମ : ଦେଉଳିପାଳ ; ପୋଷ୍ଟ : ଜାରକା ; ଜିଲ୍ଲା : ଯାଜପୁର
ଶିକ୍ଷାଗତ ଯୋଗ୍ୟତା-B. C. A ଦ୍ୱିତୀୟ ବର୍ଷ
ଇ-ମେଇଲ୍ ଠିକଣା-
[email protected]
Facebook/ ମୁଖପୁସ୍ତିକା-:
https://www.facebook.com/priyankapriyadarshini.ray.7
ହେ ଯଶଶ୍ୱିନୀ ପ୍ରିୟଙ୍କା !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ : ଅନୁଭୂତି ଓ ସ୍ମୃତି ; ଘଟଣା ଓ ଦୁର୍ଘଟଣା ; ପ୍ରେମ ଓ ପ୍ରେରଣା, ଏହିପରି କିଛି ଉପାଦାନ କୁ ନେଇ ଗଢ଼ାହୁଏ ଜୀବନ ଏବଂ ଏଇ ଜୀବନ ର ଛାପ ଉଙ୍କିମାରେ ସାହିତ୍ୟ ରେ | ଛୋଟ ବେଳୁ ମୋର ପ୍ରିୟ ବିଷୟ ଥିଲା “ସାହିତ୍ୟ ” ଯେତେବେଳେ ଅବସର ସମୟ ମିଳେ ସାହିତ୍ୟ ବହି ରେ ଥିବା ପଦ୍ୟ, ଗଦ୍ୟ ଏବଂ ଏକାଙ୍କିକା କୁ ବାରମ୍ବାର ପଢେ ଏବଂ ତାକୁ ବାରମ୍ବାର ପଢିବା ଦ୍ୱାରା ମତେ ବହୁତ ଖୁସି ମିଳୁଥିଲା | ମୁଁ ଷଷ୍ଠ ଶ୍ରେଣୀ ରେ ପଢ଼ୁଥିବା ସମୟ ରେ ଛୋଟ ଛୋଟ କବିତା ଲେଖୁଥିଲି, ସେ କବିତା କାଳେ କିଏ ଦେଖିଦେବ, ସେଥିପାଇଁ ଯେଉଁ କାଗଜ ରେ ଲେଖୁଥିଲି ତାକୁ ଚିରିକି ଡଷ୍ଟବିନ ରେ ଫୋଫାଡିଦିଏ ; କିନ୍ତୁ ଆଜି ବି ମୋର ସେହି ଦିନ କଥା ମନେ ପଡେ, ବିଦ୍ୟାଳୟ ଠୁ ଟିକେ ଦୂର ରେ ଗୋଟେ ପାଗିଳି ଟେ ବସିଥିଲା ଏବଂକିଛି ବର୍ଷ ପୂର୍ବରୁ ତାର ଝିଅ ଓ ସ୍ୱାମୀ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ | ସେ ପାଗିଳି ଖାଇବା ମାଗିବାରୁ ତାକୁ କିଛି ଜଣ ଯୁବକ ବହୁତ ଗାଳି କରିବା ସହ ରାସ୍ତା କୁ ପେଲିଦେଇଥିଲେ , ମତେ ସେତେବେଳେ ବହୁତ ଖରାପ ଲାଗୁଥିଲା କିନ୍ତୁ ତାଙ୍କୁ ଅଟକେଇବାର ସାହସ ମୋର ନଥିଲା ଏବଂ ସେଠୁ ଆସିଲା ପରେ ଗୋଟେ କବିତା ମାଧ୍ୟମ ରେ ସେ ସବୁ କଥା କୁ ଉପସ୍ଥାପନ କରିଥିଲି | ସେ ଲେଖା କୁ ଜଣେ ଗୁରୁଜୀ ପଢି ଗୋଟେ କଥା କହିଥିଲେ “କବି ବା ଲେଖକ କେବେ ବିଷ କୁ ଅମୃତ କୁହେ ନାହିଁ କିମ୍ବା ଅମୃତ କୁ ବିଷ କୁହେ ନାହିଁ, ଯାହା ସତ୍ୟ ତାହା ଲୋକଲୋଚନ କୁ ଆଣେ ” ଏମିତି ଲେଖାଲେଖି କର | ସେହିଦିନ ଠୁ ଡାଏରୀ ଓ କଲମ କୁ ନିଜର କରିଛି ଓ ତାର ପ୍ରେମ ରେ ମୁଁ ପାଗଳି ସାଜିଛି |
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ : ମଣିଷ ଏକ ସାମାଜିକ ପ୍ରାଣୀ | ସମାଜ ର ସବୁ ପରିସ୍ଥିତି କୁ ନେଇ ଏବଂ ସମାଜ ସହ ମଣିଷ ବଞ୍ଚେ | ତେଣୁ ସବୁ କାର୍ଯ୍ୟ ରେ ସର୍ବସମତା ରଖିବାର ଦାୟିତ୍ୱ ଆମର | ପ୍ରଥମ ଉତ୍ତର ରେ ମୁଁ କହିଥିଲି, ଜୀବନ ର ଛାପ ଉଙ୍କିମାରେ ସାହିତ୍ୟ ରେ | ସାହିତ୍ୟ ସହ ଯଦି ଆମେ ବଞ୍ଚିବା ତେବେ ସର୍ବସମତା ରଖିବା ଟିକେ କଷ୍ଟ ହୋଇପାରେ କିନ୍ତୁ ସାହିତ୍ୟ କୁ ଯଦି ଆମ ନିତିଦିନିଆ ଜୀବନ ସହ ସାମିଲ କରିଦେବା ତେବେ କିଛି ଅସୁବିଧା ହେବ ନାହିଁ | ମୁଁ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନ ରେ ସର୍ବସମତା ରଖେ କିନ୍ତୁ ବେଳେବେଳେ ନିଜର ଲୋକ ଙ୍କୁ ସମୟ ଦେଇପାରେନାହିଁ ସେଥିପାଇଁ ସେମାନେ ଅସନ୍ତୁଷ୍ଟ ପ୍ରକାଶ କରନ୍ତି ଓ କୁହନ୍ତି “ଭୁଲିଗଲୁଣି ” | ମୋ ମତରେ ହଜିବା, ଭିଜିବା, ମନେ ପକେଇବା, ସନ୍ତୁଳିହେବା,ଭୁଲିଯିବା,ପରିସ୍ଥିତି ବୁଝିବା, ପାଗଳାମି କରିବା.. ଏ ସବୁ ସାହିତ୍ୟିକ ମାନେ ହିଁ କରନ୍ତି, ସେଥିପାଇଁ ତ ସେମାନେ ସ୍ୱତନ୍ତ୍ର ଓ ନିଆରା |
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ : ଲେଖିବା ପାଇଁ ମତେ ସାହାଯ୍ୟ କରେ ଏ ପ୍ରକୃତି ଏବଂ ଏ ସମାଜ |
କାରଣ ଏ ସମାଜ ର ରୂପରେଖ କୁ କାଗଜ ରେ ଉତାରି ଲୋକ ଙ୍କ ପାଖରେ ପହଂଚେଇବାକୁ ମୁଁ କଲମ କୁ ନିଜର କରିଥିଲି |
*ମୁଁ ଲେଖିସାରିବା ପରେ ସମୀକ୍ଷାତ୍ମକ ମତାମତ ମାଧ୍ୟମ ରେ ବହୁତ ଜଣ ମୋ ଭୁଲ ଏବଂ ଠିକ ଜଣେଇଦିଅନ୍ତି | ମୁଖପୁସ୍ତିକା ରେ ପୋଷ୍ଟ କରିବା ପରେ କିଛି ଜଣ ନିଜର ବହୁମୂଲ୍ୟ ମତାମତ ଦେଇ ମତେ ଉତ୍ସାହିତ କରନ୍ତି ଏବଂ ସେମାନଙ୍କ ସହ ମୋର ପରିଚୟ ମୁଖପୁସ୍ତିକା ବା ଫେସବୁକ ହିଁ ହେଇଥିଲା |
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ : ସତ କହିବାକୁ ଗଲେ, ଲେଖା ପୂର୍ବରୁ କିଛି ଧ୍ୟାନ ମୁଁ ଦିଏ ନାହିଁ କିମ୍ବା କୋଉ ସମୟ ରେ ଲେଖିବି ତାହାର ମଧ୍ୟ ପୂର୍ବପ୍ରସ୍ତୁତି କିଛି କରେ ନାହିଁ |
ମନକୁ ଯଦି କେତେବେଳେ କଣ ଆସିଯାଏ କିମ୍ବା ପରିବେଶ ଓ ପରିସ୍ଥିତି କୁ ଦେଖି କିଛି ଲେଖିବାକୁ ଇଚ୍ଛା ହୁଏ ; ତାହାକୁ ହିଁ ମୁଁ ଉପସ୍ଥାପନା କରିଦିଏ | ଲେଖି ସାରିବା ପରେ ବା ଲେଖିବା ସମୟ ରେ ବ୍ୟାକରଣଗତ ଶୁଦ୍ଧି,ଉପସ୍ଥାପନା ଶୈଳୀ,ଯତିପାଦ, ଶବ୍ଦ ସଂଯୋଜନା ଓ ଲେଖିବାର ସାରମର୍ମ ଏ ଉପରେ ଧ୍ୟାନ ଦିଏ |
ଲେଖାଟିକୁ ଲେଖିସାରିବା ପରେ ମୁଁ ପାଠକ ଙ୍କ ମତାମତ କୁ ଅପେକ୍ଷା କରିଥାଏ | କାରଣ ଭକ୍ତ ସହ ଭଗବାନ ର ସମ୍ପର୍କ ଯେମିତି ; ଲେଖକ ସହ ପାଠକ ର ସମ୍ପର୍କ ଠିକ ସେମିତି | ପାଠକ ଙ୍କ ମତାମତ ହିଁ ମୋ ପ୍ରେରଣା ଏବଂ ପ୍ରକୃତ ପୁରସ୍କାର |
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ : ଅନୁଭୂତି ହିଁ ପ୍ରେରଣା ର ଗନ୍ତାଘର | କିଛି ଅନୁଭୂତି ଏମିତି ଥାଏ, ଯାହା ଆମ ମୁହଁ ରେ ଦୁଇଧାର ହସ ଫୁଟେଇବାରେ ସହଯୋଗ କରେ ଏବଂ ଆଉ କିଛି ଅନୁଭୂତି ଏମିତି ଥାଏ, ଯାହା ପାଇଁ ଆଖିରେ ଲୁହ ଆସିଯାଏ |
ଗୋଟେ ଛୋଟ ଅନୁଭୂତି କଥା ମୁଁ ଉଲ୍ଲେଖ କରୁଛି ; ସାହିତ୍ୟ ଏକାଡେମୀ ପ୍ରୋଗ୍ରାମ ସେଦିନ ଥିଲା, ଆଲୋଚନା ଚକ୍ର ଚାଲିଥାଏ | ମୁଁ ଏବଂ ଜଣେ ଭଦ୍ର ମହିଳା ଗୋଟିଏ ସ୍ଥାନ ରେ ବସିଥାଉ, କିନ୍ତୁ କେହି କାହାକୁ ଜାଣିନଥିଲୁ |
ସେ ଆଲୋଚନା ଶୁଣିବା ସହ ମୁଖପୁସ୍ତିକା ବା ଫେସବୁକ ରେ ଲେଖା ପଢୁଥିଲେ, ସେହି ସମୟ ରେ ମୋର ପ୍ରେମ କବିତା ଟେ ଆସିଲା, ଯାହାକୁ ସେ ପଢିକି କମେଣ୍ଟ ଦେଉଥିଲେ, ମୁଁ ଦେଖୁଥିଲି ମୋରି ଲେଖା ସେ ପଢୁଥିଲେ କିନ୍ତୁ ମୁଁ ସେମିତି ତାଙ୍କ ଫୋନ କୁ ଚାହିଁରହିଥାଏ,କିଛି କହୁନଥାଏ | ସାଙ୍ଗେ ସାଙ୍ଗେ ମୋ ଫୋନ କୁ ନୋଟିଫିକେସନ ଆସିଗଲା ଏବଂ ସେ ସେତେବେଳେ ମତେ ଚାହୁଁଥାନ୍ତି ଏବଂ ମୋ ଫୋନ କୁ ଚାହୁଁଥିଲେ ଓ କହିଲେ “ତମେ କଣ ପ୍ରିୟଙ୍କା ? ” ମୁଁ କିଛି କହିବା ପୂର୍ବରୁ ସେ ମତେ ଆଲିଙ୍ଗନ କରି କହିଲେ ” ତୁମର କବିତା ଏବଂ ଭଏସ ଭିଡିଓ ମତେ ବହୁତ ଭଲ ଲାଗେ ” ସେହି ସମୟ ରେ ମତେ ଏତେ ଖୁସି ଲାଗୁଥିଲା ତାହା ଅବର୍ଣ୍ଣନୀୟ | ସତରେ କହିବାକୁ ଗଲେ ଛୋଟ ଛୋଟ ଅନୁଭୂତି ଜୀବନ ରେ ରଙ୍ଗ ଭରିଦିଏ ଏବଂ ଅସୀମ ଖୁସି ପ୍ରଦାନ କରେ |
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ : ସାହିତ୍ୟ ସଦାବେଳେ ହିତ ହିଁ କରେ ; ମୋ ମତରେ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ ନୁହେଁ | କିଛି ଲେଖିବା ପାଇଁ ପଢିବା ନିହାତି ଜରୁରୀ | ଯେତେ ପୁସ୍ତକପଠନ କରିବା ସେତେ ଜ୍ଞାନ ଆହରଣ କରିପାରିବା | କେବଳ ଯେ ପୁସ୍ତକପଠନ କରିବା ତାହା ନୁହେଁ,କେବଳ ପୁସ୍ତକ ଭିତରେ ସୀମିତ ରହିଗଲେ ଗ୍ରନ୍ଥକୀଟ ହେଇଯିବା ତେଣୁ ତତସହିତ ଅନୁଭୂତି କୁ ସାଉଁଟିବାକୁ ପଡିବ ଓ ଗଭୀର ଚିନ୍ତନ ର ମଧ୍ୟ ଆବଶ୍ୟକତା ଅଛି |
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ : ପ୍ରିୟ ଗାଳ୍ପିକ ବ୍ୟାସକବି ଫକୀରମୋହନ ସେନାପତି ଏବଂ ପ୍ରିୟ କବି ସ୍ଵଭାଵ କବି ଗଙ୍ଗାଧର ମେହେର | ସେମାନେ ଇହଧାମ ତ୍ୟାଗ କରିସାରିଛନ୍ତି |
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ : କଳା ଓ ବିକାଶ ର ମାଟି ବାଲେଶ୍ୱର ର ଗର୍ବ ଫକୀର ମୋହନ ସେନାପତି ଙ୍କ କାଳଜୟୀ ସୃଷ୍ଟି ଗୁଡିକ ହେଲା ; ଛ ମାଣ ଆଠ ଗୁଣ୍ଠ,ରେବତୀ |
ସ୍ଵଭାଵ କବି ଙ୍କ ସୃଷ୍ଟି ଗୁଡିକ ହେଲା : ତପସ୍ୱିନୀ, କୀଚକବଧ,ଇନ୍ଦୁମତୀ,ପ୍ରଣୟ ବଲ୍ଲରୀ,ରସରତ୍ନାକର |
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ : ମୋ ପରିବାର ମୋ ପାଇଁ ପ୍ରେରଣା ର ଉତ୍ସ, ମୋ ପରିବାର ର ସମସ୍ତ ସଦସ୍ୟ ଲେଖାଲେଖି ପାଇଁ ମତେ ପ୍ରୋତ୍ସାହିତ କରନ୍ତି ଏବଂ ସେମାନଙ୍କ ର ପ୍ରତି ଟି କଥା ମତେ ଆଗକୁ ଦୁଇ ପାଦ ଯାଇ ନିଜକୁ ଗଢି ତୋଳିବାରେ ଖୋରାକ ଯୋଗାଏ |
କହିବାକୁ ଗଲେ ; ଆଜି ଯାଏଁ ସେମିତି କେହି କହିନାହାନ୍ତି ଯେ,ଏ ପ୍ରକାର ଲେଖା ଲେଖିବା ଉଚିତ କିମ୍ବା ଏମିତି ଲେଖେ ନାହିଁ |
ସଦାବେଳେ ଗୋଟେ କଥା କୁହନ୍ତି “ଲେଖିଚାଲେ,ଚେଷ୍ଟା ଜାରି ରଖ, ଆଜି ନହେଲେ କାଲି ନିଶ୍ଚୟ ଲକ୍ଷ୍ୟସ୍ଥଳ ରେ ପହଁଚିବୁ ।”
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ : ମୋ ମତ ରେ କଷ୍ଟ କିଛି ନାହିଁ | “କଷ୍ଟ କଲେ ହିଁ କୃଷ୍ଣ ମିଳିବ” ଆମେ ଯଦି ଭାବିବା ଏହା ମୋ ପାଇଁ କଷ୍ଟ, ତାହେଲେ ସେଠା ଆମକୁ ବହୁତ କଷ୍ଟ ଲାଗିବ ଏବଂ ଯଦି ଭାବିବା ଏହା ସହଜ, କରିବାକୁ ଚେଷ୍ଟା କରିବି ଏବଂ କରିପାରିବି ବୋଲି ମୋର ବିଶ୍ୱାସ, ତେବେ ତାହାକୁ ଆମେ ସୁଚାରୁରୂପେ ସମ୍ପୂର୍ଣ କରିପାରିବା | ସବୁ କ୍ଷେତ୍ର ରେ ଦୃଢ଼ଆତ୍ମବିଶ୍ୱାସ ମଧ୍ୟ ଜରୁରୀ |
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ : ମୁଁ ମୁଖ୍ୟତଃ ଏହି (କବିତା, ଅଣୁଗଳ୍ପ, କ୍ଷୁଦ୍ରଗଳ୍ପ, ଶିଶୁ ସାହିତ୍ୟ, ପ୍ରବନ୍ଧ ) ବିଭାଗ ରେ ଲେଖାଲେଖି କରେ |
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ : ଏ ଯାଏଁ ମୋର କୌଣସି ପୁସ୍ତକ ସଂକଳନ ପ୍ରକାଶ ପାଇନାହିଁ | ଯଦି ଭବିଷ୍ୟତ ରେ ପ୍ରକାଶିତ ହୁଏ, ତେବେ ପ୍ରେମ, ପ୍ରତାରଣା, ଗଭୀର ବିଶ୍ୱାସ, ତ୍ୟାଗ ଏବଂ ସୁସମ୍ପର୍କ କୁ ନେଇ ଏକ କବିତା ସଂକଳନ ପ୍ରକାଶ କରିବି ବୋଲି ଭାବୁଛି | କାରଣ ସବୁ ସମ୍ପର୍କ ର ମୂଳମନ୍ତ୍ର ” ପ୍ରେମ ” ; ପ୍ରେମ ହେଉଛି ଶାଶ୍ୱତ ଏବଂ ଚିରନ୍ତନ | କିନ୍ତୁ ଏବେ ପବିତ୍ର ପ୍ରେମ କୁ କଳୁଷିତ କରି ତାହାର ପରିଭାଷା କୁ ପରିବର୍ତ୍ତନ କରିବାକୁ ବସିଲେଣି | ତେଣୁ ପ୍ରେମ ପ୍ରେମ ରେ ବଞ୍ଚିବାର କଳା କୁ ନେଇ ପାଠକ ଙ୍କ ପାଖରେ ସ୍ୱତନ୍ତ୍ର ଢଙ୍ଗ ରେ ଉପସ୍ଥାପନ କରିବି ଏବଂ ଏହା ଦ୍ୱାରା କିଛି ସୁପ୍ରଭାବ ପଡିବ ବୋଲି ମୋର ଆଶା |
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ : ଅତି ସୁନ୍ଦର ପ୍ରଶ୍ନ ଟିଏ | ପ୍ରଥମେ ମତେ ପ୍ରଭାବିତ କରିଛି ଏ ସାହିତ୍ୟ ଅନୁଷ୍ଠାନ ର ନାଁ; ଆମେ ସମସ୍ତେ ଜାଣୁ “ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତି ର ଆଧାର ” ସୂର୍ଯ୍ୟ ଙ୍କ କିରଣ ବିଛୁରିତ ହେଲା ବେଳେ, ସେ କେବେ ଧନୀ କି ଗରିବ କିମ୍ବା ଉଚ୍ଚ କି ନୀଚ ଦେଖେ ନାହିଁ, ସଭିଙ୍କୁ କିରଣ ପ୍ରଦାନ କରେ |
ଠିକ ସେହିପରି ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ର ସଦସ୍ୟ ଏବଂ ସଦସ୍ୟା ସମସ୍ତଙ୍କୁ କୋଳେଇ ନେଇ ଆଗକୁ ଯିବାକୁ ପଥ ଦେଖାଇବା ସହ ପଥପଦର୍ଶକ ସାଜନ୍ତି ଓ ସହଯୋଗ କରନ୍ତି |
ଦ୍ୱିତୀୟ ରେ ମତେ ପ୍ରଭାବିତ କରିଛି, ଏ ପରିବାର ର କିଛି ଜଣ ବ୍ୟକ୍ତିତ୍ୱ ଙ୍କ ର ବ୍ୟବହାର, ପ୍ରିୟ ମନୋଜ ଭାଇ, ରାଇ ରଞ୍ଜନ ଭାଇ ଏବଂ ସ୍ରୋତସିନୀ ଦିଦି ; ଯେଉଁମାନେ କି ସବୁସମୟରେ ରେ ଆଜି ର ଯୁବପିଢୀ ଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏବଂ ସେମାନଙ୍କ ର ଏ ସୁରମ୍ୟ ପ୍ରୟାସ ଯୋଗୁଁ ହିଁ ଆମେ ସମସ୍ତେ ଗୋଟିଏ ସୂତା ରେ ବାନ୍ଧିହୋଇରହିଛୁ |
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ : ଆଜ୍ଞା ; ଏ ବିଷୟ ରେ ମୁଁ ଅବଗତ | ଏଥିରେ ମୁଁ ସାମିଲ ହୋଇଛି ବା ଛୋଟ ଅଂଶ ଟିଏ ହୋଇପାରିଛି ତାହା ମୋର ସୋଭାଗ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ |
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ : ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ମୋର କୌଣସି ଅଭିଯୋଗ ନାହିଁ ; ପରାମର୍ଶ ଆଉ କଣ ବା ଦେବି, କେବଳ ଏତିକି କହିବି ;ଏହିପରି ଭାବେ ପ୍ରୟାସ ଜାରି ରଖନ୍ତୁ ଏବଂ ତିନି ମାସ କୁ ଥରେ ଗୋଟେ ପତ୍ରିକା ଆଣିଲେ ଖୁଵ ଭଲ ହୁଅନ୍ତା ଓ ଅଫଲାଇନ ମାଧ୍ୟମ ରେ ବିଭିନ୍ନ ସ୍ଥାନ ରେ ଛୋଟ ଛୋଟ କବିତା ଆସର କିମ୍ବା ଆଲୋଚନାଚକ୍ର କଲେ ଆହୁରି ଭଲ ହୁଅନ୍ତା |
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ : ସାହିତ୍ୟ ଆଉ କଣ କି ? କେବେ ସେ ଅନ୍ଧ ର ଆଶାବାଡ଼ି ତ କେବେ ଭୋକିଲା ପୁଅ ପାଇଁ ସଂଘର୍ଷ କରୁଥିବା ମାଆ ର ; କେବେ ପ୍ରୀତି ର ପୁଲକ ରେ ନିଜ ପ୍ରେମ କୁ ଆଞ୍ଜୁଳି ରେ ଧରିଥିବା ପ୍ରେମିକା ର ତ ଆଉ କେବେ ପାଠକ ର |
* ସାହିତ୍ୟ ଡୋରିରେ ଆମେ ବନ୍ଧା ରେ,
ଆମ ଡୋରି ରେ ସାହିତ୍ୟ…
ଗଳ୍ପ ପ୍ରେମ ରେ ପାଠକ ବନ୍ଧା ରେ
ପାଠକ ପ୍ରେମ ରେ ଗାଳ୍ପିକ…
ସଭିଙ୍କ ପ୍ରେମ ରେ ସଭିଏଁ ବନ୍ଧା ରେ,
ଯେପରି ପଦ୍ମ ଓ ଆଦିତ୍ୟ….
@ ସାହିତ୍ୟ ପାଇଁ ପଦେ…
ସାହିତ୍ୟ କୁ ଉପସ୍ଥାପନ କରିବାକୁ ଏବେ ଶବ୍ଦ ର ଅଭାବ ପଡୁଛି ;
ଜାଣି ମୁଁ ପାରେନା ବିନା ବର୍ଷା ରେ କେମିତି ଭିଜୁଛି !
କଲମ କୁ ପ୍ରେମିକ କରି ତାର ଅନାମିକା ନାୟିକା ମୁଁ ସାଜିଛି;
ତା ବିନା ବଞ୍ଚିବା ସମ୍ଭବ ନୁହେଁ, ତାହା ମୁଁ ବୁଝିସାରିଛି !
ଦୁଃଖୀ ର ଭୋକିଲା ପେଟ କଥା ବୁଝେ ଏ କଲମ ;
ସମ୍ପର୍କ ରେ ଅବିଶ୍ୱାସ କୁ ଦୁରେଇ ସାଜେ ପୁଣି ମଲମ !
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ : ସାହିତ୍ୟ ହେଉଛି ସମାଜ ର ଦର୍ପଣ | ସାହିତ୍ୟ ହିଁ ସମାଜ ର ହିତସାଧନ କରେ | ସାହିତ୍ୟ ହେଉଛି ଏକ ମନ୍ଦିର ସ୍ୱରୂପ, ମୁଁ ଦୀପ ଟିଏ ହୋଇ ଉଜ୍ୱଳ ଆଲୋକ ପ୍ରଦାନ ନକରି ପାରିଲେ ମଧ୍ୟ ଧୁପ ହୋଇ ମୋ ବାସ୍ନା ରେ ଚାରିଦିଗ ମହକେଇ ପାରିବି ବୋଲି ମୋର ବିଶ୍ୱାସ | ଆଜିକାଲି ର ସମାଜ ଉପରେ ଏବଂ ସମାଜ ରେ ଘଟୁଥିବା କାର୍ଯ୍ୟକଳାପ କୁ ସ୍ୱତନ୍ତ୍ର ଭାବରେ ଉପସ୍ଥାପନା କରି ସମାଜ ର ମଙ୍ଗଳ କରିବାକୁ ଚେଷ୍ଟା କରିବି | ମୁଁ ଏକା ଚାହିଁଲେ ମଧ୍ୟ ସବୁକିଛି କରିପାରିବି ନାହିଁ, ସମସ୍ତେ ମିଶିକି କରିଲେ ହିଁ ସମାଜ ର ହିତସଧାନ ହୋଇପାରିବ |
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ : ସାଧାରଣତଃ ଦେଖିବାକୁ ଗଲେ, ଆମେ ଯେକୌଣସି କାର୍ଯ୍ୟ ମଧ୍ୟ କରୁ, ସେଠି ଯଦି ଆମକୁ ଉତ୍ସାହ ବା ପ୍ରୋତ୍ସାହନ ମିଳେ, ସେଠି ଆମ ଖୁସି ଦ୍ବିଗୁଣିତ ହେଇଯାଏ ଏବଂ କିଛି ଅଧିକ କରିବାର ଆଗ୍ରହ ବଢେ ତେଣୁ ପୁରସ୍କାର ବା ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗ ରେ ଆବଶ୍ୟକ ବୋଲି ମୁଁ ଭାବେ |
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ : ଜଣେ ଲେଖକ ଯଦି ପୁରସ୍କାର ପାଇବାରୁ ବଞ୍ଚିତ ହେବାରୁ ତାହାର ଦକ୍ଷତା ଏବଂ ପ୍ରତିଭା ପ୍ରଭାବିତ ହୁଏ ; ତେବେ ସେ କଣ ପ୍ରକୃତ ଲେଖକ ?
କଦାପି ନୁହେଁ ; ଜଣେ ପ୍ରକୃତ ସ୍ରଷ୍ଟା ଯେତେବେଳେ ତାର ପ୍ରତିଭା କୁ ଉପସ୍ଥାପନ କରେ, ସେ ପୁରସ୍କାର ପାଇବା ପାଇଁ କରୁଛି ତାହା ମନରେ ରଖେ ନାହିଁ ଏବଂ ରଖିବା ମଧ୍ୟ ଉଚିତ ନୁହେଁ | ମୋ ମତ ରେ ପାଠକୀୟ ମତାମତ ହିଁ ପ୍ରକୃତ ପୁରସ୍କାର, ସମୟ ହିଁ ସବୁଠୁ ବଡ଼ ଶିକ୍ଷକ ଏବଂ ନିଜର ପ୍ରତିଭା ହିଁ ସବୁଠୁ ବଡ଼ ମୂଲ୍ୟବାନ ଅଳଙ୍କାର |
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ : ପ୍ରଥମତଃ ଗୋଟେ କଥା କହିବି, ସୁଯୋଗ ଖୁଵ କମ ଲୋକ ଙ୍କୁ ମିଳେ ଏବଂ ସେହି ସୁଯୋଗ ମତେ ମିଳିଛି ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ |
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
Wow,very nice
Talented,nice line.
Love form andra
♥️♥️♥️
ଅତୀବ ସୁନ୍ଦର….
ଧନ୍ୟବାଦ
ତୁମର ପ୍ରତେକ ଲେଖାର କିଛି ନୂଆ ଥାଏ, ସବୁବେଳେ ଭଲ ଲାଗେ ତୁମ ଲେଖା ପଢିବାକୁ ଆଉ ତୁମ Voice ର ଯେକୌଣସି ଭିଡ଼ିଓ ଶୁଣିବାକୁ ଭଲଲାଗେ,ମୁଁ ଶୁଣିବା ଦିନରୁ ହିଁ ଫ୍ୟାନ ହେଇଯାଇଛି,ଭଗବାନ ଭଲରେ ରଖନ୍ତୁ ତୁମକୁ
Thank you
Great Words with lots of simplicity which is the greatest attitude of A writer or Poet . Appreciate your work with great thought . God bless your all the very best Priyanka
Thank you
ବାଃ ଖୁବ୍ ସୁନ୍ଦର ଶବ୍ଦ ସବୁକୁ ସଜାଇଦେଇ ଉତ୍ତର ଦେଇଛ।ତମ ସ୍ୱର ପରି ଭାବନା ମଧ୍ୟ ସେତିକି ମିଠା ଏବଂ ସୁନ୍ଦର।ସାହିତ୍ୟ ଜଗତରେ ଅନେକ ଆଗକୁ ଯାଅ ପ୍ରିୟ ପ୍ରିୟଙ୍କା…❣️
ଧନ୍ୟବାଦ ♥️
❤️❤️❤️❤️❤️❤️❤️❤️❤️
♥️♥️♥️♥️
ଶୁଭେଚ୍ଛା ଅଭିନନ୍ଦନ
ଅଶେଷ ଧନ୍ୟବାଦ…♥️
କୃତଜ୍ଞ ମୁଁ ♥️
ଖୁବ ସୁନ୍ଦର ସରଳ ମନଛୁଆଁ ଉତ୍ତର ସବୁ ବାଢ଼ିଛନ୍ତି ଆପଣ ବିଶେଷ କରି ତିନି ନମ୍ୱର ଉତ୍ତରଟି ଖୁବ ମନଛୁଆଁ ହେଇଛି । ସମାଜ ହିତାର୍ଥେ ତ ସାହିତ୍ୟ । କଲମଧାରୀ ଯେ ମହାଯୋଧ୍ୟା ଏହା ଆପଣଙ୍କ ଉତ୍ତର ସବୁ କହିଦେଉଛି।ଖୁବ ଆଗକୁ ଯାଆନ୍ତୁ ।
ହୃଦୟ ରୁ ଅଶେଷ ଧନ୍ୟବାଦ
ସବୁ ପ୍ରଶ୍ନର ଉତ୍ତର ଯେମିତି ଆପଣ ଦେଇଛନ୍ତି ପ୍ରତି ଟି ଉତ୍ତର ବେଶ ମନଛୁଆଁ ଆଉ ପରିମାର୍ଜିତ ଏଥିରୁ ଆପଣଙ୍କ ଜ୍ଞାନ, ଧି ଶକ୍ତି, ପରିପକ୍ଵତା, ଚିନ୍ତାଧାରା, ବ୍ୟକ୍ତିତ୍ୱ, ଉପସ୍ଥାପନା ର ସଇଳି ଏବଂ ସାହିତ୍ୟ ପ୍ରତି ଭଲ ପାଇବା ବେଶ ଅତି ଉଚ୍ଚ କୋଟିର..ଯାହା ଅତୁଳନୀୟ
ଅଶେଷ ଧନ୍ୟବାଦ
ପରାଧୀନ ଭାରତରେ ଯେତେବେଳେ ଆମେ ଗୋରା ସରକାର ଙ୍କ ଦ୍ୱାରା ଅତ୍ୟାଚାରୀତ ହେଉଥିଲେ ସେତେବେଳେ ଆମକୁ ସର୍ବପ୍ରଥମେ ଭାରତ କୋଣେ ଅନୁକୋଣେ ଜଣେ ଲେଖକ /ଲେଖିକା ଙ୍କ ଏହି କଲମ ମୁନ ହିଁ ଏକାଠି ହୋଇ ତାର ବିରୋଧରେ ସ୍ୱର ଉତ୍ତଳନ କରିବା ପାଇଁ ପ୍ରେରଣା ଦେଇ ଥୀଲା. ତେଣୁ ସମସ୍ତ ଲେଖକ ଏବଂ ଲେଖିକା ମାନଙ୍କୁ ମୋର ଅନ୍ତରରୁ ପ୍ରଣାମ
ଆପଣ ମତାମତ ଖୁଵ ପ୍ରେରିତ କଲା
ଆମ ସମାଜ ଯେତେ modernization ହେଲେ ମଧ୍ୟ ଏହି ସାହିତ୍ୟ ଆମ ସଂସ୍କୃତି ଆଉ ପରମ୍ପରା କୁ ଆମକୁ ପ୍ରତି ପାଦ ରେ ମନେ ପକେଇଦଉଚି, ଯାହାକି ଆମ ସଭ୍ୟତା ସହିତ ତାଳ ଦେଇ ଆଗକୁ ଯିବାକୁ ସାହାଯ୍ୟ କରୁଛି
ଆଜ୍ଞା
ସାରା ପୃଥିବୀରେ ସବୁଠାରୁ ବଡ ଅସ୍ତ୍ର କହିଲେ ଏହି “କଲମ ମୁନ ” କହିଲେ ଅତୁକ୍ତ ହେବ ନାହିଁ. କାରଣ ପୂର୍ବରୁ ଯେତେ ବି ଅନ୍ୟାୟ ହେଇଛି ସବୁବେଳେ ଏହି କଲମ ମୁନ ନିଃସଙ୍କୋଚରେ ତାର ବିରୋଧରେ ଏକାକୀ ଦଣ୍ଡାୟମାନ ହେଇଛି.
♥️♥️
ତୁଳସୀ ଦୁଇ ପତରରୁ ବସିଲା ପରିକା ଆପଣ ମଧ୍ୟ ଏତେ କମ ବୟସ ରୁ ଆପଣ ଙ୍କ ପ୍ରତିଭା ସାରା ଓଡିଶାକୁ ମହକୁଛି ଏବଂ ମୁଁ ନିଃସଙ୍କୋଚ ଜେ ଆପଣ ଆଗକୁ ଜଣେ ସ୍ବନାମଧ୍ୟ୍ୟ ଲେଖିକା ଭାବରେ ସାରା ଓଡ଼ିଶାରେ ଚହଳ ପକାଇବେ
ଧନ୍ୟ ହେଲି ♥️
ଖୁବ ସୁନ୍ଦର ଉତ୍ତର ସବୁ ଦିଦି।
ଧନ୍ୟବାଦ ❤❤
ଖୁବ ମନଛୁଆଁ ତମର ସବୁ ପ୍ରଶ୍ନର ଉତ୍ତର। ସତେ ଯେମିତି ଜୀବନ୍ତ ଲାଗୁଚି ପ୍ରତିଟି ଶବ୍ଦ।ଖୁବ ଆଗକୁ ଯାଅ। ସାହିତ୍ୟକୁ ନିଜ ଜୀବନର ଏକ ଅଙ୍ଗ ଭାବେ ମାନିନେଇ ଜୀବନରେ ବହୁତ ଉନ୍ନତି କର।
ହୃଦୟ ରୁ ଅଶେଷ ଧନ୍ୟବାଦ ♥️
♥️
ସୁନ୍ଦର ଚିନ୍ତାଧାରା …
ହୃଦୟ ରୁ ଧନ୍ୟବାଦ ♥️
ସୁନ୍ଦର ପ୍ରୟାସ ଏବଂ ଭାବଧାରା ❣️….
❤
ଅତି ସୁନ୍ଦର ପ୍ରୟାସ ଏବଂ ଭାବଧାରା ❣️
ଅଶେଷ ଧନ୍ୟବାଦ ପ୍ରିୟ
ବହୁତ ସୁନ୍ଦର ଲାଗିଲା
ଧନ୍ୟବାଦ
ବହୁତ୍ ସୁନ୍ଦର୍ ପ୍ରଶ୍ନ ସହ ଉତ୍ତର ପାପି…….❤️❤️
ଧନ୍ୟବାଦ ♥️
ଖୁବ୍ ସୁନ୍ଦର ଭାବନା….
ଧନ୍ୟବାଦ
Congratulations Little Star
Thank you
ବାଃ ଏତେ ସୁନ୍ଦର ଭାବେ ସମସ୍ତ ପ୍ରଶ୍ନର ଉତ୍ତର କେବଳ ପ୍ରିୟଙ୍କା ହିଁ ବୋଧେ ଦେଇପାରେ। ସେଥିପାଇଁ ତ ସମସ୍ତଙ୍କ ପ୍ରିୟ ହେଇଯାଏ। ସାହିତ୍ୟ ର ଏ ଯାତ୍ରା ,ଘଟଣା, ଦୁର୍ଘଟଣା, ଅନୁଭୁତି ସବୁକିଛି ଭଲ ଲାଗିଲା।ଏ ଯାତ୍ରା ଆହୁରି ଅନେକ ରାସ୍ତା ଅତିକ୍ରମ କରୁ।ମୋ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ସହ ଆଶୀର୍ବାଦ ସବୁବେଳେ ତୋ ସହ ଅଛି ❤️❤️ ହୃଦୟ ରୁ ଢ଼େର ସାରା ଶୁଭେଚ୍ଛା ଓ ଶୁଭକାମନା
ହୃଦୟ ରୁ ଧନ୍ୟବାଦ ଦି
ବାଃ……. ଅତି ସୁନ୍ଦର❤️
ତୁମର ଚିନ୍ତାଧାରାକୁ ସଲାମ୍ ଭଉଣୀ
ତୁମ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏତିକି ଚମତ୍କାର ଥିଲା ଯେ ମୁଁ ମତାମତ ଦେବା ପାଇଁ
ମଧ୍ୟ ନିଶବ୍ଦ ହୋଇଯାଇଛି।
ଖୁବ୍ ସୁନ୍ଦର ସାକ୍ଷାତକାର
ଭଗବାନ ମଙ୍ଗଳ କରନ୍ତୁ ସାହିତ୍ୟ ଜଗତରେ ବହୁତ ଆଗକୁ ଯାଅ ।।
❤️❤️❤️❤️
ଧନ୍ୟବାଦ ଦିଦି
ଉତ୍ତର ଗୁଡିକ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରିଛ ପ୍ରିୟଙ୍କା.. ଏମିତି ଆଗେଇଚାଲ..
ଧନ୍ୟବାଦ ପ୍ରିୟ ♥️
କଲମ ଯେବେ ମଲମ ସାଜେ…….
ଆଃ…… ଖୁବ୍ ସୁନ୍ଦର ଉତ୍ତର ସବୁ ଦିଦି ।
ଅସୀମିତ ଶୁଭେଚ୍ଛା ।
ହୃଦୟ ରୁ ଧନ୍ୟବାଦ
ପ୍ରିୟଙ୍କା ସହ ମୁଁ ଏଇ କିଛି ମାସ ହେଲା ମିଶିଛି ।
ଵେଶୀ କିଛି କହିବିନି ସେହବୁ କହିଛି ସର୍ବଗୁଣସଂପନ୍ନାଟାଏ ସେ।
ଧନ୍ୟବାଦ
ଜୟ ଜଗନ୍ନାଥ ଏତେ ସୁନ୍ଦର ଶବ୍ଦରେ ଏତେ ବଢିଆ ଉତ୍ତର ଦେଇଛନ୍ତି ମୋ ପାଖରେ ଆଉ କହିବା ପାଇଁ କିଛି ଶବ୍ଦ ନାହିଁ ! ଆପଣଙ୍କ ଲେଖା ଯେମିତି କହିବା ବି ବହୁତ ମଧୁର ଏବଂ ଚମତ୍କାର ମୋତେ ତ ଶୁଣିବାକୁ ଆଉ ପଢିବାକୁ ବହୁତ ଭଲ ଲାଗେ ଆପଣଙ୍କ ଲେଖା ଭଗବାନ କରନ୍ତୁ ବିଜୟୀ ହୁଅ…
ଅଶେଷ ଧନ୍ୟବାଦ ଭାଇ
ଏତେ ସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି , ହୃଦୟକୁ ଛୁଇଁଗଲା ।। ମିଠା ମିଠା ଶବ୍ଦ, ମିଠା ମିଠା ଭାବନା ।। ଏମିତି ଆଗକୁ ଯାଆନ୍ତୁ ।
ଅଶେଷ ଧନ୍ୟବାଦ
ବହୁତ ବଢିଆ l
ଜଣେ ପ୍ରକୃତ ସାହିତ୍ୟକା ଓ ଓଡ଼ିଆ ପ୍ରେମୀ l
ସର୍ବୋପରି ଜଣେ ନମ୍ର ନାରୀ l
ଭଗବାନ ମଙ୍ଗଳ କରନ୍ତୁ ଏବଂ ତୁମେ ବିଜୟିନୀ ହୁଅ l
ଜୟ ଜଗନ୍ନାଥ
ହୃଦୟ ରୁ ହୃଦୟଭରା ଧନ୍ୟବାଦ ♥️
ବାଃ…. ସବୁଥର ପରି ଏଥର….
ବାସ ଏତିକି କହିବି,
ଏ ନଥିଲା ଖାଲି ଯେ ପ୍ରଶ୍ନର ଉତ୍ତର
ଥିଲା ଏହା ହୃଦୟର ସ୍ୱର ତୁମର
ଯିଏ ବି ଜାଣିବାକୁ ଚାହାଁନ୍ତି ତୁମ ଲେଖା ଏତେ ମିଠା କାହିଁକି, ଏଇଠୁ ଅତି ସହଜରେ ସେମାନେ ଜାଣି ପାରିବେ ତୁମର ଭାବନା ଯେହେତୁ ମିଠା ସେପାଇଁ ତୁମ ଲେଖା ମଧ୍ୟ ମିଠା….
❤❤
ହୃଦୟ ରୁ ଅଶେଷ ଧନ୍ୟବାଦ ସାଙ୍ଗ ♥️
ନିଜ ଅନୁଭୂତି,ସ୍ମୃତି,ଅଭିଜ୍ଞତା ମାଧ୍ୟମରେ ବହୁତ ବଢିଆ ଭାବେ ପ୍ରଶ୍ନୋତ୍ତର ରଖିଛ ।ଅନେକ ଅନେକ ଶୁଭେଛ୍ଛା ।
ଧନ୍ୟବାଦ ମ୍ୟାମ ♥️
ଆପଣ ଙ୍କ ମତାମତ ମୋ ପାଇଁ ପ୍ରେରଣା ର ଉତ୍ସ..
ଚର୍ଚ୍ଚିତ ସ୍ୱର, ଚର୍ଚ୍ଚିତ ମୁହଁ, ଯାହା ଙ୍କ ଉପସ୍ଥାପନା ରେ ସମସ୍ତେ ଆନନ୍ଦିତ ହୁଅନ୍ତି.
ଏ ପ୍ରଶ୍ନ ର ଉତ୍ତର ଏତେ ଭଲ ଲାଗିଲା, ମତାମତ ଦେବାକୁ ମୁଁ ନିଶବ୍ଦ |
ଅନୁଭୂତି ବହୁତ ଭଲ ଲାଗିଲା,
ପରାମର୍ଶ ଭଲ ଯେଉଁ ଦେଲା ଭଲ ଲାଗିଲା |
ଶୁଭେଚ୍ଛା ପ୍ରିୟ ପ୍ରିୟଙ୍କା |
ସମସ୍ତଙ୍କ ପ୍ରିୟ ହେଇ ଏମିତି ଯାଜପୁର ର ନାଁ କୁ ଉଜ୍ୱଳ କର |
ହୃଦୟ ରୁ ଅଶେଷ ଧନ୍ୟବାଦ
ସବୁ ପ୍ରଶ୍ନ ର ଉତ୍ତର ଏତେ ସୁନ୍ଦର ଭାବରେ ଦିଆଯାଇଛି, ଏ ଉତ୍ତର ସମସ୍ତ ଙ୍କ ଠୁ ନିଆରା | ଉତ୍ତର ପଢି ଆତ୍ମବିଭୋର ମୁଁ |
ସମସ୍ତଙ୍କ ଠୁ ଏ ଉତ୍ତର ଚମତ୍କାର
ସତରେ ଆପଣ ହିଁ ନବ ପ୍ରତିଭା ସମ୍ମାନ ପାଇଁ ଯୋଗ୍ୟା |
ଅଶେଷ ଧନ୍ୟବାଦ ସାର