ଅସରା ପଥ
*************
କାହିଁ କେତେଦୂର
ଲମ୍ବିଛି ଏ ପଥ
କାହାକୁ ବା ଅଛି ଜଣା,
କେବେ ପାଇଥାଏ
ବାଟୋଇ ତା ବାଟ
କେବେ ହୁଏ ବାଟବଣା ।
ଖାଲଢିପ କଚ୍ଚା
ଉଠାଣି ଗଡାଣି
କେବେ ପାଦ ପଡ଼େ ଝୁଣ୍ଟି ,
ଥକିଗଲେ ଥରେ
ଚାଲି ପାରିବୁନି
ଚାଲିବା ସଳଖି ଅଣ୍ଟି ।
ଆଗରେ କୁହୁଡି
ସମସ୍ୟା ପାହାଡ଼
ଡର ବେଳ ଯିବ ବୁଡି,
ହସ ଲୁହ ସାଥେ
ସାଲିସ୍ କରିଣ
ସୁଖ ଦୁଃଖ ହାତ ଭିଡ଼ି ।
ସେ ବାଟରେ ଥାଉ
କଣ୍ଟାକି ପଥର
ଆଡେଇ ଆଗକୁ ଯିବା,
ଚାଲି ବାକୁ ସାଥେ
କେହି ନଥାଉରେ
ଶେଷ ଯାଏ ଚାଲୁଥିବା ।
ମମତା ବାରିକ୍
ଭଦ୍ରକ