ନୂଆ ପରିଚୟ
ବନ୍ଧୁତାକୁ ନୂଆ ପରିଚୟ ଦେଇ
ପ୍ରେମିକ ସାଜିଲ ଯେବେ
ଦିନ ଆଉ ରାତି ଲାଗେ ଏକା ଏକା
ବିଚରଣ କରେ ଭାବେ ।
ସ୍ପନ୍ଦନ ଶବ୍ଦରୁ ପ୍ରିୟ ନାମ ଶୁଭେ
ଝଙ୍କୃତ ପୀରତି ଗୀତ
କ୍ଷଣକ ମୁହୂର୍ତ୍ତ ହୋଇଯାଏ ତିକ୍ତ
ଭାବ ଚୁମ୍ବନରେ ସିକ୍ତ ।
ହାତେ ହାତ ଧରି ଆପଣାର କରି
ସିନ୍ଥି ଦେବ କି ମୋ ଭରି
ଜନ୍ମ ଜନ୍ମ ପାଇଁ ନେବ ଆପଣାଇ
ବାନ୍ଧି ସୁହାଗିନୀ ଡୋରି ।
ପ୍ରୀତିର ସୁବାସ ମନ କରେ ବ୍ୟସ୍ତ
ମଧୁର ମଳୟ ହୋଇ
ଅବା ସେ ଫଗୁଣ ଅବା ସେ ଶ୍ରାବଣ
ସଦା ଯାଏ ଚୁମି ଦେଇ ।
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡ଼ମ୍ବା, କଟକ