ନୀଳକଇଁ
ଆକାଶର ସୀମା ନିଅଣ୍ଟ ପଡିବ
ମୋ ପ୍ରେମ ପାଖରେ ସାଥି,
ସିନ୍ଧୁ ଗଭୀରତା ମାପି ହୋଇଯିବ
ମୋ ପ୍ରେମ ହେବନି ମାପି.
ଯେତେ ଅଣଦେଖା କର ପଛେ ମତେ
ମୁଁ ସେମିତି ଭଲ ପାଉଥିବି,
ପାଇବାର ଆଶା ରଖିନି କେବେ ତ
ଦୂରରୁ ଦେଖି ମୁଁ ଖୁସି ହେବି.
ତୁମେ ତ ଦେବତା ମୁଁ ପୁଜାରିଣୀ
ମନ ମନ୍ଦିରରେ ପୂଜୁଥିବି,
ଲୋଡାନାହିଁ ମୋର ଆଶିଷ ତୁମର
ତୁମ ଇଛା କୁ ମୁଁ ମାନିନେବି.
ଦୂର ଚାନ୍ଦ ତୁମେ ଥାଇ ଦୂରେ ଦୂରେ
ଏମିତି ଜୋଛନା ଦିଅ ଛାଇ,
ଶୀତଳ କିରଣ ସ୍ପର୍ଶ ନ ପାଇବି
ହସୁଥିବ ତୁମ ନୀଳକଇଁ.
ଶ୍ରୀମତୀ କୃଷ୍ଣା ଦାସ.
ପୁରୀ.