( ସୂର୍ଯ୍ଯୋଦୟ ଭାଷା ପରିବାରର ନିଆରା ଅନୁଭୂତି )
ଜୀବନରେ ଅନୁଭୂତି ହିଁ ନିଆରା ସ୍ମୃତି ସୃଷ୍ଟି କରିଥାଏ । ଆଉ ସେଇ ସବୁ ଅନୁଭୂତିରୁ ବିଭିନ୍ନ ପ୍ରକାର ଶିକ୍ଷା ମିଳିଥାଏ । ଯାହା ଦ୍ବାରା ଆମ ଜୀବନ ଯାତ୍ରା ଶୃଙ୍ଖଳିତ ହୁଏ ।
ଜଣେ ଲେଖକ ପାଇଁ ଭାଷା ସାହିତ୍ୟ ପରିବାରରୁ ମିଳୁଥିବା ଅନୁଭୂତି ବାସ୍ତବରେ ମୂଲ୍ଯବାନ । ଠିକ୍ ସେହିପରି ଆମେ ମାନେ ଯେଉଁ ବଳିଷ୍ଠ ଭାଷା ପରିବାରର ସଦସ୍ଯ ସେଇ ପରିବାର ହେଉଛି ସୂର୍ଯ୍ଯୋଦୟ ଭାଷା ପରିବାର ।
ଆନ୍ତର୍ଜାତିକ ସ୍ତରର ଏହି ପରିବାରର ସଦସ୍ଯ ହୋଇ ପାରି ଥିବାରୁ ନିଜକୁ ଗର୍ବିତ ଲାଗେ । ଏହାର ନିଆରା ଅନୁଭୂତିକୁ କେଇ ଶବ୍ଦରେ ଛନ୍ଦିବା ତ ସହଜ ନୁହଁ ତଥାପି ସଂକ୍ଷେପରେ ପ୍ରକାଶ କରୁଛି ।
ମୁଁ ଆଗରୁ କୌଣସି ପରିବାର ସହ ଏମିତି ଯୋଡି ହୋଇ ନ ଥିଲି । କିନ୍ତୁ ଏଥିରେ ଯୋଡି ହୋଇ ଖୁବ୍ ଭଲ ଲାଗୁଛି । ଅନେକ ନୂଆ ନୂଆ ଢଙ୍ଗର କବିତା ଗଳ୍ପ ଆଦି ପ୍ରତିଯୋଗୀତାରେ ଭାଗ ନେଇ ନିଜର ଅର୍ନ୍ତନିହିତ ସୃଜନଶୀଳତାକୁ ବିକାଶ କରିବା ପାଇଁ ଏଠି ସୁଯୋଗ ମିଳୁଛି । ନିଃସ୍ବାର୍ଥପର ଭାବେ ଏହି ପରିବାର ଅଜଣା ରାଇଜର ଯୁବ ପ୍ରତିଭା ଅନ୍ୱେଷଣ କରୁଛି । କଥାରେ ଅଛି ସମୟ ଓ ସୁଯୋଗ ହିଁ ମଣିଷର ଅର୍ନ୍ତନିହିତ ପ୍ରତିଭାର ବିକାଶରେ ସହାୟକ ହୁଏ । ଏହି ପରିବାର ଆମକୁ ସେସବୁ ଦେଇଛି ।
ପରିବାରର ମୁଖ୍ଯ ହିଁ ପରିବାରକୁ ଉଚିତ୍ ଦିଗ୍ଦର୍ଶନ ଦେଇଥାନ୍ତି । ଆମ ସୂର୍ଯ୍ଯୋଦୟ ପରିବାରର ପ୍ରତିଷ୍ଠାତା ଓ ଅନ୍ଯାନ୍ଯ କର୍ମକର୍ତ୍ତା ମାନଙ୍କ ସୁ ଶୃଙ୍ଖଳିତ ପରିଚାଳନା ଓ ସହଯୋଗ ଯୋଗୁଁ ହିଁ ଏହି ପରିବାର ଆଜି ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପ୍ରାପ୍ତ ହୋଇ ପାରିଛି । ବାସ୍ତବରେ ଏହି ପରିବାରର ସଦସ୍ଯ ହିସାବରେ ମୁଁ ନିଜକୁ ଗର୍ବିତ ମନେ କରେ । ପରମେଶ୍ଵରଙ୍କ ଠାରେ ଏତିକି ପ୍ରାର୍ଥନା ଆମର ଏହି ପରିବାରର ଆହୁରି ଉନ୍ନତି କରୁ ଏବଂ ଏହାର ମହକ ଚାରିଆଡ଼େ ପ୍ରସାରିତ ହେଉ ।
( ଅର୍ଚ୍ଚନା ତ୍ରିପାଠୀ, ସୁବର୍ଣ୍ଣପୁର )