ଚାଲ ଯିବା କ୍ଷେତ ଆଡ଼େ
ଶ୍ରୀ ରମାକାନ୍ତ ମାହାଳି
******************
ଧରାକୁ ଆସିଲା ଧାରା ଶିରାବଣ
ବରଷା ରାଣୀକୁ ଧରି,
ବିଲ ବାଡ଼ି ସବୁ ପାଣି ରେ ବୁଡିଲା
ଚାଷୀ ମନ ଯାଏ ଭାରି।
ରୁଆ ବେଉଷଣ କାମରେ ସଭିଏଁ
ମାତି ଯାଇଛନ୍ତି ଆଜି,
ଦିନ ବେଳେ ଘରେ ନରହନ୍ତି କେହି
ଚାଷରେ ଯାଆନ୍ତି ମଜି ।
ଖରା ବରଷାକୁ ଖାତିରି ନକରି
ମାଟି ସାଥେ ଜୁଝୁ ଥାଏ,
ସବୁଜିମା ଭରା କ୍ଷେତକୁ ଦେଖିଲେ
ପେଟ ତା’ର ପୂରି ଯାଏ।
ମାଟି କାଦୁଅରେ ସରସର ହୋଇ
ବସି ଥାଏ ହିଡ କଡ଼େ,
ସୁନ୍ଦର ଫସଲ ଶୋଭା ଦେଖିବାକୁ
ଚାଲ ଯିବା କ୍ଷେତ ଆଡ଼େ।
ସୁନାର ଫସଲ ଅମଳ କରିବା
ସପନରେ ଯାଏ ହଜି,
ଭୁଲି ଯାଇ ସିଏ ବରଷା ବତାସ
କାମରେ ଯାଏ ସେ ମଜି ।
✍️ ଶ୍ରୀ ରମାକାନ୍ତ ମାହାଳି
I like looking through an article that will make men and women think. Also, thanks for permitting me to comment!
Hello! I could have sworn Iíve been to this blog before but after going through some of the articles I realized itís new to me. Anyhow, Iím definitely delighted I discovered it and Iíll be book-marking it and checking back often!
Hi my friend! I wish to say that this article is awesome, nice written and include approximately all significant infos. I would like to look extra posts like this .
Thanks for the good writeup. It if truth be told was once a leisure account it.Look complex to far added agreeable from you! By the way, how could we be in contact?
Yes! Finally someone writes about local car rental.