ସତ୍ୟ ପଥ
ସତ୍ୟର ବାଟ ଯେ କର୍କଶ, ବନ୍ଧୁର
ଚାଲିବାକୁ ଲାଗେ କଷ୍ଟ
ମିଛ ରାସ୍ତା କିନ୍ତୁ ସରଳ ସୁଗମ
ହୋଇଥାଏ ଟି ସିମେଣ୍ଟ ।
ସତ୍ୟପାଇଁ ରାମ ବନବାସ ଗଲେ
ପୁରାଣରେ ଅଛି ରହି
ସତ୍ୟକରି ବଳି ପାତାଳକୁ ଗଲେ
ମନରେ ଆନନ୍ଦ ହୋଇ ।
ସତ୍ୟ, ଧର୍ମ,ସତ୍ୟ, ପରମ ଈଶ୍ଵର
ସତ୍ୟ ଉପାସନା କରି
ଭଗବାନ ଙ୍କରନାମ ଧରି ମନ
ଏ ସଂସାରୁ ଯିବୁ ତରି ।
ନିର୍ମାଲ୍ୟ ବାରିକ୍,ଯାଜପୁର