September 27, 2022
11 11 11 AM
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି 
ବେଳ କାହିଁ — ତଫିଜୁଲ ହୋସେନ
ହସେ ଆମ ବଗିଚା — ମମତା ଶତପଥୀ
ପାର୍ବଣେ ବନଦୁର୍ଗା — ମିନତି ଦାଶ
ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ 
ବାଟବଣା ପଥିକା — ରୋଜି ରଣା
ଇଚ୍ଛା — ରୋଜି ରଣା
କହ ଚକାଡୋଳା —କଳ୍ପନା ରାୟ                      
ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର 
ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର
ଧ୍ୟାନମଗ୍ନ — ସସ୍ମିତା ସାହୁ
ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା
*ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ*
ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା
Peace-The heartbeat of the world — Matthew Lee Gbigbi
Peace-The heartbeat of the world — Dr.Sailabala Dash
Peace-The heartbeat of the world — Joscephine Gomez
Peace-The heartbeat of the world — James A.Livingstone
ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା
ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର
Latest Post
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି  ବେଳ କାହିଁ — ତଫିଜୁଲ ହୋସେନ ହସେ ଆମ ବଗିଚା — ମମତା ଶତପଥୀ ପାର୍ବଣେ ବନଦୁର୍ଗା — ମିନତି ଦାଶ ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ  ବାଟବଣା ପଥିକା — ରୋଜି ରଣା ଇଚ୍ଛା — ରୋଜି ରଣା କହ ଚକାଡୋଳା —କଳ୍ପନା ରାୟ                       ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର  ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର ଧ୍ୟାନମଗ୍ନ — ସସ୍ମିତା ସାହୁ ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା *ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ* ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା Peace-The heartbeat of the world — Matthew Lee Gbigbi Peace-The heartbeat of the world — Dr.Sailabala Dash Peace-The heartbeat of the world — Joscephine Gomez Peace-The heartbeat of the world — James A.Livingstone ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର

ମାଟିର ମଣିଷ — ଅର୍ଚ୍ଚନା ନାୟକ

ମାଟିର ମଣିଷ  (ଗଳ୍ପ)

 

 

କେଉଁ ଏକ ଅପନ୍ତରା ଇଲାକାର ଗାଁ ଟିଏ ରଟପଙ୍ଗ ।ସହରୀ ସଭ୍ୟତା ର ସ୍ପର୍ଶ ଠୁ ବହୁତ ଦୂରରେ।ଗାଁ ଟିରେ ୩୫ କି ୪୦ଟି ଘର। ତନ୍ମଧ୍ୟରୁ କାଶୀରାମର ଘର।ତା ଘରେ ମାତ୍ର ତିନୋଟି ପ୍ରାଣୀ।ଘରଣୀ ବନାନୀ ଓ ପୁଅ କଳ୍ପତରୁ କୁ ନେଇ ତା ଛୋଟିଆ ସଂସାର।ବୃତ୍ତିରେ ସେ କୁମ୍ଭାର।ନିଜ ବାପ ଅଜାଙ୍କ କୌଳିକ ବୃତ୍ତି କୁ ଆଦରି ଆସିଛି ଆଜି ପର୍ଯ୍ୟନ୍ତ। ସେ ମାଟିରେ ବିଭିନ୍ନ ମୂର୍ତ୍ତି,ଦୀପ,ଧୂପଦାନୀ ,ମାଟି ଚୁଲା,ମାଟି ହାଣ୍ଡି,କୁଡୁଆ,ନନ୍ଦ ଠାର ଆରମ୍ଭ କରି ଅନେକ ଅନେକ ଛୋଟ ପିଲାଙ୍କ ଖେଳନା ଗଢେ।ଆଖି ପାଖ ଗାଁ କୁ ନେଇ ବେଶ୍ ଦୁଇ ପଇସା କମାଏ।ଏଥିରେ କାଶୀରାମର ଘରଣୀ ବନାନୀ ତାକୁ ସହଯୋଗ କରେ। ଦୁହିଁଙ୍କ ସ୍ବପ୍ନ ଥିଲା ଅନ୍ୟ ପିତାମାତାଙ୍କ ପରି ପୁଅକୁ ବଡ଼ ମଣିଷ କରିବେ। କିନ୍ତୁ ପୁଅର ଚିନ୍ତା ଭିନ୍ନ।ଭିନ୍ନ ତାର ଲକ୍ଷ୍ୟ।ସେ ନିଜକୁ ନିଜେ ଭାବେ କାହିଁ ?ମୋ ରକ୍ତରେ କ’ଣ ସେ ପୂର୍ବପୁରୁଷ ମାଟିର ମଣିଷ ମାନଙ୍କର ରକ୍ତ ବୋହୁନି! କଥାରେ ଅଛି ପରା -“ପେଟ ପୋଷ, ନାହିଁ ଦୋଷ”!

ଆଉ ବଞ୍ଚିବା ପାଇଁ ଯୌକଣସି ବୃତ୍ତି ଗ୍ରହଣୀୟ।

ଦିନେ କଳ୍ପତରୁ ତାଙ୍କ ଗୁରୁଜୀଙ୍କ ଠୁ ଶୁଣିଥିଲା ଯେ, “ଜୀବନରେ ଯାହାବି ହୁଅ ସେଥିରେ ଶ୍ରେଷ୍ଠ ହୁଅ।ଘାସ କଟାଳି ହୁଅ ତ ଉତ୍ତମ ହୁଅ ଏବଂ ଘୋଡା ଚଢାଳି ହୁଅ ତ ଉତ୍ତମ।”–ଏହି ପଦକ କଥା ତା ମନକୁ ଛୁଇଁ ଥିଲା।ଏଣେ ବାପାମାଆଙ୍କ ମନ କଷ୍ଟ ହେବନି ବୋଲି କିଛି କହିପାରେନା।ବାପା ମାଆ ବି ତାକୁ ଏ କାମଠୁ ଦୂରେଇ ରଖନ୍ତି।ଏଣୁ କଳ୍ପତରୁ ନିଜ ପଢ଼ାରେ ମନଯୋଗ କରେ।

 

ଏଥିମଧ୍ୟରେ….. ୧୫ ବର୍ଷ ବିତିଯାଇଛି।କଳ୍ପତରୁ ପାଠ ପଢି ଏକ କୃଷି ବୈଜ୍ଞାନିକ ହୋଇଛି।ଏଥର ବାପା ମାଆଙ୍କୁ ନିଜ ପାଖକୁ ନେଇ ଆସିଛି ସୁଦୂର ଆନ୍ତର୍ଜାତିକ ସହରକୁ। କାଶୀରାମ ଓ ବନାନୀ ଙ୍କୁ ସେଠି ଭାରି ଅସହଜ ମନେ ହୋଉଛି।କାରଣ ସେଠି ତାଙ୍କ ପ୍ରିୟ ମାଟି ନାହିଁ ଆଉ ଏତେ ଗଛ ବି ନାହିଁ । ଚାରିଆଡ଼େ ମାର୍ବଲ୍ ପ୍ରସ୍ତରରେ କାରୁକାର୍ଯ୍ୟ ଓ ସୁଉଚ୍ଚ ସୁଉଚ୍ଚ ଅଟ୍ଟାଳିକା।

ଏଣେ କଳ୍ପତରୁ ସବୁ ଲକ୍ଷ୍ୟ କରୁଥିଲା । ସେମାନଙ୍କ ହାବଭାବକୁ। ହଠାତ୍ ଦିନେ କଳ୍ପତରୁ ସେମାନଙ୍କୁ ନିଜ କାରରେ ବସାଇ ନେଇଗଲା ସହରର ଏକ ଜନଶୂନ୍ୟ ସ୍ଥାନକୁ।

ସେଠି ପହଞ୍ଚିବା ପରେ କାଶୀରାମ ଓ ବନାନୀ ଙ୍କ ଆଖିରୁ ଝରିପଡିଲା ସିନ୍ଧୁଏ ଖୁସିର ସାଇତା ଲୁହ!

 

କାରଣ ସେଠି କଳ୍ପତରୁ ଏକ “ମାଟିମଟାଳର ମଣିଷ ଫାଉଣ୍ଡେସନ୍” ଗଢି କିଛି ଅନାଥ ପିଲାଙ୍କୁ ତା ବାପାଙ୍କ ଅଜ୍ଞାତରେ ଶିଖିଥିବା ସେଇ କୌଶଳ ଶିଖାଇ ବଞ୍ଚିବା ର ରାହା ଦେଖାଉଥିଲା।ଏଥର ବର୍ଷ ମିଳିଥିବା “ପ୍ରେରଣାଦାୟୀ ଯୁବ ସମ୍ମାନ” ମଧ୍ୟ ଦେଖାଇଲା।ଏଥର କାଶୀରାମ ଓ ବନାନୀ ସେମାନଙ୍କ କୌଳିକ ବୃତ୍ତି କୁ ନେଇ ଆହୁରି ଗର୍ବିତ ମନେ କରି ନିଜ ପୁଅକୁ ଆଲିଙ୍ଗନ କଲେ ଓ କିଛି ଦିନ ସେଠାରେ ରହି ସବୁର ଦ୍ବାୟିତ୍ବ ଫାଉଣ୍ଡେସନ ର କୋର୍ଡିନେଟର୍ ହାତରେ ଅର୍ପଣ କରି କଳ୍ପତରୁ ପୁଣି ଫେରିଗଲେ ସେ ଦୁହିଁଙ୍କୁ ନେଇ ସେଇ ମାଟିର ଗାଁ କୁ।ସେଇ ଅନିଦ୍ୟ ମାଟିର ଆକର୍ଷଣ ନିକଟକୁ ।

 

 

ନାମ- ଅର୍ଚ୍ଚନା ନାୟକ

ଜିଲ୍ଲା – କେନ୍ଦ୍ରାପଡ଼ା

 119 total views,  1 views today

Leave a Reply