ଅକ୍ଷୟ ତୃତୀୟା
ଗୌରୀ ବେହେରା
ବରଷକୁ ବାର ମାସ ଲୋ ସଜନୀ
ବରଷକୁ ବାର ମାସ
ବାରମାସରେ ତେର ପରବ ଯେ
ଏ କଥା ମନରେ ହେଜ
ସଜନୀ ଲୋ ଏ କଥା ମନରେ ହେଜ ।
ବୈଶାଖ ମାସର ଶୁକ୍ଳ ତୃତୀୟାତିଥି ରେ
ପଡ଼ଇ ପବିତ୍ର ଅକ୍ଷୟ ତୃତୀୟା
ସଜନୀ ଗୋ ପଡ଼ଇ ଅକ୍ଷୟ ତୃତୀୟା
ଶୁଭ କାର୍ଯ୍ୟର ଶୁଭାରମ୍ଭ ହୁଏ
ମହାଲକ୍ଷ୍ମୀ ଙ୍କ ଜନ୍ମତିଥି ବୋଲି
ସୁନା କ୍ରୟ କରି ଗୃହକୁ ନିଅନ୍ତି ଜନେ
ସଜନୀ ଗୋ ଲକ୍ଷ୍ମୀଙ୍କୁ ପୁଜନ୍ତି ଜନେ ।
ଚଷା ଭାଈ ମାନେ ପିଠା ପଣା କରି
ପୂଜାବିଧି କରିଥାନ୍ତି ମନଧ୍ୟାନେ
ସଜନୀ ଗୋ କରିଥାନ୍ତି ମନଧ୍ୟାନେ
ତିନି ମୁଠା ବିହନକୁ ନେଇ ସେ
ବୁଣଇ ପୂରୁବ ଦିଗରେ
ସଜନୀ ଲୋ ବୁଣଇ ନିଜ ବିଲରେ ।
ରଥନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୁଏ
ଅକ୍ଷୟ ତୃତୀୟା ଦିବସେ
ସଜନୀ ଗୋ ଅକ୍ଷୟ ତୃତୀୟା ଦିବସେ
ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଜାଗା କୁ
ଶୀତଳିକରଣ ପାଇଁ ଯେ
ଚନ୍ଦନ ଯାତରା ଯେ ହୁଏ
ସଜନୀ ଲୋ ଚନ୍ଦନ ଯାତରା ହୁଏ ।
ଭାଗିରଥି ଙ୍କ ତପସ୍ୟା ଫଳରେ
ଗଙ୍ଗା ଦେବୀ ଅବତରିଲେ ଏ ଧରାଧାମରେ
ସଜନୀ ଗୋ ଅବତରିଲେ ଏହି ତିଥିରେ
ଗଙ୍ଗାରେ ବୁଡ଼ ଯିଏ ଦେବ ଏହି ଦିନ
ସର୍ବ ପାପ କ୍ଷୟ ହୁଏ ତାର
ସଜନୀ ଗୋ ଧନ୍ୟ ହେବ ତା ଜୀବନ ।
ବିଦ୍ୟାଦାତାଙ୍କୁ ଆହ୍ବାନ କରି
ବ୍ୟାସଦେବ ରଚନା ଆରମ୍ଭ କଲେ
ସଜନୀ ଗୋ ମହାଭାରତ ସେ ରଚିଲେ
ଅଧର୍ମ ଉପରେ ଧର୍ମର ଜୟକୁ
ମନେ ରଖିଲେ ଏ ସାରା ବ୍ରହ୍ମାଣ୍ଡ
ସଜନୀ ଗୋ ମନେ ରଖିଲେ ଏ ବିଶ୍ଵବାସୀ
ଅସତ୍ ପଥକୁ ଛାଡ଼ି ସତ୍ୟ ପଥ ରେ
ଆଗେଇ ଚାଲ….
ସଜନୀ ଗୋ ଅହିଂସା ନୀତି କୁ ଧର
ତେବେ ଯାଇ ସିନା ବିଜୟ ଏ ଭବ ସାଗରେ…….
ବିଜୟ ଧ୍ଵଜା ଉଡ଼ିବ ସଜନୀ ଗୋ
ବିଜୟ ଧ୍ଵଜା ଉଡିବ…. ।
ଜୟ ଶ୍ରୀ କୃଷ୍ଣ
ପାରଳାଖେମୁଣ୍ଡି , ଗଜପତି