ମୂକସାକ୍ଷୀ
ଇତିହାସର ଫର୍ଦ୍ଦକୁ ଲେଉଟାଅ
ମୋତେ କେଉଁଠି ନା କେଉଁଠି ପାଇବ!
ସେ ଡାଇନାସୋର ଯୁଗରୁ
ଏବେର ଆମାଜନ ଆନାକୋଣ୍ଡା
ସବୁଠି ମୁଁ!
କେବେ ରେଡଡାଟା ବୁକ ଖେଳାଇ ନିଅ
ମୋ ନାଁ ଗୋଲପି ପୢଷ୍ଠାରେ ପାଇବ।
ଦେଖିଛି ମୁଁ ଦିଗବଳୟ ବ୍ଯାପି
ସେ ଚିରହରିତ ରୁ ଆଧୁନିକ ସାହାରାର ରୂପାନ୍ତରିକରଣ
ଦେଖିଛି ମୋ ଜାତି ତ୍ରେତୟା
ଦ୍ବାପରର ମହାଭାରତ
ଆଉ ବିଭତ୍ସ ପ୍ରଥମ ଦ୍ବିତୀୟ ବିଶ୍ବଯୁଦ୍ଧ!
କେବେ ମୁଁ ପରିବ୍ରାଜକ ଭାବେ
ଅସରନ୍ତି ରାସ୍ତାରେ
କେବେ କେଉଁ ପ୍ରେମିକର ପଥଚାହିଁ
ଅବିଶ୍ରାନ୍ତ ପଥିକ,
କେବେ ଥୁଣ୍ଟା ଗଛକୁ ପଚାରେ
ଅଲୋଡା ମନର କୋହ
ତମାମ ଘଟଣାକୁ ପିଇଯାଏ
ଏ ଦିଗବଳୟରୁ ସେ ଦିଗବଳୟକୁ
ଆଖି ଥରେ ବୁଲେଇଆଣିବା ଭିତରେ
ଏକ ନିଶ୍ବାସରେ
ଯେଣୁ ମୁଁ ମୂକସାକ୍ଷୀ!
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା