ପ୍ରିୟତମା
ଡ଼. ମୃତ୍ୟୁଞ୍ଜୟ ସାହୁ
ଭଲପାଏ ତତେ ବୋଲି
କହି ମୁଁ ପାରେନା…..
ହେଲେ ରହି ପାରୁନାହିଁ
ସୁନ୍ଦରୀ ତୋ ବିନା….
ଆଖିରେ ମୋ ନାଚୁଥାଏ
କେବଳ ତୋ ଛବି…..
ଆଖି ଯେବେ ଖୋଲେ ମୋର
ଖୋଜେ ତୋତେ ଭାବି……
ତୁମେ ମୋର ହୃଦୟର
ପ୍ରତିଟି ସ୍ପନ୍ଦନ…..
ଖୋଜେ ବନ୍ଦୀ କରିବାକୁ
ତୁମକୁ ନୟନ…..
ବନ୍ଧା ମୋ ସବୁ ଆୟୁଷ
ତୁମରି ପାଖରେ …..
ବିଶ୍ୱାସେ ରହୁଛି ପ୍ରିୟେ
ରଖିବ ଆଦରେ……
ବଡମ୍ବା, କଟକ