ମନ୍ଦବୁଦ୍ଧି
ମନ୍ଦବୁଦ୍ଧି ବାବୁ ପ୍ରଖର ଚକ୍ର କୂଟ ଭଉଁରୀ,
ବୁଡ଼ାଏ ନିଜକୁ ଅନ୍ୟଙ୍କୁ ମାରେ ଟାଣି ଘୋଷାରି ।
ମନ୍ଦବୁଦ୍ଧି କାଳ ନଜର ବାତଚକ୍ର ପରାଏ,
ଘୂରିବୁଲେ ଚାରିପାରୁଶେ ଉଣ୍ଡେ ସୁଯୋଗ ଶୂନ୍ୟେ ।
ଦେଖିଲେ ବିପଦ ଆପଦ ରାତି ଅନ୍ଧାର ବେଳା,
ରଚେ ଷଡଯନ୍ତ୍ର କୁବୁଦ୍ଧି କା’ର ବୁଡାଏ ଭେଳା ।
ମୁଖେ କଥା କହେ ମଧୁର ମିଠା ମିଠା ଲାଗଇ,
ବିଷକୁମ୍ଭ ପୟମୁଖଟି ମନ୍ଦବୁଦ୍ଧି ଅଟଇ ।
ଘର ଢିଙ୍କି ହୁଏ କୁମ୍ଭୀର ଗିଳେ ଆତ୍ମୀୟ ଜନ,
ବୁଝେ ନାହିଁ ମନ୍ଦ କୁବୁଦ୍ଧି ସ୍ନେହ ମମତା ପ୍ରେମ ।
କାନ୍ଦ ସକ ସକ ବାହୁନି ମିଛେ କୁମ୍ଭୀର ପରି,
ହସଇ ଦାନ୍ତକୁ ନେଫେଡି କହେ ଉପରେ ପଡି ।
ଲାଗଇ ସବୁଠୁ ଆପଣା ପାଞ୍ଚୁଥାଏ ବିନାଶ,
ଅଟେ ମନ୍ଦବୁଦ୍ଧି ଦୁର୍ଜନ ତାର ପାଖେ ନ ପଶ ।
ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ,
କବୀରପୁର,
ଯାଜପୁର