*ପୋଷ୍ୟ ପୁତ୍ର*
ପୋଷ୍ୟ ପୁତ୍ର ପ୍ରଥା ରାଜାଙ୍କ ବ୍ୟବସ୍ଥା
ଥିଲା ଅପୁତ୍ରିକ ରାଜାଙ୍କ ପାଇଁ,
ପୁତ୍ରର ସ୍ଵୀକୃତି ଦତ୍ତେ ହୁଏ ପ୍ରାପ୍ତି
ଅରପନ୍ତି ରାଜ୍ୟ ଶାସନ ଯହିଁ।
ସେହିପୁତ୍ର ରାଜ୍ୟ ପାଇଁ ହୁଏ ଯୋଗ୍ୟ
ରାଜାପରେ ଧରି ଶାସନଡୋରି,
କରନ୍ତି ରାଜୁତି ରାଜ ପଦ ପ୍ରାପ୍ତି
ପରେ ପରଜାଙ୍କୁ ଆୟତ୍ତ କରି,
ସମାଜ କପାଳେ ଲୋଡ଼ା ହୁଏ କାଳେ
ପୁତ୍ର ହୀନ ଜନମତକୁ ନେଇ,
ପୋଷ୍ୟ ପୁତ୍ର ପ୍ରଥା ରାଜାଙ୍କ ବ୍ୟବସ୍ଥା
ଥିଲା ଅପୁତ୍ରିକ ରାଜାଙ୍କ ପାଇଁ।
ଅପୁତ୍ରିକ ଜନ କରନ୍ତି ବିଧାନ
ବିଧିରେ ଘେନନ୍ତି କରି ନିଜର,
ଆପଣାର ଗୋତ୍ରେ ଦତ୍ତ ପୁତ୍ର ସୂତ୍ରେ
କରନ୍ତି ଗ୍ରହଣ ନୀତି ପ୍ରକାର।
ମାତୃ ପିତୃ ହୀନ ଅନାଥ ସନ୍ତାନ
ରଣ ଦୁର୍ଘଟଣା ରୋଗେ ଦୁର୍ଗତି,
ସଂସାରେ ଦମ୍ପତ୍ତି ପୁତ୍ର ହୀନ ସ୍ଥିତି
ହଟାନ୍ତି ଘେନନ୍ତି ପୋଷ୍ୟ ସନ୍ତତି,
ଅଭାବୀ କୁଟୁମ୍ବୀ ବିତ୍ତ ଶାଳୀ ଭାବି
ପୋଷ୍ୟ କରିଥାନ୍ତି ଶରଧା ହୋଇ,
ପୁତ୍ରର ସ୍ଵୀକୃତି ଦତ୍ତେ ହୁଏ ପ୍ରାପ୍ତି
ଅରପନ୍ତି ରାଜ୍ୟ ଶାସନ ଯହିଁ।
ଅନାଥ ସନ୍ତାନ ଆପଣା ସନ୍ତାନ
ମଣି ଏ ସଂସାର କରୁ ନିଜର,
ନିଃସନ୍ତାନ ଜନ ଶରଧାରେ ଘେନ
ସାଧୁ ବ୍ୟବହାରରେ ଚଳସଂସାର।
****************************
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ, ସୀମାଞ୍ଚଳ ପଣ୍ଡା
୯୫୮୩୪୩୮୧୭୪
***********************
44 total views, 1 views today