ମାଟି ମଟାଳର ମଣିଷ
ଏଇ ମାଟି ମାଆ ଜନମ ଭୂମି ମୋ
ଏହି କର୍ମ ଭୂମି ମୋର,
ମାଟି ମଟାଳର ମଣିଷ ଟିଏ ମୁଁ
ମାଟିରେ ମିଶିବା ସାର ।। ୧ ।।
ମାଟି ମାଆ କୋଳେ ଚାଲି ମୁ ଶିଖିଲି
ବଢ଼ିଲି ତା ଶସ୍ୟ ଖାଇ,
ତା ବକ୍ଷ ସୁନ୍ଦର ବୃକ୍ଷ ତରୁ ଲତା
ପାହାଡ ଝରଣା ନଈ ।। ୨ ।।
ଏଇ ମାଟି ଦେଲା ଆହାର ଆମକୁ
ମାଟିରେ ଗଢ଼ିଲୁ ପାତ୍ର,
ମାଟିର ଦୀପଟି ଅନ୍ଧାର ଦୁରେଇ
ଜଳେ ଆସିଗଲେ ରାତ୍ର ।। ୩ ।।
ଏ ମାଟି କୁଡୁଆ ପବିତ୍ର ହୁଅଇ
ଭୋଗ ଲାଗି ଜଗନ୍ନାଥ,
ପ୍ରସବିଲା ଏଇ ମାଟି ବୀର ପୁତ୍ର
ନୁଆଁଏ ଜଗତ ମାଥ ।। ୪ ।।
ଚଷା ପୁଅ ଶସ୍ୟ ଅମଳ କରଇ
ଲଗାଇ ସେ ମନ ପ୍ରାଣ,
ଏଇ ମାଟି ମାଆ ଜୀବନର ସାହା
ବଞ୍ଚାଏ ସଭିଙ୍କ ପ୍ରାଣ ।। ୫ ।।
ସୁଭଦ୍ରା ମହାପାତ୍ର
କଟକ