ରେବତୀ
ଆଲୋ ରେବି ରେବି ରେଵି,
ହୋଅ ନାଲୋ କବି,
କି ପାଠ ପଢ଼ିବୁ ତୁଲୋ ପାରୁନି ମୁଁ ଭାବି।0
ପୁଅ ସିନା ପାଠ ଶାଠ ପଢ଼ିବାର ଯୋଗ୍ୟ,
ଝିଅ ଘର କାମ କଲେ ସଂସାର ଚଳିବ,
ଘର କାମ ଛାଡି,କେଣେ ଯାଉ ମାଡ଼ି
ଆଲୋ ଚୁଲି ଆଲୋ ଗାତ କଅଣ କହିବି।1
ପାଠ ପଢି ଭାବୁ କ’ଣ ଆମକୁ ପୋଷିବୁ,
ପର ଘର କୁଣିଆ ତୁ ପର ଘର ଯିବୁ,
କିଏ ବୁଦ୍ଧି ଦେଲା,କି ଯୁଗ ଲୋ ହେଲା
ଏଡେ ଅଲାଜୁକି କହେ ମୁଁ ହାକିମ ହେବି।2
କେତେଲୋ ଟୋକା ଗଲେଣି ଫସର ଫାଟି,
ରେବି ଯିଵା ପାଇଁ ବସେ ବେସର ବାଟି,
ତାଳ ଗଛ ଛାଇ,ଯିଵୁଲୋ ଉଭେଇ
ତୋ ପାଇଁଲୋ କାହିଁ ଏତେ କଥା ମୁଁ ସହିଵି।3
ଫକୀର ମୋହନଙ୍କର ଏ ରେବତୀ ଗଳ୍ପ,
ସେକାଳର ଚିନ୍ତା ଧାରା ଵଖାଣେ ଅନେକ,
ସମାଜ ସଂସ୍କାର, ଗଳ୍ପ ସୁବିଚାର
ଅନ୍ଧ ବିଶ୍ବାସର ଏକ କମନୀୟ ଛବି।4
ଆଲୋ ରେଵି ରେଵି ରେଵି,
ହୋଅ ନାଲୋ କବି,
କି ପାଠ ପଢ଼ିବୁ ତୁଲୋ, ପାରୁନି ମୁଁ ଭାବି।
ଅଶୋକ କୁମାର ପତି
ଦହି ଗାଁ
42 mouza, CTC.