ଜୟ କିଷାନ
କିଷାନ କିଷାନ ଜୟ କିଷାନ।।
ଧାନ ବିଲ ପଡ଼ିଆ ପଡୁ,
ହେଲେ ଖୋଲିବୁ ଆମେ ମଦ ଦୋକାନ।
କିଷାନ କିଷାନ ଜୟ କିଷାନ।।
କିଷାନ କିଷାନ ଜୟ କିଷାନ।।
ଚାଷୀ ଆତ୍ମହତ୍ୟା କରି ମରୁ ପଛେ,
ଆମେ ଚାଷ ଋଣ ଛାଡ କରିବୁ ନାହିଁ,
ଆମେ ପରା ମଣିଷ ରୂପୀ ସୈତାନ।
କିଷାନ କିଷାନ ଜୟ କିଷାନ।।
କିଷାନ କିଷାନ ଜୟ କିଷାନ।।
ଯାହା ପାଖରୁ ସେବା ପାଇବୁ,
ତାକୁ ମରଣରେ ଛାଡି ଚାଲିଯିବୁ,
ଆମେ ପରା ସେହି କୃତଘ୍ନ ବେଇମାନ।
କିଷାନ କିଷାନ ଜୟ କିଷାନ।।
କିଷାନ କିଷାନ ଜୟ କିଷାନ।।
ଚାଷୀ ଚାଷ କରି ଗରିବ ରହୁ,
କିନ୍ତୁ ମହଜୁଦକାରୀ କରୁ ଚାଷୀକୁ ଗୁଲାମ।
କିଷାନ କିଷାନ ଜୟ କିଷାନ।।
କିଷାନ କିଷାନ ଜୟ କିଷାନ।।
ଖରା ବର୍ଷାକୁ ସହି,
ଚାଷୀ ନ ପାଉ ଚାଷର ଦାମ୍।
କିନ୍ତୁ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ଘରେ ରହି,
ଆମକୁ ମିଳୁ ଲକ୍ଷ ଲକ୍ଷ ଦାମ୍।
କିଷାନ କିଷାନ ଜୟ କିଷାନ।।
କିଷାନ କିଷାନ ଜୟ କିଷାନ।।
ଦୁନିଆକୁ ଯିଏ ଅନ୍ନ ଯୋଗାଏ,
ସେ ଅନ୍ନଦାତାକୁ ମିଳୁ ତା ହକ୍ ର ଦାମ୍।
କିଷାନ କିଷାନ ଜୟ କିଷାନ।।
ସୁବ୍ରତ କୁମାର ବିଶ୍ବାଳ
ଅନ୍ତରା,ଅଡା,ବାଲେଶ୍ଵର