ଭସା ବାଦଲ
ତୁମେ ଆସିଥିଲ ଫଗୁଣ ସଂଜରେ
ପୀରତି ବରଷା ନେଇ
ସେବେଠୁ ଭିଜୁଛି ପ୍ରେମରେ ତୁମର
ଫୁରସତ ମିଳୁ ନାହିଁ..
ମନମୋ ଚୋରେଇ ନେଇଗଲ ତୁମେ
ସେବେଠୁ ମୁଁ ଶୋଇ ନାହିଁ
ଜାଣେନା ଏ ମନ ଝୁରୁଛୁ କାହିଁକି
ଭାରି ଆନମନା ହୋଇ…
ଭସା ବାଦଲ ର ବରଷା ବିନ୍ଦୁ କୁ
ଦେଇଛି ତୁମ ଖବର
ଭିଜେଇ ଦେବସେ ମୋ ପ୍ରିୟତମ କୁ
ହୋଇବେ ସେତ ଅଧୀର
ବିଭୋର ହୋଇ ସେ ଇର୍ଷାରେ ଜଳୁଛି
ଦେଖି ତୁମ ପ୍ରେମ ଭେଟି
ଆକାଶ ପିନ୍ଦିଛି ଇନ୍ଦ୍ରଧନୁ ଶାଢ଼ୀ
ମେଘରେ ଭିଜୁଛି ମାଟି..
ପଦ୍ମାବତୀ ସ୍ବାଇଁ, ବଡରମ୍ପାସ, କେନ୍ଦୁଝର