ହଜିଛି ବର୍ତ୍ତମାନ
============
ହଜିଛି ବର୍ତ୍ତମାନ ମୋର
ଭବିଷ୍ୟତ ଚିନ୍ତା କରୁଛି,
ବଞ୍ଚିବି କି ନାହିଁ ଆଗକୁ
ସମୟ ତୋ ଦାଉ ସାଧିଛି।।
ଅତୀତ ହେଲାଣି ବିଲୁପ୍ତ
ବାସ୍ତବତା ଲିଭି ଯାଇଛି,
ଜୀବନର ଶେଷ ମୁହୂର୍ତ୍ତ
ଜଳ ଜଳ ହୋଇ ଦିଶୁଛି।।
ସବୁଜ ବନାନୀ କ୍ରମଶ
ଦେଖ ଶୁଷ୍କ ହୋଇ ପଡିଛି,
ଜଳ ବିନା ପ୍ରାଣୀ ମଣ୍ଡଳ
ଉପରକୁ ଚାହିଁ ବସିଛି।।
ସ୍ବାର୍ଥ ରୋହିତ ଏ ମନୁଷ୍ୟ
ସର୍ବନାଶ କରି ଚାଲିଛି,
ପକ୍ଷୀ ହୋଇ ମଧ୍ୟ ଏହାର
ସତ୍ୟାସତ୍ୟ ଜାଣି ପାରୁଛି।।
ଶ୍ରେଷ୍ଠ ପ୍ରାଣୀ ହୋଇ ଧରାକୁ
ଶେଷେ ନଷ୍ଟ କରି ଦେଉଛି,
ନିଜର ଦୋଷକୁ ନ ଦେଖି
ମିଛେ ଗର୍ବ କରି ମରୁଛି।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ