ପ୍ରକୃତି
ଶ୍ରୀକାନ୍ତ ବେହେରା
ହେ ପ୍ରକୃତି
କେବେ ତୁମେ ଶୀତଳର ଛାୟା,
କେବେ ତୁମେ କୋହ ଭରା କଣ୍ଠରେ
କୋଇଲି ର କୁହୁକୁହୁ,
ଆଉ କେବେ ତମେ ହଜି ଯାଅ
ବାଟୋଇର ହୃଦୟ ରେ |1
ହେ ପ୍ରକୃତି
କେବେ ତୁମେ ନଈର ସୁଅରେ,
କେବେ ତୁମେ ଝରଣାର କୋଳେ
ପାହାଡ଼ରୁ ଚିରି ବାହାରିଅଛ,
ଆଉ କେବେ ତମେ ସ୍ମୃତି ହେଇ
ରହିଯାଅ ମନରେ |2
ହେ ପ୍ରକୃତି
କେବେ ତୁମେ ବିରହିଣୀ ମାୟା,
କେବେ ତୁମେ ଖୋଲା ଆକାଶେ
ଜହ୍ନର ସୁନେଲି ଜୋଛନା,
ଆଉ କେବେ ତୁମେ ମଣିଷଙ୍କ ହାତେ
ସଜାଇ ନିଜ ପଣତରେ |3
କିଛି କିଛି ସୁନ୍ଦର ହୃଦୟ ଭରା ଲୋକଙ୍କ ପାଇଁ ଏଇ ପ୍ରକୃତି ହସୁଛି ଏବଂ ଆଗକୁ ଟିକି ପିଲା ପରି ମୁରୁକି ମୁରୁକି ହସିବ |
ଯାଜପୁର, ବରୀ