ମହାରାସ
ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ । କ୍ଷୀର ଗରମ ଥିବାରୁ ଶ୍ରୀକୃଷ୍ଣଙ୍କ ହୃଦୟରେ ଟିକିଏ କଷ୍ଟ ଅନୁଭଵ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”। ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ ପ୍ରତ୍ୟେକ ନିଶ୍ୱାସରେ ତାଙ୍କର ନାମ ରହିଛି ? ମୁଁ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଏ, ତଥାପି ଆପଣ ମତେ କାହିଁକି ଡାକନ୍ତି ନାହିଁ ? ଶ୍ରୀକୃଷ୍ଣ କହିଲେ, ଦେବୀ ! ତୁମେ କେବେ ରାଧାଙ୍କୁ ଭେଟିଛ ? ଏହା କହି ଶ୍ରୀକୃଷ୍ଣ ସ୍ମିତହାସ୍ୟ ଦେଲେ, ପରଦିନ ରୁକ୍ମିଣୀ ରାଧାଙ୍କୁ ଭେଟିବା ପାଇଁ ତାଙ୍କ ପ୍ରାସାଦରେ ପହଞ୍ଚିଲେ ରାଧାଜୀଙ୍କ କୋଠରୀ ବାହାରେ ସେ ଜଣେ ଅତ୍ୟନ୍ତ ସୁନ୍ଦରୀ ମହିଳାଙ୍କୁ ଦେଖିଲେ ଏବଂ ମୁହଁରେ ତୀକ୍ଷ୍ଣତା ହେତୁ ସେ ଭାବିଲେ ଏ’ ହିଁ ରାଧା। ଏବଂ ତାଙ୍କ ପାଦ ସ୍ପର୍ଶ କଲେ..l ପାଦ ସ୍ପର୍ଶ କରିବାରୁ ମହିଳା ଜଣଙ୍କ ପଚାରିଲେ, ତୁମେ କିଏ ? ତେବେ, ରୁକ୍ମିଣୀ ନିଜ ପରିଚୟ ଦେବା ସହ ରାଧାଙ୍କୁ ଭେଟିବାକୁ ଆସିଥିବା କଥା କହିଲେ..ଏହା ଶୁଣି ମହିଳା ଜଣଙ୍କ କହିଲେ, “ମୁଁ ରାଧା ନୁହଁ, ରାଧାଜୀଙ୍କର ଦାସୀ..ରାଧାଜୀଙ୍କୁ ତୁମେ ସାତ ଦ୍ୱାର ପାର ପରେ ଭେଟିବାକୁ ପାଇବ..” ସାତ ଦ୍ୱାର ଅତିକ୍ରମ କରି ଯାଉଥିବା ସମୟରେ ପ୍ରତ୍ୟେକ ଦ୍ୱାରରେ ଜଣେ ଜଣେ ସୁନ୍ଦରୀ ଏବଂ ତେଜସ୍ୱୀ ମହିଳା/ଦାସୀଙ୍କୁ ଦେଖି ରୁକ୍ମିଣୀ ମନେ ମନେ ଭାବିହେଲେ 🤔 ଦାସୀମାନେ ଯଦି ଏତେ ସୁନ୍ଦରୀ, ତେଜସ୍ୱୀ ତେବେ,ରାଧାରାଣୀ ନିଜେ କିପରି ହୋଇଥିବେ ? ଶେଷରେ ରୁକ୍ମିଣୀ ଯାଇ ରାଧାଜୀଙ୍କ କୋଠରୀରେ ପହଞ୍ଚିଲେ..ରାଧାଜୀଙ୍କୁ ଦେଖିଲେ.. ଅତ୍ୟନ୍ତ ସୁନ୍ଦରୀ, ଦୀପ୍ତିମୟୀ, ତେଜସ୍ୱୀ, ଯାହାଙ୍କର ଚେହେରା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା..ରୁକ୍ମିଣୀ ହଠାତ୍ ତାଙ୍କ ପାଦତଳେ ପଡ଼ିଗଲେ… llସଂଗେସଂଗେ ପାଦ ତଳୁ ଉଠାଇ ରାଧା ରୁକ୍ମିଣୀଙ୍କୁ ଆଲିଙ୍ଗନ କଲେ… ମାତ୍ର, ରୁକ୍ମିଣୀ ଦେଖିଲେ ରାଧାଜୀ ସିନା ଦେଖିବାକୁ ସୁନ୍ଦରୀ ଥିଲେ, ହେଲେ ତାଙ୍କର ସମଗ୍ର ଶରୀରରେ ସିଝିଗଲା ପରି ଅନେକ ଗୁଡିଏ ଫୁଲା ଦାଗ ରହିଛି…ଏସବୁ ଦେଖି ରୁକ୍ମିଣୀ ଆଶ୍ଚର୍ଯ୍ୟ ହେଲେ ଏବଂ ଆଶ୍ଚର୍ଯ୍ୟ ହୋଇ ରାଧାଜୀଙ୍କୁ ପ୍ରଶ୍ନ କଲେ…ଏ’ କ’ଣ ? ଆପଣଙ୍କ ଶରୀରରେ ଏତେ ସବୁ ଫୁଲା ଦାଗ..?? ରାଧାଜୀ କହିଲେ, “ଦେବୀ, ଗତକାଲି ତୁମେ କୃଷ୍ଣଜୀଙ୍କୁ ଦେଇଥିବା କ୍ଷୀର ଟିକିଏ ଅଧିକ ଗରମ ଥିଲା..ଯାହା ତାଙ୍କ ହୃଦୟରେ ଫୁଲା ସୃଷ୍ଟି କରିଥିଲା… ଏବଂ ମୁଁ ତ ସର୍ବଦା ତାଙ୍କ ହୃଦୟରେ ହିଁ ବାସ କରେ… 😊(ଶ୍ରୀକୃଷ୍ଣ ଆହ୍ଲାଦିନୀ, ପ୍ରେମଶୀଳା, ଅନନ୍ୟ ସୌନ୍ଦର୍ଯ୍ୟମୟୀ, ଆଦିଶକ୍ତି, ପ୍ରକୃତି ସ୍ବରୂପିଣୀ ଶ୍ରୀରାଧାଙ୍କ ପ୍ରେମ ଓ ଭକ୍ତିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। କାହିଁ ରାଧାଙ୍କର କୃଷ୍ଣ ପ୍ରେମ, ଆଉ କାହିଁ ଶବ୍ଦ ସମ୍ଭାରର ଅତ୍ୟଳ୍ପ ସାମର୍ଥ୍ୟ…)
ଲକ୍ଷ୍ମୀପ୍ରିୟା ବେହେରା,
ଔପଦା, ବାଲେଶ୍ଵର