ପୁନର୍ଜନ୍ମ
କଣ ଦେଖୁଛନ୍ତି!!!
ବିଦାୟ କାଳରେ ଉଭୟ ସୂର୍ଯ୍ୟ ଓ ମୁଁ!!!
ରହିବୁ ପୁଣି ଏକ ସକାଳର ଅପେକ୍ଷାରେ
ବହୁତ ଶୀଘ୍ର ସୂର୍ଯ୍ୟ ତ ଆସିବେ ନିଶ୍ଚିତ
ହେଲେ ମତେ କିଛି ସମୟ ଲାଗିବ
ଚାଲିଯିବାକୁ ପଡ଼ିବ
ସବୁଠାରୁ ବଡ ପର୍ବତର ସୁଉଚ୍ଚ ଶିଖରକୁ,,,
ଭୋକର ଜ୍ଵାଳାକୁ ସହିବାକୁ ପଡିବ କିଛି ଦିନ,,,
ଡେଣାକୁ ରାମ୍ପିବାକୁ ପଡ଼ିବ ନିଜ ନଖରେ
ସଂପୂର୍ଣ୍ଣ ଛିଣ୍ଡେଇବାକୁ ପଡ଼ିବ ତାକୁ,,,
ବିଦାରିବାକୁ ପଡ଼ିବ ନିଜ ନଖକୁ ଭୂଇଁରେ,,,
ସଂପୂର୍ଣ୍ଣ ଭାଙ୍ଗିଯିବା ଯାଏଁ
ଚଞ୍ଚୁକୁ ଘୋରିବାକୁ ପଡ଼ିବ ଶକ୍ତ ପଥରରେ,,,
ରକ୍ତାକ୍ତ ହେଇ ଭିଜେଇବାକୁ ପଡ଼ିବ ସମ୍ପୂର୍ଣ୍ଣ ଶରୀର,,,
କିଛି ଦିନ ପରେ ପୁଣି କଅଁଳି ଉଠିବେ ସବୁ କିଛି
ଶରୀର ଧାରଣ କରିବ ନୂଆ ରୂପ,,,
ବାର୍ଦ୍ଧକ୍ୟ ପୂର୍ବରୁ ପୁଣି ଫେରିଆସିବ ଯୌବନ ,,,
ଆଉ ମୁଁ ପାଇଯିବି ପୁନର୍ଜନ୍ମ,,,!!!
ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା, କଟକ,ବାଙ୍କୀ
କବିତା ଟି ବଢିଆ ହେଇଛି ।