*ବାର୍ତ୍ତା*
– ଡ. ପ୍ରିୟମ୍ବଦା ସାମଲ
******************************
ଶାନ୍ତିର ପ୍ରତୀକ
କପୋତରେ ତୁହି
କି ବାର୍ତ୍ତା ଆଣିଛୁ କହ
ଏକା ଏକା ବସି
ଯାକଥା ଭାବୁଛି
କେମିତି ଅଛି
ସେ କହ।
ଜୀବନ ମଧ୍ଯାହ୍ନେ
ବସିଅଛି ଏକା
ଆସିଲୁ ତୁ ଭଲ କଲୁ
ପ୍ରାକୃତିକ ଦ୍ରୁଶ୍ଯ
ତା ସାଥେ
ତୋ ମଧୁର ସ୍ବର
ମନକୁ ମୋ ହରି ନେଲୁ।
ପେଟ ଭରି ଦାନା
ଖାଇଦେ ତୁହି ରେ
ମନ କରି ଦେ ଖୁସି
ନଖାଇଲେ ଦାନା
କହୁଛି ଜାଣିଥା
ମୁହିଁ ତ ଯିବିରେ ରୁଷି।
ଆଣିଛୁ ତୁ ଆଜି
ଖୁସିର ବାର୍ତ୍ତା
କେବେ ଆଣେ ବର୍ଷାରାଣୀ
କେବେ ପୁଣି ଆସେ
ପ୍ରଜାପତିଟିଏ ବଖାଣେ
ଦୁଃଖ କାହାଣୀ।
ସାମ୍ନା ପାହାଡରେ
କେବେ ପିକ ରାବେ
ମନେ ଉଠଇ ଉଜାଣି
କେବେ କୋଇଲିର କାକଳୀ
ତ କେବେ ମହୁମାଛି
କେବେ ବାର୍ତ୍ତା ଆଣେ
ଲାଲ୍ ଓଠେ ଶୁକବାଣୀ।
ଡ. ପ୍ରିୟମ୍ବଦା ସାମଲ