ଜୀବନ ଦୋଳି
*************
ସମୀର ସୌନ୍ଦର୍ଯ୍ୟ କାନ୍ତି ଗଗନ
ଦୁଇ ବୃକ୍ଷ ଡାଳେ ଦୋଳି ଝୁଲିଣ
ଦୋଳନ ଗତିରେ ହୁଏ ଦୃଶ୍ୟମାନ
ଆନନ୍ଦ ର ସୀମା ପାରେ ସେ ଜାଣ
ମନୁଷ୍ୟ ଜୀବନ ଝୁଲନ୍ତା ଦୋଳି
ଆଗକୁ ପଛକୁ ହୁଏ ସେ ଝୁଲି
ସୁଖ ର ଦୁଃଖ ର ଅନନ୍ତ ଧାର ରେ
ବିହିବ ସିଏ ଏ ଦୁନିଆ ବୁକୁରେ
ହସ କାନ୍ଦ ଭରା ଅଙ୍କ ଏ ଜୀବନ
କଷି ଜାଣିଲେ ସେ ବିତିବ ଦିନ
ଲୋଭ, ମାୟା,ହିଂସା ଅର୍ଗଳ ର ଫାସ
କର୍ଣ୍ଣଧାର ସାଜେ ଏ ଯୁଗ ମଣିଷ
ଭବିଷ୍ୟତ ର ଏ ଦୁଇ ବୃକ୍ଷ ରେ
ହସ କାନ୍ଦ ଭରା ଦୃଢ଼ ରସି ରେ
ସୁଖ ଦୁଃଖ ର ମଳୟ ସମୀରେ
ମଣିଷ ଜୀବନ ଏକ ଝୁଲନ୍ତା ଦୋଳି ରେ
—————————–
©ବିକ୍ରମ ବେହେରା™
ଲଣ୍ଡାଜୁଆଳି, ଆସ୍କା (ଗଞ୍ଜାମ )
ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର