ସଂନ୍ଧ୍ୟା ଆସିଗଲେ
ସୂରୁଜ ନଇଁଲେ ଭାବନା ମୋ ଆସେ
ସଂନ୍ଧ୍ୟା ରାଣୀ ଆଗାମନେ
ବିମୁଗ୍ଧ ଧରଣୀ ମୁଗ୍ଧ କରେ ମୋତେ
ମୋ ହୃଦୟ କୁଞ୍ଜ ବନେ।
ସଂନ୍ଧ୍ୟା ଯେଵେ ଆସେ ଅନ୍ଧାରକୁ ଘେନି
କଳା ଓଢ଼ଣୀ କୁ ଟାଣି
ମୋ ମନ ବ୍ୟାକୁଳ ହୁଏତ ଅଧିର
କବିତା ଲେଖିବା ପାଇଁ।
ସଂନ୍ଧ୍ୟା ଆଳତୀରେ ଜଳିଲେ ପ୍ରଦୀପ
ଅନ୍ଧାର ଯାଏ ଦୂରେଇ
ମୋ ମନ ଅନ୍ଧାର ଯାଏତ ଦୂରରେ
ତା’ର ପରସକୁ ପାଇ।
ଦିନ ଭରି ମୁହିଁ ପାଏନା ତା ଛୁଆଁ
ଭାବନାକୁ ଟିକେ ଧରି
ସଂନ୍ଧ୍ୟା ଆସିଗଲେ ଆସେ ମୋ ପାଖକୁ
ହୃଦୟ କନ୍ଦରୁ ଝରି।
ଧରଇ କଲମ ଲେଖଇ କବିତା
ଶବ୍ଦ ପୁଞ୍ଜକୁ ମୁଁ ନେଇ
ହସୁଥାଏ ଜହ୍ନ ତାରଙ୍କ ମେଳରେ
ଶୀତଳ ଜ୍ୟୋଚ୍ଛନା ଦେଇ।।
ପ୍ରଶାନ୍ତ କୁମାର ନାଥ ,ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।