ଶେଷ କବିତା
ପୁଣିଥରେ ହଜିଯିବି
ଅନ୍ଧକାରେ ଲୁଚିଯିବି
ହେଇଯିବି ବାଟବଣା..
ଲୋଡ଼ା ନାହିଁ ଆଉ ମୋର
ଏତେ ମାନ ଅପମାନ
ହଜେଇଦେବି ମୋ ଶେଷ ଠିକଣା…!
ନାହିଁ ଲକ୍ଷ୍ୟ ନାହିଁ ପଥ
ଯନ୍ତ୍ରଣା ରେ ଜର୍ଜରିତ
ସଂସାର ନଉକା ବାହି…
ଏ…
ଜୀବନ ତ ଏକ ନଈ
ଖାଲ ଢିପ ବାଟ ଦେଇ
ଅଜଣା ସୁଅରେ ଯିବି ମୁଁ ବହି…!!
ଜାଣେ….
ଖୋଜିବେନି ପାଇବେନି
କେହି ମୋତେ ପଢ଼ିବେନି
ଆଜିଠୁଁ ବନ୍ଦ ମୋ ଜୀବନ ଗାଥା…
ହେଲେ…
ଦୂରୁ ରହିଥିବି ଚାହିଁ
ପଢିବେକି ଯଦି କେହି
ଲେଖିଛି ଏଇ ମୋ ଶେଷ କବିତା…!!
ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
ଅନୁଗୋଳ