ଆମରି ଚାଷୀ ଭାଇ
************
ଖରା ବରଷା ଏଇ ଶୀତ କାକରେ
କେବେ ସେଇ ଜହ୍ନ ମାମୁଁ ଆଲୋକରେ
ଖାଇ ଯେ ଶାଗ ପଖାଳ
ଯେ କରେ ଶସ୍ୟ ଅମଳ
ସେ ନୁହେଁରେ ଅନ୍ୟ କେହି
ସେ ଆମରି ଚାଷୀ ଭାଇ ll
ମଠ ନକରି ପାହାନ୍ତି ଅନ୍ଧାରୁ ଉଠି
ଜହ୍ନ ଆଲୋକେ କେତେ କଚଡ଼ା ପିଟି
ଧାନ ଇତ୍ୟାଦି ଦିଅଇ ଭେଟି
ତାକୁ ଝୁରେ ଭାରତ ମାଟି
ସଭିଙ୍କୁ ଖାଦ୍ୟ ଦିଏ ଯୋଗାଇ
ସେ ଆମରି ଚାଷୀ ଭାଇ ll
ଆମରି ପାଇଁ ଅଟେ କୋଟି ସନ୍ତକ
ଅଟଇ ଯିଏ ସର୍ବ ଜୀବ ରକ୍ଷକ
ସର୍ବ ତା ଭଉଣୀ ଭାଇ
ସଦା ଯେ ମନେ ଚିନ୍ତଇ
ଅଟେ ଯେ କର୍ମଠ ସେଇ
ସେ ଆମରି ଚାଷୀ ଭାଇ ll
————————————–
ବର୍ଷାରାଣୀ ମହାନ୍ତ,ବେଲପଶି,କେନ୍ଦୁଝର