ସତରେ କଣ ଆଜି ଆମେ ସ୍ୱାଧୀନ
ଏହା ଏକ ବିରାଟ ଖୁସିର ଦିବସ, ବଳିଦାନର ଦିବସ, ତ୍ୟାଗର ଦିବସ । କାରଣ ଏ ଅମୂଲ୍ୟ ଦିବସକୁ, ଅମୂଲ୍ୟ ପ୍ରାପ୍ତ କରିବା ପାଇଁ ହଜାର ହଜାର ଦେଶପ୍ରେମୀମାନଙ୍କର ରକ୍ତ ଜର୍ଜରିତ ଏବଂ ତ୍ୟାଗର ମୂଲ୍ୟ ଯାହା ଦ୍ୱାରା ଆଜି ଆମକୁ ଶାନ୍ତି ମିଳୁଛି, ଆମେ ନିଜକୁ ସ୍ୱାଧୀନ ବୋଲି କହୁଛନ୍ତି ।
ଏ ଦିବସଟି ହେଉଛି ଅଧିକାରର ଦିବସ, ନିଜର କର୍ତ୍ତବ୍ୟ ର ଦିବସ ।
ପ୍ରକୃତ ରେ ସ୍ୱାଧୀନତା କଣ – ସ୍ୱ ଅଧୀନ ବା ନିଜ ଅଧୀନରେ ରହିବା । ସ୍ୱାଧୀନତା ଦିବସ ବୋଲି ଏହା ନୁହେଁ କି କୌଣସି ଜାଗାରେ ପତାକା ଉତ୍ତୋଳନ କରି ମିଷ୍ଠାନ ବଣ୍ଟନ କରିବା । ଏ ସୁନ୍ଦର ଦିବସରେ ଆମର ତ୍ୟାଗ ଓ କର୍ତ୍ତବ୍ୟ କଣ ମନେ ପକାଇବା ।
ଆଜି ଭାରତ ବର୍ଷ ଏକ ବିରାଟ ଗଣତନ୍ତ୍ର ଦେଶ, ବିରାଟ ଧର୍ମନିରପେକ୍ଷ ଦେଶ । କିନ୍ତୁ ଏ ଜାଗାରେ ପ୍ରଶ୍ନ ଉଠେ :- ଆମେ କଣ ପ୍ରକୃତରେ ସ୍ୱାଧୀନ ? କାରଣ ପ୍ରତ୍ୟେକ ମୁହୂର୍ତ୍ତ ରେ ଏଠି ବଳାତ୍କାର ହେଉଛି, ଭ୍ରଷ୍ଟାଚାର, ବ୍ୟବିଚରା, ପ୍ରତ୍ୟେକ ମୁହୂର୍ତ୍ତ ରେ ଅନ୍ୟାୟ । ଭାରତ ଆଜି RAPE ବା ବଳାତ୍କାର ରେ ଅଗ୍ରଣୀ ଦେଶ ହେଇ ସାରିଲାଣି । ଏ ସମୟ ଆସିଛି ନିଜକୁ ପଚାରିବା ପାଇଁ ଆମେ କେତେ ଦୂର ସ୍ୱାଧୀନ । ଏ ମାଟିର ବୀରପୁତ୍ରମାନେ ତ ତାଙ୍କର ରକ୍ତ ଦେଇ ହଜାର ହଜାର ବିଦେଶୀମାନଙ୍କୁ ଘଉଡ଼ାଇ ଦେଇଛନ୍ତି, ବାହାର ଶତ୍ରୁ ଙ୍କ ଠାରୁ ଆମକୁ ମୁକ୍ତ କଲେ । କିନ୍ତୁ ଆମେ କଣ ଆଜି ଆମ ଭିତରେ ଥିବା ନକାରାତ୍ମକ ଚିନ୍ତାଧାରା ରୁ ମୁକ୍ତ ?
କୁହାଯାଇଥିଲା – ଭାରତ ସେହିଦିନ ସ୍ୱାଧୀନ ହେବ ଯେଉଁଦିନ ଏକ ନାରୀ ମଧ୍ୟରାତ୍ରିରେ ରାଜରାସ୍ତାରେ ଯାତ୍ରା କରିପାରିବ । ସେହି ହିସାବରେ ଆମେ କଣ ସ୍ୱାଧୀନ । ଆଜି ପ୍ରତ୍ୟେକ ମୁହୂର୍ତ୍ତ ରେ ନାରୀ ଆଜି ଅସୁରକ୍ଷିତ, ଆଜି ସମଗ୍ର ଦେଶରେ ଭ୍ରଷ୍ଟାଚାର, ବ୍ୟବିଚାର ବଢିଚାଲିଛି । ଏ କର୍ତ୍ତବ୍ୟ କାହାର ? ଏ କର୍ତ୍ତବ୍ୟ ଆମର, କାହିଁକି ନା ଆମକୁ ନେଇ ସମାଜ ଗଠିତ ବା ଏ ଦେଶ ଗଠିତ । ଆମେ ଯେତେବେଳେ ଆମ ଅଧିକାରକୁ ସାବ୍ୟସ୍ତ କରୁଛନ୍ତି, ସେତେବେଳେ ଆମ କର୍ତ୍ତବ୍ୟ କୁ ସାବ୍ୟସ୍ତ କରିବା ନିତ୍ୟାନ୍ତ ଆବଶ୍ୟକ ।
ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମ ବୀରପୁରୁଷ ଙ୍କ ସ୍ୱପ୍ନକୁ ସାକାର କରିବା । ଏ ଜାତିକୁ ଏ ସମାଜକୁ ଏକ ନୂଆ ଦିଗଦର୍ଶନ ଦେବା । ଏମିତି ଅବସ୍ଥାକୁ ନେବା ଉପରେ ବା ସ୍ୱର୍ଗ ରେ ଥାଇ, ସେ ବୀରପୁରୁଷମାନେ କହିବେ ହଁ, ଏ ଭାରତୀୟ ମାନେ ହେଉଛନ୍ତି ପ୍ରକୃତରେ ଜଣେ ଜଣେ ଯୋଗ୍ୟ ଭାରତୀୟ ।
ସମୀର ସ୍ୱାଇଁ
ବଡ଼ମରିଚାପଲ୍ଲୀ, ରାଜନଗର
କେନ୍ଦ୍ରାପଡ଼ା