ସ୍ନେହର ଅନ୍ୟନାମ “ମାଆ”
ତୋ ପ୍ରାଣରେ ପ୍ରଣୀତ ମୁଁ ହିଁ,
ତୋ ଜୀବନେ ଜୀବିତ,
ତୋ ଅଂଶରେ ଅଂଶିତ ମୁଁ ହିଁ,
ତୋ ସ୍ନେହରେ ସ୍ନେହିତ।
ତୋ କଥାରେ କଥିତ ମୁଁ ହିଁ,
ତୋ ଚାଲିରେ ଚାଳିତ,
ତୋ ଶିକ୍ଷାରେ ଶିକ୍ଷିତ ମୁଁ ହିଁ,
ତୋ ଜ୍ଞାନରେ ଜ୍ଞାନୀ ତ ।
ସେ ଆଉ କେହି ନୁହଁ,ମୋର ସ୍ନେହୀ ମୋର ବୋଉ । ଦୁଇ ଧାଡ଼ି ମୋ କଲମରୁ ।
ବୋଉ…
ତୋ ଠୁ ଆରମ୍ଭ ମୋର ତୋ ଠି ଶେଷ,
ତତେ ଲେଖିବାକୁ ନାହିଁ ଶବ୍ଦବିନ୍ୟାସ।
ଦଶ ମାସ ଦଶ ଦିନ ଗରଭେ ଧରିଲୁ,
ପ୍ରସବର କଷ୍ଟ ଯନ୍ତ୍ରଣା ସହିଲୁ।
ଆହା ପଦେ କେବେ କାହାକୁ ନ କହିଲୁ,
ନିଜ କଷ୍ଟ ନିଜ ଛାତିରେ ରଖିଲୁ।
ଛାତିରୁ ଅମୃତ ଚିରି ମୋ ମୁହେଁ ଦେଲୁ,
ଛୋଟରୁ ବଡ଼ ତୁ ମତେ କଲୁ।
ଜ୍ଞାନର ଗରିମା ମତେ ଶିଖେଇ,
ଦୁନିଆରେ ବଞ୍ଚିବାକୁ;
ମତେ ରାହା ଦେଖାଇଲୁ।
ଶିକ୍ଷାରେ ଶିକ୍ଷିତ ମତେ କରାଇ,
ସାରା ଦୁନିଆ ଜିଣିବାକୁ ମତେ ଶିଖାଇଲୁ।
ସୁବ୍ରତ କୁମାର ବିଶ୍ୱାଳ
ଅନ୍ତରା,ଅଡ଼ା,ବାଲେଶ୍ଵର