*Lets talk with young and dynamic ink slinger Rakesh Ratan Pradhan ,hails from Kendujhar for SLF Literary Youth Icon Award contest-. 2022*
ନାମ – ରାକେଶ ରତନ ପ୍ରଧାନ
ପିତାଙ୍କ ନାମ– ଅରୁଣ କୁମାର ପ୍ରଧାନ
ମାତାଙ୍କ ନାମ-ଜଲି ପ୍ରଧାନ
ଜନ୍ମ ତାରିଖ-୧୫.୬.୨୦୦୨
ଘର ଠିକଣା–ଗ୍ରା.- ଦେଉଳଡିହା, ପୋଷ୍ଟ.-ଦେଉଳଡିହା, ବ୍ଲକ– ତେଲକୋଇ , ଜିଲ୍ଲା-କେନ୍ଦୁଝର, ପିନ୍-୭୫୮୦୧୯
ଶିକ୍ଷାଗତ ଯୋଗ୍ୟତା-ସ୍ନାତକ ର ଅଧ୍ୟୟନରତ
ଇ-ମେଇଲ୍ ଠିକଣା-
rakeshratanp@gmail.com
Facebook/ମୁଖ ପୁସ୍ତିକା–:
https://www.facebook.com/rakeshpradhan.rakeshpradhan.7737
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ- କିଛି ମାସ ପୂର୍ବରୁ କଲ୍ ରେ ବାର୍ତ୍ତାଳାପ ବେଳେ ତାର ହସ କୁ ଶୁଣି କେତେ ପଦ ଆପେ ଲେଖିଥିଲି । ଏହାକୁ ଜଣେ ବଡ଼ ଭାଇ ଙ୍କୁ ଦେଖାଇ କହିଲି ଭାଇ କଲେଜ ପତ୍ରିକା ରେ ମୋର ଲେଖା କେମିତି ଲାଗିବ ? ଏହାକୁ ନେଇ ଘୋର ସମାଲୋଚନା ର ଶିକାର ହେଲି । ତାପରେ ଦୃଢ଼ ସଂକଳ୍ପ ନେଲି ଏଥିରେ ହିଁ କିଛି କରି ଦେଖେଇବି ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ- ଜଣେ କବି କିମ୍ବା ଲେଖକ ର ପ୍ରଥମ କାର୍ଯ୍ଯ ହେଉଛି ଲେଖାଲେଖି କରିବା । ଏଥିପାଇଁ ଏହାକୁ ସବୁବେଳେ ପ୍ରଥମ ପ୍ରାଧାନ୍ୟତା ଦିଏ । ଧିରେ ଧିରେ ଏହା ଅଭ୍ୟାସ ରେ ପରିଣତ ହୋଇ ଥିବାରୁ ମୋତେ ଜଣା ପଡ଼େ ନାହିଁ କି ମୁଁ ଲେଖାଲେଖି ରେ ସମୟ ବ୍ୟତୀତ କରୁଛି ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ- ମୋର ଏ ଯାତ୍ରା ସ୍ୱଳ୍ପ ଦିନର ମାତ୍ର । ମୋତେ କେହି ଶିଖେଇବା ପାଇଁ ନଥିବାରୁ ମୋ କବିତା ମୁଁ ନାନାପ୍ରକାର ଗ୍ରୁପ୍ ଏବଂ ନିଜର ଷ୍ଟାଟସ୍ ମାଧ୍ୟମରେ ଉପସ୍ଥାପନ କରେ । ଏଥିରେ ମିଳୁଥିବା ପ୍ରଶଂସା ଓ ନିନ୍ଦା ମୋତେ ଶିକ୍ଷା ଦେଇଥାଏ । ଶିଖିବା ପାଇଁ ମୁଁ ପ୍ରଥମେ ଏହି ପ୍ରତିଷ୍ଠାନ କୁ ବାଛିଲି ଏହା ପୂର୍ବରୁ ଏକୁଟିଆ ହିଁ ଲେଖାଲେଖି କରେ ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ- ଗୋଟିଏ ଲେଖା କୁ ଲେଖିବାର ପୂର୍ବରୁ ସବୁବେଳେ ଏହାର ପ୍ରସଙ୍ଗ ଓ ନାମକରଣ କୁ ବହୁତ ସମୟ ଦେଇ ଚୟନ କରେ । ଶବ୍ଦ ସଂଗ୍ରହ ଓ ସଂଯୋଜନା , ଶ୍ରୁତି ମଧୁରତା ଏବଂ ସଠିକ୍ ଛନ୍ଦ ର ନିର୍ବାଚନ କରେ । ଶେଷରେ କାହାକୁ ପଢେଇ କିମ୍ବା ଶୁଣେଇ କେଉଁଠି ଭୁଲ୍ ରହିଲା ତାକୁ ସଂଶୋଧିତ କରାଏ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ- ଏ ଯାତ୍ରା ତ ଅଳ୍ପ ଦିନର ତଥାପି, ମୋର କଲମ କବିତା ଯେବେ ବହୁତ ଜଣକୁ ପ୍ରଭାବିତ କଲା ଏବଂ ସେଥିରୁ ଅନେକ ଜଣ ନିଜର ବନ୍ଧୁଗଣ ଙ୍କୁ ପଢେଇଲେ ସେଦିନ ମୋ ପାଇଁ ବଡ଼ ମୂହୁର୍ତ୍ତ ଟିଏ ଥିଲା । ଏହାଛଡ଼ା ମୋତେ ଦେଖି ମୋ ପ୍ରଭାବରେ ଆସି ଯଦି କେହି କବିତା ଲେଖେ ସେଥିରେ ମୋତେ ଖୁବ୍ ଆନନ୍ଦିତ ଲାଗେ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ- ସାହିତ୍ୟ ସବୁବେଳେ ବର୍ତ୍ତମାନ କୁ ହିଁ କାଗଜରେ ପ୍ରତିଫଳିତ କରେ । ଏଥିରେ ସମସ୍ତଙ୍କର ଲେଖା ପାଠକଙ୍କ ରୁଚି କୁ ନେଇ ଆଧାରିତ । ଏଥିପାଇଁ ଅନୁଭବ ନଥିଲେ ଲେଖିବା କେମିତି ? ଆଜି ର ପାଠକଙ୍କ ରୁଚି ଅନୁଧ୍ୟାନ ପାଇଁ ବଡ଼ ଲେଖକଙ୍କ ଲେଖା କୁ ମଧ୍ୟ ପଢ଼ିବା ଜରୁରୀ ହୋଇଥାଏ । ନିଜର ସୃଜନ ର ନିଦର୍ଶନ ଦେବାକୁ ହେଲେ ଗଭୀର ଚିନ୍ତନ ସହିତ କିଛି ନୂଆ କରିବାକୁ ହୁଏ ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ , ଦିନ କୃଷ୍ଣ ଦାସ , ରାଧାନାଥ ରାୟ , ଗଙ୍ଗାଧର ମେହେର ସମସ୍ତେ ପରଲୋକ ରେ । ଏବଂ ସୁଧାକର ଦାଶ ଆମର କଲେଜର ସାର୍ ବର୍ତ୍ତମାନ ର କେନ୍ଦୁଝର ର ଆଗଧାଡିର କବି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ- ଉପେନ୍ଦ୍ର ଭଞ୍ଜ (ବୀରବର ଓ କବିସମ୍ରାଟ) ଅଧୁନା ଗଞ୍ଜାମ ଜିଲ୍ଲାରେ ତାଙ୍କ ଜନ୍ମ ହୋଇଥିଲା । ତାଙ୍କ କାବ୍ୟ ଓ କବିତା ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିବାରେ ଅତୁଳନୀୟ ଅବଦାନ ରହିଛି । ଫକୀରମୋହନ ସେନାପତି ( ବ୍ୟାସକବି) ସେ ନଥିଲେ ଭାଷା ଆନ୍ଦୋଳନ ରେ ଓଡ଼ିଆ ପରାଜିତ ହୋଇଥାନ୍ତା । ଗଙ୍ଗାଧର ମେହେର ଏବଂ ରାଧାମୋହନ ଗଡ଼ନାୟକ । ଦୁହେଁ ନିଜର ଜୀବନ କୁ ଉତ୍ସର୍ଗ କରିଛନ୍ତି ସାହିତ୍ୟ ପାଇଁ ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ- ପ୍ରଥମେ ତ କେହି ଏଥିପ୍ରତି ମନ ବଳାଇ ନଥିଲେ । ଧିରେ ଧିରେ ଯେତେବେଳେ ସମ୍ପର୍କୀୟ ଭଲଭାବରେ ପ୍ରଶଂସା କଲେ ଘରେ ମଧ୍ୟ ସମର୍ଥନ ଦେଲେ । ଘରେ ସବୁଦିନେ ପରମ୍ପରା ଓ ସଂସ୍କୃତିକୁ ନେଇ ଲେଖିବାକୁ ନିର୍ଦ୍ଦେଶ ଦିଅନ୍ତି ଓ ପୁରାଣ ର କଥାବସ୍ତୁ ରହିବା ଅନିବାର୍ଯ୍ୟ ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ- ମୋ ମତରେ ଲେଖିବା ରେ କିଛି ବି କଷ୍ଟକର ବିଷୟ ନଥାଏ । ଯେତେବେଳେ ଆମେ ଲେଖା କୁ ଅସ୍ୱାଭାବିକ ଦିଗରେ ଠେଲି ଦିଅନ୍ତି ସେତେବେଳେ କିଛି କଷ୍ଟକର ହେଉଥିବ ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ- କବିତା ଓ ଗଳ୍ପ
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ- ଭବିଷ୍ୟତ ରେ ଲେଖା ପ୍ରକାଶିତ ହେଲେ ମାନବ ପ୍ରତି ଉଚିତ୍ ଶିକ୍ଷା ତତ୍ ସମେତ ଛନ୍ଦ ଅଳଙ୍କାର ସହିତ ବାସ୍ତବର ଅନୁଭୂତ ହେଉଥିବ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ- ଏଠାରେ ଝାଳବୋହା ପରିଶ୍ରମ ରହିଛି ଯାହାକି ସାହିତ୍ୟ କୁ ପ୍ରଚାର କରିବାରେ ସାହାଯ୍ୟ କରେ । ଏକ ସୁନ୍ଦର ସଂଘ । ପ୍ରତିଭା ବାଛିବାର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନ ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ- ଏଥିପାଇଁ ବହୁତ ଖୁସି ମୁଁ ! ଏତେ ବଡ଼ ଅନୁଷ୍ଠାନ ସହିତ ଆମେ ମଧ୍ୟ ଯୋଡ଼ି ହେଇଛୁ ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ- ଅଭିଯୋଗ ଭଲ କଥା ନୁହେଁ ସେଥିପାଇଁ ଏତିକି ପରାମର୍ଶ ଦେବି ଆମ ଓଡ଼ିଆ ସାହିତ୍ୟ କୁ ସବୁଆଡ଼େ ପ୍ରସିଦ୍ଧ କରାନ୍ତୁ । ଆମର ଶୈଳୀର ଲେଖା ସମସ୍ତଙ୍କୁ ଶିଖାଇବା । ଓଡ଼ିଆଙ୍କ ସଂଖ୍ୟା ଏତେ ବେଶୀ ରଖିବା ସହିତ ଓଡ଼ିଶା ସାହିତ୍ୟ ର ସ୍ୱତନ୍ତ୍ରତା ସମସ୍ତଙ୍କୁ ଶିଖାଇବା ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ-
କଳ୍ପନା ଦ୍ରୁମର ଚେତନା ପର୍ଣ୍ଣରେ
ଭାବନାର ସଂକ୍ରମଣ ।
ପ୍ରତିଭା ସମୃଦ୍ଧ ସମାଜ
ନିବନ୍ଧ
ସାହିତ୍ୟର ସଂଚରଣ ।ଏକ ଭାବ ପକ୍ଷ ଏକ କଳ ପକ୍ଷ
ଚିତ୍ତ ପଟେ ବର୍ଣ୍ଣ ବୋଳା ।
ସାହିତ୍ୟର ଝର ବହେ ଝର ଝର
ପାଶେ ଥିଲେ ଚକାଡୋଳା ।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ- ସାହିତ୍ୟ ହିଁ ସମାଜର ଉତ୍ତରଣ । ଏଥିପାଇଁ ସମାଜ ର ପ୍ରତ୍ୟେକ କଥା ଏଠାରେ ଉଲ୍ଲେଖ ହୋଇଥାଏ । ନିଜର ସାହିତ୍ୟ ମାଧ୍ୟମରେ ସମାଜ ପ୍ରତି ଅନେକ ବାର୍ତ୍ତା ଦେବା ଏହା ମୋର ପ୍ରଥମ କାର୍ଯ୍ୟ ହେବ । ସାହିତ୍ୟ ରୁ ସମାଜ ପ୍ରଭାବିତ ହୁଏ ଏହି ନ୍ୟାୟ ରେ ସମାଜ ମୋ ସାହିତ୍ୟ ରୁ ଉଚିତ ଅନୁଚିତ୍ ଶିଖିବ ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ- ସାହିତ୍ୟ ଏକ ନିଃସ୍ୱାର୍ଥପର ସାଧନା ଓ ସେବା । କିଛି ପାଇବାର ଆଶାରେ ଏହା ସୃଷ୍ଟି ହୁଏନାହିଁ ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ- କୁନି ସାଧକ ମାନେ ଏହାକୁ ପାଇ ଉତ୍ସାହିତ ହୁଅନ୍ତି । କିନ୍ତୁ ସଠିକ ସାଧକ କେବେ ପୁରସ୍କାର ଓ ସମ୍ମାନ ପାଇଁ ଲେଖନୀ ଚାଳନା କରେନାହିଁ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ- ବହୁତ ଉତ୍ସାହିତ ଜଣେ ପ୍ରତିଯୋଗୀ ଭାବେ । ଏହା ସହ ମୋର ସହପ୍ରତିଯେଗୀ ମାନଙ୍କୁ ଶୁଭକାମନା ଜଣାଉଛି ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ବହୁତ ସୁନ୍ଦର ଭାବେ ସମସ୍ତ ଉତ୍ତର ରଖିଲେ….
ପ୍ରତ୍ୟେକ ଉତ୍ତରରେ ସତ କହିବାର ସେ ସାହସ କୋଉଠି ବି ମଉଳି ଯାଇନି, ଯାହା ଜଣେ ପ୍ରକୃତ ସାହିତ୍ୟିକର ଚରିତ୍ର….
ନିଶ୍ଚିତ ଭାବରେ କହିବି ଭାଇ, ଏମିତି ସାଧନା ଜାରି ରଖନ୍ତୁ ଆପଣଙ୍କ ଅପେକ୍ଷାରେ ଏକ ସୁନ୍ଦର ଭବିଷ୍ୟତ ❤
ଚମତ୍କାର ଉତ୍ତର । ସତରେ କବି ଆଉ କବିତାର ସମ୍ପର୍କ କେତେ ନିବିଡ଼ ଆଉ କେତେ ଗଭୀର ତାହା ରାକେଶ ବାବୁଙ୍କ ଉତ୍ତର ଆଉ ଅନୁଭୂତି ରୁ ଜଣାପଡିଲା।ବୟସର ପ୍ରଥମ ପାହାଚରେ ଥାଇ ମଧ୍ୟ ତାଙ୍କର ଓଡିଆ ଭାଷା ଓ ସାହିତ୍ୟ ପ୍ରତି ଅହେତୁକ ମମତା ଆଉ ଅନାବିଳ ପ୍ରେମ ବାସ୍ତବିକ ପ୍ରଶଂସାଯୋଗ୍ୟ।ଜୀବନରେ ଅନେକ ଉନ୍ନତି ହେଉ ଏହାହିଁ କାମନା।
ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ଯନ୍ତ ହୃଦୟସ୍ପର୍ଶୀ ଥିଲା ଭାଇ….ଢେର୍ ସାରା ଶୁଭେଚ୍ଛା ଆପଣଙ୍କୁ ।
ଖୁବ୍ ସୁନ୍ଦର ଭାବରେ ଉତ୍ତର ପ୍ରଦାନ କରିଛ ଭାଇ……ଅନେକ ଅନେକ ଶୁଭେଚ୍ଛା ଭାଇ ।
ଖୁବ୍ ସୁନ୍ଦର ମାର୍ମିକ ଉତ୍ତର ସବୁ ପ୍ରଦାନ କରିଛ ଭାଇ, ଶୁଭେଚ୍ଛା ଜଣାଉଛି ।