ପତ୍ରଝଡ଼ା ଗଛ
ପତ୍ରଝଡା ଗଛ ସବୁ
ତଥାପି
ଲଗାଲଗି ଡାଳ ମେଲେଇ
ପକ୍ଷୀଙ୍କ ଗାନ ଶୁଣିବାରେ
ମଜ୍ଜି ଯାଇଥିବା
ପୁରା ନଇଁ ଯାଇଥିବା ଗଛକୁ
ପଚାରିଲି, କାହାର ସାହାରା,
କାହାର ଆଶ୍ରାରେ
ବଞ୍ଚିବା ଶିଖିଛୁ ?
ବଡବଡ ଡାଳରେ
ଗଣି ହେଲାଭଳି
ଅଛି କିଛି ପତ୍ର,
ଫୁଲ ନାହିଁ କି ଫଳ ନାହିଁ,
କି ସାହାସ ଓ ଦମ୍ଭ ତୋର
କେମିତି ରହିଛୁ
କାହାକୁ ଦେଖୁଛୁ ?
ବଡ ପଣ ତୋର
ସଜେଇ ରଖିଛୁ
ଉଚ୍ଚା ଡାଳେ
ପକ୍ଷୀଙ୍କୁ ବସେଇ
ଗୁଣୁଗୁଣୁ ଗୀତ ବି ଶୁଣୁଛୁ,
ତୋ’ପାଖେ ନିଜର ବୋଲି
ଭାବନା ରେ କିଏ ଅଛି ?
ନିର୍ମାଲ୍ୟ ବାରିକ୍,ଯାଜପୁର।