ଶ୍ରମ
ଜୀବନ ଜୀଇବା ପାଇଁ ଖାଦ୍ୟ ବସ୍ତ୍ର
ଆବଶ୍ୟକ ହୋଇଥାଏ
ସେହି ଆବଶ୍ୟକ ପୂରଣ ପାଇଁକି
ଶ୍ରମ କରିବାକୁ ହୁଏ।।
ଶ୍ରମ କରି ନିଜ ପାରିଶ୍ରମିକରେ
ପରିବାର ତା ଚଳାଏ
ଗୃହିଣୀ ଗୃହରେ ଶ୍ରମ ଦାନ କରି
ସଭିଙ୍କୁ ସେବା ଯୋଗାଏ।।
କୃଷକ ଭାଇଟି ଶ୍ରମ କରି କ୍ଷେତେ
ସୁନା ଫସଲ ଫଳାଏ
ମୁଣ୍ଡ ଝାଳ ତୁଣ୍ଡେ ମାରି ଜଗତକୁ
ଖାଦ୍ୟ ଶସ୍ୟ ସେ ଯୋଗାଏ।।
ଶ୍ରମିକଟି ନିଜ ଶ୍ରମ ଦାନ କରି
ପ୍ରାସାଦ ମାନ ଗଢଇ
ଶ୍ରମ ଦାନ କରେ କାରଖାନାରେ ସେ
ଘର ଚଳାଇବା ପାଇଁ।।
ଶିକ୍ଷକ ନିଜର ଶ୍ରମ ଦାନ କରି
ବିଦ୍ୟା ଶିକ୍ଷା ଦେଇଥାନ୍ତି
ଅଜ୍ଞାନ ଅନ୍ଧାର ଦୂରେଇ ଜୀବନେ
ଜ୍ଞାନାଲୋକ ଭରିଦ୍ୟନ୍ତି।।
ଜୀଇବା ପାଇଁ କି କୀଟଠୁ ମନୁଷ୍ୟ
ସର୍ବେ ଶ୍ରମ କରିଥାନ୍ତି
ଶ୍ରମ ନକରି ଯେ ଅଳସୁଆ ହୁଏ
ଦୁଃଖ କଷ୍ଟ ଭୋଗିଥାନ୍ତି।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।