*ପିତାମାତା*
ପିତାମାତା ଆମ ପ୍ରକୃତ ଦେବତା
କିଏ ହେବ ତାଙ୍କ ସରି?
ଜଗତ ମଧ୍ୟରେ ଜାଗୃତି ଜିଗୀଷା
କାର୍ଯ୍ୟ ସଂପାଦନ କରି।
ଅତି ଯତନରେ ଅନ୍ତରଙ୍ଗ ଭାବେ
ଛୋଟରୁ କରନ୍ତି ବଡ
ଶିକ୍ଷା ଦୀକ୍ଷା ଦେଇ ଆଲୋକ ଦେଖାନ୍ତି
ସହିଣ ଅଝଟ ଝଡ।
ନିଜ ଭଲମନ୍ଦ ପଛକୁ ପକାଇ
ପୁଅ ଝିଏ ପ୍ରୀତିଦାନ
ଅଭାବ ଲୁଚାଇ ଯୋଗାଡି ଦିଅନ୍ତି
ଅପତ୍ୟ ବରାଦ ମାନ।
ସଂସ୍କାର ସଂସ୍କୃତି ଶିଖାଇ ଦିଅନ୍ତି
ପୁତ୍ର କନ୍ୟା ଭଲ ପାଇଁ
ପ୍ରୀତି ପ୍ରତିଦାନେ ପାଳନ ପୋଷଣ
ଆଲୋକବର୍ତ୍ତିକା ହୋଇ।
ଝୁଣ୍ଟି ପଡିଗଲେ ଉଠିପଡିବାରେ
ସାଜନ୍ତି ସେମାନେ ଧୈର୍ଯ୍ୟ
ତୋଫା ତୃପ୍ତି ତୃଷା କ୍ଷମା ପରିଭାଷା
ନଭାବି ତ୍ରୁଟିକୁ ବୋଝ।
ନିଃସ୍ବାର୍ଥପରତା ପ୍ରତୀକ ସେମାନେ
ଏତେ ବଡ ଦୁନିଆରେ
ସଦା ଶିବ ସାଂଜୁ ସୃଜନୀ ଭୂମିକା
ଆମ ଏଇ ଜୀବନରେ।
ନୀହାରିକା ପଣ୍ଡା, ରାକମା, ଭାପୁର, ନୟାଗଡ଼