ହେ..! ଈଶ୍ୱର ..
କେତେ ବିରାଟ ଏ ଦୁନିଆ ସତେ
ପରିବ୍ୟାପ୍ତ ଆକାଶ ତଳେ ନିଜ ଉପସ୍ଥିତି ଜାହିର କରେ
ଏ ସୃଷ୍ଟି ତୁମ ଠୁ ଆରମ୍ଭ, ତୁମ ଠି ହିଁ ଲୀନ
ତୁମ ପାଇଁ ଏ ସୃଷ୍ଟି ସବୁଜ, ସୁନ୍ଦର ଏ ପ୍ରକୃତି।
ହେ..! ଈଶ୍ୱର..
ବିଜ୍ଞାନରେ ବଳୀୟାନ ତ୍ରିଲୋକ ବିଜେତା
କେତେ କରନ୍ତି ଅନ୍ୟାୟ, ଦୁର୍ନୀତି ,ଭ୍ରଷ୍ଟାଚାର ଚାଲେ ,
ସାଜନ୍ତି ନିର୍ଦ୍ଦୟ
ଏ ଧରଣି ଏବେ ଶ୍ୱାସରୁଦ୍ଧ..
ଶବ ପାଲଟିଛି ।
ହେ.. ଈଶ୍ୱର..
କେଉଁଠି ତୁମେ ?
କେଉଁଠାରେ ତୁମର ଆସର..?
ଭଗବାନ ମଧ୍ୟ ଏଠି ସାଜିଛି ରାକ୍ଷସ
ସୀମା ଉଲଙ୍ଘନ କରି
ଜା ପୁଣି ପ୍ରତିଶୋଧ ନିଆଁ ଜ୍ଵାଳାମୁଖୀ ମଧ୍ୟରେ ତା
ଗ୍ରାସିଛି ଦୁନିଆ
କେତେ ପେଟ ଯେ ଭୋକିଲା
ନିରୁପାୟ ବନ୍ଦୀଶାଳେ
ଆଖି କାନ୍ଦେ,
ଝରେ ପୁଣି ରକ୍ତର ଲୋତକ
କେତେ ଯେ ଜୀବନ ଆଜି ମୃତ୍ୟୁ ମୁହେଁ ହରାଏ ଅସ୍ତିତ୍ବ
କାଳର କରାଳଗର୍ଭେ
କେତେ ନା କେତେ ମଣିଷ ସଂଘର୍ଷ କରନ୍ତି
ଜୀବନ ଟେ ଜିଇଁବାର ପାଇଁ
ହେ ଈଶ୍ୱର କୁହ କାହିଁ ତୁମେ ??
କୁହ ପ୍ରଭୁ
କହୁନାହଁ କାହିଁ..!
ସୌମ୍ୟା ପ୍ରିୟଦର୍ଶିନୀ
ଜଗତସିଂହପୁର, ତିର୍ତ୍ତୋଲ