ଦିଗହରା ପଥିକ
ଜୀବନ ମୋର ହୋଇଛି ଦିଗହରା
ପଥିକ ମୁଁ ସେ ପଥ ର,
ଅନ୍ଧକାର ଖାଲି ମାଡ଼ି ଆସଇ ଯେ
ମିଳେନି ଆଲୁଅ ଦ୍ୱାର।
ଲକ୍ଷ୍ୟ ମୋର କେବେ ପୁରଣ ହୋଇବ
ଭାବୁଛି ଦିବା ଓ ନିଶି,
ବହୁ ପରିଶ୍ରମ କରି ସାରିଲିଣି
ଯାଇଛି ଆଜି ମୁଁ ଥକି।
ଚାଲିବାର ସାହସ ପାଉନି ମୁଁ ଯେ
ଏହି ମୋ ଚଲାପଥ ରେ,
ଭାଗ୍ୟ ମୋର ଆଜି ରଖିଛି କେଉଁଠି
ରହି ପାରୁନି ଶାନ୍ତି ରେ।
ବିଷାଦ ପୂର୍ଣ୍ଣ ମୋ ଜୀବନ ରେ ସୁଖ
ଦେଖାଯାଏ ନାହିଁ କେବେ,
ଯେଉଁ ପଥ ରେ ମୋର ପାଦ ଦେଉଛି
ସହଜ ସେ ନୁହେଁ କେବେ।
ଜଗତ ଠାକୁର କାଳିଆ ସାଆନ୍ତ
ତାଙ୍କ ଆଶିଷ ରହିଲେ,
ପାରି ହୋଇ ଯିବି ଏହି ପଥ ରୁ ମୁଁ
ତାଙ୍କ ନାମ ନେଉଥିଲେ।
ସୁଶ୍ରୀ ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର