April 30, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଶେଷ ଚିଠି – ସୌମ୍ୟ ରଞ୍ଜନ ମହାନ୍ତି

ଶେଷ ଚିଠି

 

*ପ୍ରିୟ ମାଧବ,*

*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ । ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*

*ଇତି…..*

ସେଦିନ ଚିଠିଟିକୁ ଯେତେବେଳେ ଲିଫାପାରେ ଗୁଡ଼ାଇ ପୋଷ୍ଟ ଅଫିସର ପୋଷ୍ଟବକ୍ସ ରେ ପକେଇ ଫେରୁଥାଏ ସେତେବେଳେ ମନେପଡିଯାଉଥାଏ ସେଇ ଗାଁ କଥା ଆଊ ମାଧବ କଥା। ଛୋଟ ବେଳୁ ଦୁହେଁ ଆମେ ଖୁବ୍ ଘନିଷ୍ଠ ବନ୍ଧୁ ବୋଲି କେବଳ ଆମ ଗାଁ ନୁହେଁ ପାଖ ଆଖ କେତୋଟି ଅଞ୍ଚଳ ରେ ମଧ୍ୟ ଆମ ଯୋଡିର ଚର୍ଚ୍ଚା। ସାଢେ଼ ତିନି ବର୍ଷର ହୋଇଥଲା ମାଧବ ଯେତେବେଳେ ମଉସା ଆରପାରିକୁ ଛାଡି ଚାଲିଗଲେ। ଧାରା ମାଉସୀ ବହୁ କଷ୍ଟରେ ପାଳିଛନ୍ତି ଗୋପାଳକୁ। ଆମ ଘରେ ବି ମୋ ଠୁ ବେଶୀ ମାଧବ ର ଆଦର। ମଉସାଙ୍କ ସବୁ ଗୁଣ ଗୋପାଳ ପାଖରେ। ବାପା କୁହନ୍ତି ଯେତେବେଳେ ବିଦେଶୀ ସେନା ଗାଁରେ ପଶି ଅତ୍ୟାଚାର କରୁଥିଲା ଏକା ବେଣୁ ମଉସା ତାଙ୍କୁ ତଡିବାକୁ ଅଣ୍ଟା ଭିଡ଼ିଥିଲେ। ଗାଁର ଯୁବକ ମାନଙ୍କୁ ନେଇ ଗଢିଥିଲେ ସଂଘ। କେବଳ ଆମ ଗାଁ ନୁହେଁ ପାଖ ଆଖ ଗାଁ ମାନଙ୍କ ରେ ମଧ୍ୟ ଦେଶପ୍ରେମ ର ବାର୍ତ୍ତା ବାଣ୍ଟୁ ଥିଲେ ବେଣୁ ମଉସା। କେତେବେଳେ ଡାକ ବଙ୍ଗଳା କୁ ଆସୁଥିବା ଅପ୍ସର୍ ମାନଙ୍କୁ ଜଙ୍ଗଲ ରାସ୍ତାରୁ ହିଁ ହୁଡ଼ାଇ ଦେଉଥିଲେ ତ କେତେବେଳେ ଅସଭ୍ୟ ଜମିଦାର ମାନଙ୍କ ବିରୋଧରେ ବିଦ୍ରୋହ କରୁଥିଲେ। ଦିନେ ସହରରୁ ଫେରିଲା ବେଳେ ଫିରିଙ୍ଗି ବାବୁଙ୍କ ଗୁଳି ରେ ପ୍ରାଣ ହରାଇଥିଲେ ବେଣୁ ମଉସା। ଆଜି ଗୋପାଳ ବି ତାଙ୍କ ରାସ୍ତାରେ। ସ୍କୁଲ୍ ରେ ସବୁଠୁ ଭଲ ପଢେ ଗୋପାଳ। ସବୁବର୍ଷ ଟପ୍ପର ରହି ଆସିଛି। କିନ୍ତୁ ଇଂରେଜ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆର୍ଥିକ ବୃତ୍ତି ଗ୍ରହଣ କରିନାହିଁ କେବେହେଲେ। ତାକୁ ଲାଗେ ଯିଏ ଜବରଦସ୍ତ ଆମ ଦେଶରେ ପଶି ଆମ ଧନ ଲୁଟ୍ କରୁଛି ତାଠୁ ମୁଁ କେମିତି ପଇସା ନେବି। ଆମେ ଦୁହେଁ ମିଳିତ ଭାବେ ସରକାରୀ ଚାକିରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲୁ କିନ୍ତୁ ସେ ଫିରିଙ୍ଗି ସରକାର ଅଧୀନରେ ଚାକିରୀ କରିବ ନାହିଁ ବୋଲି ଚାକିରୀ ରେ ଯୋଗ ଦେଲା ନାହିଁ। ମୁଁ କିନ୍ତୁ ପରିବାର ଚାପରେ ଯୋଗଦେଇଥିଲି। ମାଧବ ମନଦୁଃଖ କରିଥିଲା ସତ କୁନ୍ତୁ ଅଳ୍ପ ସମୟ ପରେ ତା ଅଭିମାନ ଉଭେଇ ଯାଇଥିଲା।

ଆଜକୁ ଚାରି ବର୍ଷ ହେବ, ଦପ୍ତର କୁ ଆସିବା ଦିନଠୁ ତା ସହ ମୋର ଭେଟ ହୋଇନି। କାହିଁ କେତେଥର ଚିଠି ଲେଖିଛି ହେଲେ ସେପଟୁ ପ୍ରତିଉତ୍ତର ନାହିଁ। କିନ୍ତୁ ତା ଦେଶ ପ୍ରେମ ଆଗରେ ମୋତେ ସବୁବେଳେ ନତମତସ୍କ ହେବାକୁ ପଡ଼େ। ଶୁଣେ ମୁଁ ବେଳେ ବେଳେ ଗୋପାଳ କାଳେ ସଂଘ ବନେଇକି ଗୋରାଙ୍କ ବିରୋଧ ରେ ଆନ୍ଦୋଳନ କରୁଛି। କିନ୍ତୁ ମୁଁ ତା ସହ ଭେଟ ପାଏନି କି ତା ସହ କଥା ହୋଇପାରିନି।

ଏତକ ଭାବୁ ଭାବୁ ଅଫିସ୍ ରେ ପହଞ୍ଚି ଗଲି। ସବୁଦିନ ଭଳି ଫାଇଲ୍ କାମ। ସାମ୍ନା ରେ ବସିଛନ୍ତି ଜ୍ଞାନ ମଉସା। କଣ ଗୋଟେ କାମରେ ଆସିଛନ୍ତି ବୋଧେ। ମୁଁ ଯାଇ ପ୍ରଣାମ କଲି ଆଊ ଚା’ ପିଆଇଲି। ମଉସା ଗାଁ ର ଜଣେ ମୁଖ୍ୟ ଲୋକ ଊଣା ଅଧେ ପାଠ ପଢିଛନ୍ତି ବୋଲି ଗାଁ ଲୋକ ତାଙ୍କ କଥାକୁ ଗୁରୁତ୍ବ ଦିଅନ୍ତି। ମୁଁ ଆଊ ଗୋପାଳ ବି ତାଙ୍କ ଠୁ ଜାଣୁ କେବେ କେତେବେଳେ ଦେଶରେ କଣ ଚାଲୁଛି। କାରଣ ସେଇ ଏକା ଲୋକ ଯାହାଙ୍କ ଘରକୁ ଖବରକାଗଜ ଆସେ। ଆଜି ମୋତେ ଦେଖି ମଉସା ବହୁତ ଖୁସୀ ହେଲେ। ମଉସା ଯାଉ ଯାଉ ମୁଁ ମାଧବ କଥା ପଚାରି ଦେଲି। ମଉସା ଟିକେ ଦୁଃଖ ରେ କହିଲେ ଦୁଇ ବର୍ଷ ତଳେ ଜମିଦାର ମାନଙ୍କ ବିରୋଧ ରେ ଆନ୍ଦୋଳନ କରୁଥିଲା ମାଧବ ପୋଲିସ୍ ଗୁଳି ରେ……। ଏତକ କହି ମଉସା ସିନା ଚାଲିଗଲେ ହେଲେ ମୋ ଚାରିଆଡ ର ପୃଥିବୀ ଯେମିତି ଅନ୍ଧାର ହୋଇଗଲା। ମୁଁ କଣ କରିବି କିଛି ଜାଣିପାରୁନଥିବାବେଳେ , ମୋ ହାତ ଦୁଇଟି ଯୋଡ଼ି ହୋଇଗଲା ନମସ୍କାର ମୁଦ୍ରାରେ, ଆଊ ଆଖିର ଲୁହ କହୁଥାଏ ଧନ୍ୟ ତୁ ମାଧବ ଧନ୍ୟ ତୋ ଦେଶ ପ୍ରେମ। ଭାବୁଥାଏ ଦେଇଥିବା ଶେଷ ଚିଠି ଯେଉଁଠି ବି ପହଞ୍ଚୁ କିନ୍ତୁ ଗୋପାଳ ନିଶ୍ଚୟ ପଢ଼ିବ… ନିଶ୍ଚୟ ପଢ଼ିବ।

 

ସୌମ୍ୟ ରଞ୍ଜନ ମହାନ୍ତି

ଜଗତସିଂହପୁର, ଓଡ଼ିଶା

Loading

Leave a Reply

Your email address will not be published. Required fields are marked *