ଅତିତାବଲୋକନ
*****************************
ତୁମେ ତ ଆବାହନ କରିଛ ପ୍ରଳୟ କୁ……
ଏକ ବିସର୍ଜିତ ମାନସିକତା ରେ……
କେବେ ଚାହିଁଛ ସଂସ୍ଥାପନ କରିବା କୁ ଶାନ୍ତି ର ମୂର୍ତ୍ତି ଟିଏ…..?
ନଗର ସଭ୍ୟତା ର ଦ୍ୱାହିଦେଇ ମାତିଗଲ ସକଳିକରଣ ରେ
ପାଇଲ କଣ? ହରେଇଲ କଣ?
କେବେ ପଛକୁ ଦେଖିଚ?
ବିଶ୍ୱ ସନ୍ନିଧାନ ଆଶ…..ନିଶ୍ଚେ କରିବ ସର୍ବନାଶ।
ସ୍ୱାର୍ଥ ପାଇଁ ଅବଗୁଣ୍ଠନ ପ୍ରକୃତି……
ସବୁଜିମା ଆଜି ବିଷ ମୟ…..
ଦ୍ରବ୍ୟ ଶୁଦ୍ଧି ହେବ ବା କିପରି?
ନିଜେ ନିଜକୁ ନାଶିବାରେ ତୁମେ ଯେ ସିଦ୍ଧହସ୍ତ ଏହା ପ୍ରମାଣିତ।।
ମୁଁ ତ’ ବିଲୁପ୍ତ ପ୍ରାୟ…..କିନ୍ତୁ ମୁଁ ଭାବେ ତୁମ କଥା……
ଯୁଗ ଆରମ୍ଭରୁ ତୁମ ଜୟ ଯାତ୍ରା ଦେଖିଛି….
ତୁମେ ହାରିଯିବନି ତ ଏବେ?
ତେଣୁ ହେ ମାନବ! ଏ ମୁଦ୍ରା ଅଚଳନ୍ତି….
ବୃକ୍ଷରୂପୀ ମହାମୁଦ୍ରା ଟିଏ କର ରୋପଣ..
ଭବିତବ୍ୟ ଦେଖିବ ଅନେକ ନୂଆ ଜୀବନ।।
କୁମାର ସୋନୁ
ଗଞ୍ଜାମ