-ଧର୍ମ ସାଥେ ଶୁଭ ଶଙ୍ଖ –
ଢେଉର ଗର୍ଭେ ଜନ୍ମ ରୂପ ତା’ର
ସଂସାର ପାଇଁ ଅତି ଗୈାରବର ,
ସକଳ ଜନ ମାନସ ଏ ଜୀବନର
ସୁନ୍ଦର ଜୀବନ ଗଡା ଏ ଦୈଇବର।
ଆକାଶ ମତ୍ତୟ ପାତଳରେ ଜୀବନ
ଧର୍ମ ପଥେ ଶୁଭ ଶଙ୍ଖର ଏହି ସପନ,
ଧନି ଗରିବ କ୍ଷେତ୍ରରେ ଅଟଇ ସମାନ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ସବୁରେ ନାମ।
ଛୋଟରୁ ବଡ ଏଠି ଦୁନିଆଁର ଗଡ଼
ଶୁଭ ଶଙ୍ଖର ସକଳ ଏ ବଡ଼ ବିଚାର,
ଯୁଗେ ଯୁଗେ ଧର୍ମର ପ୍ରବର୍ତ୍ତନ ଧାର
ପ୍ରତିଟି ନୂଆଁ ସକାଳ ଅତି ଆପଣାର।
ଧର୍ମ ପଥେ ଆମରି ବିରାଟ ବିଚାର
ସୁଖ ଶାନ୍ତି ସମୃଦ୍ଧିର ସେ ଅଧିକାର,
ମାୟାର ସଂସାରରେ ଅତି ଆପଣାର
ଶୁଭ ସକାଳ ସନ୍ଧ୍ୟାରେ ଆମରି ଘର।
ପାଣି ନିଆଁ ପବନ ଏଠି ସୁମଧୁର
ହୃଦୟରୁ ଫୁଟି ଉଠେ ଏ ଜଗତର,
ସକଳ ସମ୍ପତି ପ୍ରଭୁଙ୍କର ହସ୍ତ ଧାର
ଶୁଭ ଶଙ୍ଖର ଏଠି ପ୍ରତି ସପନର।
ଶୁଭ ସନ୍ଧ୍ୟାର ଶୁଭ ରାତ୍ରୀ😎
ନରସିଂହ ଆଚାର୍ଯ୍ୟ
ନଳବଣ୍ଟା ,ଆସିକା