ଶୀର୍ଷକ – ଅଜଣା ସମ୍ପର୍କ
ନାମ – ଶର୍ମିଷ୍ଠା ସାହୁ
କେବେ ନିଜକୁ ନିଜେ ପଚାରିଛ
ଆମ ସମ୍ପର୍କ ର ସୂତା କେତେ ଦୃଢ଼
ନା ତମେ ପଚାରିନ ।
ପଚାରିଲେ ହୁଏ ତ ତୁମେ ନିରୁତ୍ତର ହୋଇପାର ।
ଜୀବନ ଜାତକର ଅଙ୍କ କଷୁୁ କଷୁୁୁ ,
ଫେଡ଼ାଣ ରାସ୍ତାରେ କେତେବେଳେ ଲୀନ ହୋଇଗଲି ,
ଜଣା ବି ପଡ଼ିନି ତୁମକୁ ।
ହଁ କେମିତି ବା ଜାଣିବ ତୁମେ
ଏଇ ସମ୍ପର୍କର ପରିସର ଓ ପରିଭାଷା କୁ ।
ତୁମ ନିରବତା କେତେ କଷ୍ଟ ଦିଏ କେବେ ବୁଝୁଛ ?
ନା ତମେ ବୁଝିନ , ବୁଝିବାକୁ ହୁଏତ ସମୟ ପାଇନ ।
ସନ୍ତାପିତ ନାରୀତ୍ୱକୁ ଆଡ଼େଇ ଦେଇ
କେହି କଣ ଶାନ୍ତି କୁ ସାଉଁଟି ପାରେ ।
ହେଲେ , ତମେ ତ ସଭିଙ୍କ ଠୁ ଭିନ୍ନ ନା ….
ସମ୍ପର୍କ ନାଁ ରେ ସତ ବଦଳରେ ସର୍ତ୍ତକୁ ବ୍ୟବହାର କର ତ
ଆଉ କେତେବେଳେ ସମ୍ପର୍କ ନିଭେଇବା
ପରିବର୍ତ୍ତେ ଲିଭେଇ ଦିଅ ।
ତୁଟିଯାଏ ସବୁ ଦିଶା , ଆଶା ଓ ଭରସା ।
ଜାଣିଛ ? ମନରେ ଗୋଟେ ପ୍ରଶ୍ନ ଆସୁଛି ….
କଣ ଏଇ ଛକି ଶୂନ ଖେଳରେ ମୁଁ ହାରି ଯାଇଛି ?
ଛାଡ଼ ତୁମକୁ ପଚାରି ଲାଭ ନାହିଁ ।
ଥରେ ଖାଲି କହିଦିଅ
ଏ ସମ୍ପର୍କର ନାଁ ମୁଁ କଣ ଦେବି ?
ପୋ – ଘୋଷାର
ବ୍ଲକ୍ – ରାଜ କିଶୋରନଗର
ଜିଲ୍ଲା – ଅନୁଗୋଳ