ପଞ୍ଚ ତୀର୍ଥ
ନୀଳାଚଳ ଧାମ ଅତି ଅନୁପମ
ଉତ୍କଳ ମଉଡମଣି,
ନୀଳଗିରି ନାଥ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କୁ ଘେନି,
ରତ୍ନ ବେଦୀ ଉପରେ,
ବସି ରହିଛନ୍ତି ଶ୍ରୀମନ୍ଦିରେ ।1
ଶଙ୍ଖ କ୍ଷେତ୍ର ମଧ୍ୟେ ପାଞ୍ଚଗୋଟି ତିର୍ଥ
ପୁଣ୍ୟ ସ୍ନାନ ପାଇଁ ମିଳେ,
ଜଗତରେ ସାର ଅତି ଚମତ୍କାର
ମହୋଦଧି ସ୍ନାନ ଫଳେ,
ଏହା ପ୍ରଥମ ତୀର୍ଥ,
ସ୍ନାନେ ମାନଵ ହୁଅଇ ତୃପ୍ତ।2
ଶ୍ରୀମନ୍ଦିର ଠାରୁ ପଶ୍ଚିମକୁ ଗଲେ
ମାତ୍ର ଅଳ୍ପ ବାଟ ଦୂର,
ଶ୍ୱେତଗଙ୍ଗା ନାମେ ପବିତ୍ର ପୋଖରୀ
ଦିଶେ ବଡ଼ ମନୋହର,
ନିଜ ଭକ୍ତଙ୍କ ପାଇଁ,
ରଖିଛନ୍ତି ନୀଳାଦ୍ରି ଗୋସେଇଁ।3
ନରେନ୍ଦ୍ର ପୋଖରୀ ମାର୍କଣ୍ଡ ପୋଖରୀ
ତୃତୀୟ ଚତୁର୍ଥ ତୀର୍ଥ,
ମାଦଳା ପାଞ୍ଜିର ଲେଖା ଅନୁସାରେ
ମିଳିଥାଏ ଏହି ତଥ୍ୟ,
ବେଢ଼ା ମଧ୍ୟରେ ତୀର୍ଥ,
ସଦା ରୋହିଣୀ କୁଣ୍ଡ ପଵିତ୍ର।4
ଏହି ରୂପେ ପଞ୍ଚ ତୀର୍ଥ ବିଦ୍ୟମାନ
ଶଙ୍ଖ କ୍ଷେତ୍ର ନୀଳାଚଳ,
ମହୋଦଧି ଶ୍ବେତଗଙ୍ଗା ମାର୍କଣ୍ଡେୟ
ଇନ୍ଦ୍ରଦ୍ୟୁମ୍ନ ସରୋବର,
ଶେଷେ ରୋହିଣୀ କୁଣ୍ଡ,
ସ୍ନାନ ମାତ୍ରେ କଟେ ଯମଦଣ୍ଡ ।5
ଅଶୋକ କୁମାର ପତି,
ଦହିଗାଁ
42 mouza, CTC.