ମେଘମଲ୍ହାର
ବିଜୁଳିର ଜଲସାରେ ମୁଁ ମେଘମଲ୍ହାର
କେଉଁ ଏକ ଦରଦୀର ମୁଁ କରୁଣ ସୁର
ମୁଁ ଗଲାପରେ ଯେଉଁ ସନ୍ଧ୍ୟା ଆସିବ
ମୋକଥା ଜହ୍ନଆଉ ଆକାଶକହିବ…
ମୁଁଥିଲି ମରୀଚିକା ତୁମ ସବୁଜ ସ୍ବପ୍ନର
ମୁଁଶୁଷ୍କତରଙ୍ଗିଣୀ ତୁମ ସାଗର ବୁକୁର
ମୁଁ ଗଲାପରେ ଯେଉଁ ଲହରୀ ଉଠିବ
ମୋକଥା ବେଳାଆଉଶାମୁକା କହିବ.
ବୟସର ଶିତ୍କାର ମୁଁ ପହିଲି ସ୍ପର୍ଷର
ସମୟ ର ସ୍ପନ୍ଦନ ମୁଁ ବିଗତ ସ୍ବପ୍ନ ର
ମୁଁ ଗଲାପରେ ଯେଉଁ ମଳୟ ବହିବ
ମୋକଥା ବସନ୍ତ ଆଉ ବଉଳ କହିବ.
ମୁଁରକ୍ତିମ ଆଭାପରା ଗୋଧୂଳି ଲଗ୍ନର
ମୁଁ ସିକ୍ତ ବାରିଧାରା ତପ୍ତ ଧରଣୀର
ମୁଁଗଲାପରେ ଯେଉଁଗୋଲାପ ଫୁଟିବ
ମୋକଥା ଅଳି ଆଉ କଳିକା କହିବ।
ଶ୍ରୀମତୀ କୃଷ୍ଣା ଦାସ.
ପୁରୀ.