*** *ମୁଁ’ ତ ଜାଣିନି ପୂଜା ମନ୍ତର* ***
********************
ସୀମାଞ୍ଚଳ ପଣ୍ଡା
***********
ମୋତେ ଜଣା ନାହିଁ ପୂଜା ମନ୍ତ୍ର କାହିଁ
କେମିତି ତୁମକୁ ପୂଜିବି ମୁହିଁ,
ତୁମରି ଦରବ ଜାଣି ତୁମ ଭୋଗ
ମନ ବୁଝେନାହିଁ କରିବାପାଇଁ।
ତୁମ ଦ୍ରବ୍ୟ ଦେବି ତୁମକୁ ପୂଜିବି
ହେବ ଅକାରଣ ପୂଜା ବିଧାନ,
ଦାନ ଧର୍ମ ମୋର ହେବ କି ଅସାର
ବିନାମନ୍ତ୍ରେପୂଜା ହେବ ସାଧନ?
ଅସଲ ପୂଜା ତ ଚାଲେ ଅବିରତ
ହୃଦୟ କନ୍ଦରେ ବିରାଜ ଯହିଁ,
ମୋତେ ଜଣା ନାହିଁ ପୂଜା ମନ୍ତ୍ର କାହିଁ
କେମିତି ତୁମକୁ ପୂଜିବି ମୁହିଁ?
ପୂଜା ଆରାଧନା ଅନ୍ତର ଭାବନା
ଭକତି ଭାବର ଦର୍ଶନ ମାତ୍ର,
ଶୁଦ୍ଧ ଚିତ୍ତେ ବ୍ରତ କରି ଅବିରତ
ଭକ୍ତିରେ ଈଶ୍ୱର ଶକ୍ତି ପ୍ରାପତ।
ସତ୍ୟେ ପ୍ରହଲ୍ଲାଦ ଭକ୍ତିରେ ଉଦ୍ୟତ
ଭଜି ତୁମ ନାମ ପାଏ ସନ୍ଧାନ,
ଅରଣ୍ୟେ ଶବରୀ ତୁମ ଜପ କରି
ଲଭିଲା ,ପୂଜାର ନଥାଇ ଜ୍ଞାନ,
ଭକ୍ତ ହନୁମାନ ଶକ୍ତି ଅକଳନ
ପୂଜା ମନ୍ତ୍ରପାଠେ ଅଜ୍ଞାନ ସେହି,
ତୁମରି ଦରବ ଜାଣି ତୁମ ଭୋଗ
ମନ ବୁଝେ ନାହିଁ କରିବା ପାଇଁ।
ପୂଜା ବ୍ରତମାନ ଜପ ତପ ଧ୍ୟାନ
ପବିତ୍ର ହୃଦୟ ଚିନ୍ତନ ରୀତି,
ସବୁରି ମୂଳରେ ଆଗ୍ରହ ବଳରେ
ଭକତି ଶକ୍ତିରେ ଈଶ୍ୱର ପ୍ରାପ୍ତି।
ସୀମାଞ୍ଚଳ ପଣ୍ଡା
**************************