ଗଙ୍ଗାର ଉତ୍ପତ୍ତି ଓ ମର୍ତ୍ତ୍ୟାବତରଣ
ଜାନକୀ ମହାନ୍ତ
“ଗଙ୍ଗେ ଚ ଯମୁନେ ଚୈବ
ଗୋଦାବରୀ ସରସ୍ୱତୀ,
ନର୍ମଦେ ସିନ୍ଧୁ କାବେରୀ ଜଳେ
ଅସ୍ମିନ୍ ସନ୍ନିଧିମ୍ କୁରୁ” ।।
ସତ୍ୟ ଯୁଗେ ପିତା “ହିମାଳୟ” ରାଜା
ମାତା “ହୀମାନ” କୋଳରେ,
ପବିତ୍ର ପ୍ଳାବନୀ ଗଙ୍ଗା ସ୍ରୋତସ୍ଵିନୀ
ଜନ୍ମିଲେ ଦେବୀ ରୂପରେ ।।
ଦ୍ୱିତୀୟ ଥର ସେ’ ଜାହ୍ନବୀ ଆସିଲେ
“ଭଗିରଥ” ପୂଣ୍ୟ ବଳେ,
ସଗର ବଂଶଜ ରାଜା ଭଗିରଥ
ବ୍ରହ୍ମା ଶିବଙ୍କୁ ତୋଷିଲେ ।।
ଅଯୋଧ୍ୟା ନରେଶ “ସଗର”ଙ୍କ ଅଶ୍ୱ
ଅଶ୍ୱମେଧ ଯଜ୍ଞ ବେଳେ,
ପହଞ୍ଚିଲା ଯାଇ “କପିଳ” ଠୁଁ ପାଇ
ମୁନିଙ୍କୁ ଭର୍ତ୍ସନା କଲେ ।।
“କପିଳ ମୁନି” ଯେ ଦେଲେ କୋପଭରେ
ମୁନି ପୁତ୍ରେ ଅଭିଶାପ,
ସେହି ଅଭିଶାପ ଷାଠିଏ ହଜାର
ପୁତ୍ରଙ୍କୁ କଲା ପାଉଁଶ ।।
ଭଗିରଥ କରି ତପସ୍ୟାରେ ବରି
ବ୍ରହ୍ମା, ଆଶୁତୋଷ ଠାରୁ,
ପତିତପାବନୀ ଗଙ୍ଗାକୁ ଧରଣୀ
କୋଳରେ ଆଣି ସ୍ୱର୍ଗରୁ ।।
ପୂଣ୍ୟତୋୟା ଗଙ୍ଗା ମୁକ୍ତିଦାୟୀ ମାତା
ଓହ୍ଲାଇ “ଶିବ” ଜଟାରେ,
ଶୁଦ୍ଧ ମନ୍ଦାକିନୀ ଆସି ଆହ୍ଲାଦିନୀ
ପହଞ୍ଚେ ଜନୁ କୁଟୀରେ ।।
“ଜନୁଋଷି”ଙ୍କର ଆଶ୍ରମେ ଅଜ୍ଞାତେ
ହୋମ କୁଣ୍ଡ ଯେ ପ୍ଳାବିତ,
ଜନୁ କୋପେ ଗିଳି ଗଙ୍ଗେ ମୁଖେ ରଖି
ପଚାରନ୍ତି ଯେ ବୃତ୍ତାନ୍ତ ।।
ସବୁ ଶୁଣି ୠଷି ଆନନ୍ଦରେ ଅତି
ବିଦାୟ ପ୍ରୀତେ ଦିଅନ୍ତି,
“ଜନୁ” ଋଷି ଙ୍କର ନାମରେ ନାମିତ
ହେଲା ଗଙ୍ଗା ଯେ’ ଜାହ୍ନବୀ ।।
ଧରା’ବତୀର୍ଣ୍ଣ ରେ ଗଙ୍ଗା ମୁକ୍ତି ଦେଲେ
ସଗରଙ୍କ ବଂଶଧରେ,
ଭଗିରଥ ନିଜ ପିତୃପୁରୁଷଙ୍କ
ଶାପ ମୁକ୍ତେ ମୋକ୍ଷ କରେ ।।
ସ୍ବର୍ଗରୁ ଓହ୍ଲାଇ ପାଦ ଥିଲେ ଥାପି
ହିମାଳୟ “ଗଙ୍ଗୋତ୍ରୀ” ରେ,
ଆସି “ହରିଦ୍ଵାରେ”, ପୁଣି “ଆହ୍ଲାବାଦେ”
ତ୍ରିବେଣୀ ସଙ୍ଗମ ତୀରେ ।।
ଗଙ୍ଗାର ଉତ୍ପତ୍ତି ମର୍ତ୍ତ୍ୟାବତରଣ
ପୀୟୂଷ କରି ପ୍ରଦାନ,
ସମସ୍ତଙ୍କ କ୍ଷୁଧା ପରିପୂର୍ଣ୍ଣେ ମାତା
“ବଙ୍ଗୋପସାଗରେ” ଲୀନ।।
ବେଙ୍ଗାଲୁରୁ
Bengaluru
Native place
Sundergarh