April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ନୃସିଂହ ଚତୁର୍ଦ୍ଦଶୀ(ପ୍ରବନ୍ଧ)–ସରୋଜିନୀ ପତି*

ନାମ- ସରୋଜିନୀ ପତି
ଗ୍ରାମ/ ପୋ:- ରସୁଲପୁର
ଜିଲ୍ଲା:- ଯାଜପୁର
ପ୍ରବନ୍ଧ- ନୃସିଂହ ଚତୁର୍ଦ୍ଦଶୀ
**************
ବୈଶାଖ ମାସ ଶୁକ୍ଳପକ୍ଷ ସ୍ଵାତୀ ନକ୍ଷତ୍ର ଶନିବାର ଦିନ ନୃସିଂହ ନାଥ ମହାପ୍ରଭୁଙ୍କ ର ଜନ୍ମଦିନ ପର୍ବ ପାଳନ କରାଯାଏ ।
ନୃସିଂହନାଥ ହେଲେ ନର ଓ ସିଂହ ଙ୍କ ର ମିଶ୍ରଣ କୁ ନେଇ ସୁନ୍ଦର ବିଗ୍ରହ ସୃଷ୍ଟି ,
ଅର୍ଥାତ୍ – ନିମ୍ନ ଭାଗ ନର ମୁଖମଣ୍ଡଳ ଓ ପଞ୍ଜା ସିଂହ ସ୍ଵରୂପ ରେ ବିରାଜିତ । ତେଣୁ
ସ୍ବୟଂ ବିଷ୍ଣୁ ନାରାୟଣ ଙ୍କ ର ଚତୁର୍ଥ ଅବତାର ରୂପେ ଭକ୍ତ ପ୍ରହ୍ଲାଦର ମାନ ରକ୍ଷା କରିବା ନିମନ୍ତେ ରାକ୍ଷସ କୁ ନିଧନ କରି ବା ପାଇଁ ତାଙ୍କୁ ଏପରି ରୂପ ଧାରଣ କରିବାକୁ ପଡ଼ିଥିଲା । ଯେତେବେଳେ ସମାଜ ରେ ଅସତ୍ଯ, ଅନ୍ଯାୟ, ଅଧର୍ମ ଅତ୍ୟାଚାର,ବଢି ବଢି ଚାଲେ ସେତେ ବେଳେ ସତ୍ୟର ପ୍ରକାଶ ପାଇଁ ସାଧୁସନ୍ଥ ମାନଙ୍କୁ ଓ ଭକ୍ତ ର ସୁରକ୍ଷା ପାଇଁ ଈଶ୍ୱର
ଯୁଗେ ଯୁଗେ ଅବତାର ନେଇ ଛନ୍ତି ।
ଭକ୍ତ ପ୍ରହ୍ଲାଦ ଯେତେବେଳେ ପିତା ହିରଣ୍ୟ କଶିପୁ ଦ୍ଵାରା ଅତ୍ୟାଚାରୀତ,ଲାଞ୍ଜିତ ହେଉ ଥିଲା ଏବଂ ପ୍ରଭୁ ଙ୍କୁ ଅପମାନିତ ଭାଷା ରେ ତିରସ୍କାର କରୁଥିଲା ତଥାପି
ତାର ଦୋଷ କୁ କ୍ଷମା କରିଚାଲିଛିଲେ ପ୍ରଭୁ ! ଅତ୍ୟାଚାର ର ସୀମା ଉଲଙ୍ଘନ କରି ଚାଲିଥାଏ।ଦିନକର ଘଟଣା ଭକ୍ତ ପ୍ରହ୍ଲାଦ ଙ୍କ ଉପରେ କଠୋର ଅତ୍ୟାଚାର ହେଵା ସମୟରେ ପିତା ଙ୍କୁ ବୁଝାଇବା କୁ ଚେଷ୍ଟା କରି କହିଲେ ପ୍ରଭୁ ହେଲେ ସର୍ବତ୍ର ବିଦ୍ୟମାନ । ସେ ସର୍ଵଶକ୍ତି ମାନ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି ।ସେ ମଧ୍ୟ କୃପ୍ରାଳୁ ! ଏହି କଥା ଶୁଣି ବା ମାତ୍ରେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଆହୁରି ଅତ୍ୟାଚାର କଲେ,ଓ
କହିଲେ ତେବେ ତୋ ଇଷ୍ଟ କୁ ସ୍ମରଣ କରି
ତୋ ଇଷ୍ଟ କୁ ମତେ ଦେଖାଅ ! ଏହି ଘରେ
ଯେଉଁ ଖମ୍ଵ ଅଛି ସେଥିରେ ସେ ଅଛି। ଉତ୍ତର ଦେଲେ ପିତା ସେ ସବୁଠାରେ ଅଛନ୍ତି । ସଙ୍ଗେ ସଙ୍ଗେ ଖମ୍ଵ କୁ ପ୍ରହାର କଲେ କହିଲେ ଦେଖାଅ ଆଜି କାହିଁ ‘
ତୋର ଇଷ୍ଟ, ? କାହିଁ ତୋର ପ୍ରଭୁ ?
ଖମ୍ଵ ଉପରେ ପ୍ରହାର କରିବା କ୍ଷଣି ପ୍ରଭୁ
ନୃସିଂହନାଥ ବିକଟାଳ ରୂପ ଧାରଣ କରି
ହିରଣ୍ୟକଶିପୁ କୁ ନିଜ ଜଙ୍ଘ ଉପରେ ପକାଇ ସିଂହ ରୂପି ପଞ୍ଜାରେ ନଖ ମୂନ ରେ ବିଦାରଣ କରି ଦେଲେ । ଶାନ୍ତ କ୍ଷାନ୍ତ ହେଵା ପାଇଁ ଭକ୍ତ ପ୍ରହ୍ଲାଦ ଵନ୍ଦନା ଓ ସ୍ମୃତି
ପାଠ କଲେ । ସମସ୍ତ ରାଜ୍ୟ ଵାସିଗଣ ଧନ୍ୟ ଧନ୍ୟ କହି ପ୍ରାର୍ଥନା କଲେ । ସେବେ
ଠାରୁ ଆମ ଦେଶରେ ରେ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନୃସିଂହ ଚତୁର୍ଦ୍ଦଶୀ ବ୍ରତ ରୂପେ ପାଳନ କରୁଛନ୍ତି । ଏକାନ୍ତ ଉପବାସ କରି ପ୍ରଭୁ ଙ୍କୁ ଭାଵଭକ୍ତି ରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ପୂଜା
ବିଧିବିଧାନ ରେ ପାଳନ କରୁଛନ୍ତି । ନୃସିଂହ ଚତୁର୍ଦ୍ଦଶୀ ଗୃହ ରେ ଜପ,ତପ,ଓ ବିଧିବିଧାନ ଅନୁଯାୟୀ ଉପବାସ ରହି ବ୍ରତ ପାଳନ ସହିତ ପୂଜା ବିଧି ସମାପ୍ତ କରନ୍ତି ।
ଶ୍ରୀ କ୍ଷେତ୍ର ମହାତ୍ମା –
ଶ୍ରୀ କ୍ଷେତ୍ର ରେ ନୃସିଂହ ନାଥ ଙ୍କୁ ଆଦ୍ୟ ନାଥ ବୋଲି ପୂଜା କରାଯାଉଛି । ତାଙ୍କୁ
ଯଜ୍ଞନାଥ ବୋଲି କୁହାଯାଏ । ବିଷ୍ଣୁଙ୍କ ଅବତାର ର ଏହା ଚତୁର୍ଥ ଅବତାର ରୂପେ ଵର୍ଣ୍ଣନା ଅଛି । ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ
ରାଜା ବିଦ୍ୟାପତି ଦ୍ଵାରା ନୀଳମାଧବ ଙ୍କ ସନ୍ଧାନ ନପାଇ ନିରାଶ ହୋଇ ପଡିଲେ।
କାରଣ ପ୍ରଭୁ ନୀଳମାଧବ ଜାଣିଲେ ଏ କଥା ପ୍ରଘଟ ହୋଇଗଲା । କେବଳ ବିଶ୍ଵାବସୁ ମତେ ଏକାନ୍ତ ରେ ପୂଜା କରୁଥିଲା । ପ୍ରଘଟ ର ପର ମୁହୂର୍ତ୍ତରେ ସେ ଅନ୍ତର୍ଦ୍ଧାନ ହୋଇ ଗଲେ । ନିଳକ
ଣ୍ଠେଶ୍ଵର ମନ୍ଦିର ପାଖରେ ନାରଦଙ୍କ ନିର୍ଦ୍ଦେଶକ୍ରମେ ସହସ୍ର ସହସ୍ର ସଂଖ୍ୟାରେ ଅଶ୍ଵମେଧ ଯଜ୍ଞ ଆରମ୍ଭିଲେ ।
ସେଠାରେ ଯଜ୍ଞନୃସିଂହ ମହାପ୍ରଭୁଙ୍କୁ ସ୍ଥାପନ କରାଯାଇ ଯଜ୍ଞସ୍ଥଳରେ ମନ୍ଦିର ନିର୍ମାଣ କରାଯାଇ ଗୁଣ୍ଡିଚା ମନ୍ଦିର ରେ
ପାଞ୍ଚଶହ ବର୍ଷ ଏଭଳି ଯଜ୍ଞ ଚାଲିଲା ।
ଚତୁଷ୍ପାନ ହେଲେ ଚତୁଧାମୂତ୍ତି ବିଗ୍ରହ ସୃଷ୍ଟି କରାଗଲା ପର ମୁହୂର୍ତ୍ତରେ ତାଙ୍କୁ
ଚର୍ତୃଶାଖା ବିଶିଷ୍ଟ ଯଜ୍ଞନାଥ ଓ ମହାପ୍ରଭୁ ଜଗନ୍ନାଥ ପୂର୍ବରୁ ପୂଜା ପାଆନ୍ତି ଦ୍ଵାର ଦେଶରେ ଶ୍ରୀ କ୍ଷେତ୍ର ଶ୍ରୀ ମା ବିମଳା, କଳ୍ପବଟ, ରୋହିଣି କୁଣ୍ଡ, ପ୍ରଭୃତି ପୂଜା ପାଉଥିଲେ ।
ଦ୍ଵାଦଶ ଶତାବ୍ଦୀ ରେ ଚୋଡ଼ଗଙ୍ଗ ଦେବ ଙ୍କ ରାଜତ୍ୱ କାଳରେ ଶ୍ରୀକ୍ଷେତ୍ରର ମନ୍ଦିର
ଭିତରେ ବଟ ଗଣେଶ, ମୁକ୍ତିନାଥ ଓ ପଶ୍ଚିମ ଭାଗରେ ଦେଢ଼ ଫୁଟ ବିଶିଷ୍ଟ ଯଜ୍ଞନାଥ ବା ,ମହାପ୍ରଭୁ ନୃସିଂହ ନାଥ ଅଠାବନ ଫୁଟ ଉଚ୍ଚତାରେ ଅବସ୍ଥାପିତ ହୋଇଛନ୍ତି।ଚର୍ତୃପାଶ୍ଵ ରେ ଵହୁ ପଥର ଖୋଦିତ ପ୍ରସ୍ତର ମୂର୍ତ୍ତି ଦେବାଦେବୀ ଙ୍କ ର ଅବସ୍ଥାପିତ କରାଯାଇଛି। ନୃସିଂହନାଥ ପ୍ରଭୁ ପୂର୍ବାଭିମୁଖୀ ହୋଇଛନ୍ତି ।
ନୃସିଂହ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରର ରେ
ସକାଳ ଧୂପ ସରିଲା ପରେ ପଞ୍ଚୁପାଣ୍ଡବ ଙ୍କ ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ସାରି ଚନ୍ଦନ ଯାତ୍ରା ରେ ଆସି ଚକ୍ରତୀର୍ଥ
ରାସ୍ତା ଦେଇ ଆଜ୍ଞା ମାଳ ଧରି ଆସିଲା ପରେ ପୂଜା ପଣ୍ଡା ଙ୍କ ଦ୍ଵାରା ଚକ୍ର ନାରାୟଣ ଙ୍କ ର ଦୋଳମଣ୍ଡପ ଦେଇ ଆସିଲା ସୁଗନ୍ଧ ସ୍ନାନପରେ ପ୍ରଭୁ ଙ୍କ ର ଅଳଙ୍କାର ଲାଗି ହୁଅନ୍ତି ।ମହୁ ପ୍ରସାଦ ଲାଗି ହୁଏ । ନୃସିଂହନାଥ ଙ୍କ ର ଷୋଡ଼ଶ ଉପଚାରେ ପୂଜାର୍ଚ୍ଚନା କରିଥାନ୍ତି ମନ୍ଦିର ରେ ଏହାକୁ ଲୈ।କିକ ଉପଚାର ବିଧି ବିଧାନ ରେ ପାଳନ କରାଯାଏ । ଷୋଡ଼ଶ ଉପଚାରେ ପୂଜାର୍ଚ୍ଚନା କରିଥାନ୍ତି ।

Loading

Leave a Reply

Your email address will not be published. Required fields are marked *