କୋରୋନା
————–
ବସନ୍ତ ଆସିଛି
ମଳୟ ଆଣିକି ନୁହଁ
ବିଷର ବଳୟ ଆଣି
କୁଢକୁଢ ଶବ
ନିଅଣ୍ଟ ପଡୁଛି ମଶାଣି
ସତେ ଯେମିତି ଶୋକାକୁଳ ଆତ୍ମୀୟଙ୍କ ଆଖିରେ ସାତ ସାଗରର ପାଣି
ଏଇ ଗତକାଲିର ବସନ୍ତ
ଆଜି ସାଜିଛି କାଳବୈଶାଖୀ
ଆଂଜୁଳା ଆଞ୍ଜୁଳା କରି
ଭରିଥିବା ସୁଖର ସରସୀ
ଆଜି ହଠାତ ଶୁଖି ଯାଇଛି
ପାଦରୁ ଅଳତା ଲିଭିନି
ମଥାର ସିନ୍ଦୁର ଲିଭିଯାଉଛି
କାଲି ଆମ୍ବଗଛରେ
ରାବୁଥିବା ହଳଦୀଗୁରୁଗୁରୁ ଚଢେଇଟି ଜାଗାରେ
ଆଜି କାଳପେଚାଟିଏ ଆସ୍ଥାନ ଜମେଇ ବସିଛି
ସୁରଟରୁ ଶାମସାହୁ ପୁଅ ପିଠିରେ ସବାର ହେଇ ଆସିଥିବା ରାକ୍ଷସୀଟି
ଗାଁ ଗୋଟାକ ଗ୍ରାସିଯାଇଛି
ନଦୀରେ ଆଉ ଡଙ୍ଗା ଭାଷୁନି,ଭାଷୁଛି ସେଠି ସ୍ୱପ୍ନର ଶବମାନ,
ରାସ୍ତାରେ ଗାଡି ଚାଲୁନି
ଚାଲୁଛନ୍ତି ଅଭାବ ଅନଟନ, ଶୋକ ଦୁଃଖ ସାଙ୍ଗହେଇ ଏସନ ପରା ରଜଦୋଳି ଖେଳୁଥିଲେ ।
ଶୈଶବ କାନ୍ଧରେ
ପାଳନର ଭାର ବୋହେ
ବାପା ମାଆ ହରେଇଥିବା
ଝିଅଟି ସ୍ଥିତପ୍ରଜ୍ଞ ପାଲଟିଯାଏ,
ଲକ୍ଷ୍ମୀପୁରାଣର ଶ୍ରୀୟାଚାଣ୍ଡାଳୁଣୀ ପରି
ରୋଗୀଣା ବୁଢାବାପାଟା
ଅଛୁଆଁ,
୩ଦିନଧରି ତା ଶବ ପଡ଼ିରହିଲାଣି
ବର୍ଷା ଆସିଛି ଶସ୍ୟର ସମ୍ଭାର ଆଣି ନୁହଁ
ଶୋକର ଜହର ଆଣି
କୋରୋନାର କାଳକୁଟ ଆଣି ।
ଶୁଭଶ୍ରୀ ସୁଚରିତା ଇନ୍ଦୁରେଖା ନାୟକ
ଭଦ୍ରକ
୭୭୩୫୮୪୪୫୩୮