ମାତୃତ୍ଵ ବୁଝା ମଦନ
ମଦନ ର ଚାକିରି ଏବେ ନବରଙ୍ଗପୁର ରେ। ମାଁ ଙ୍କୁ ଛାଡି ଏବେ ପରିବାର ସହ ନବରଙ୍ଗପୁର ଯିବ ସେ। ସକାଳ ବସ ରେ ବାହାରି ଗଲେ । ମାଁ କୁ ଏକୁଟିଆ ଛାଡି ଚାଲିଗଲେ ଘରବାଡ଼ି ସବୁ ସଅଁପି। ମାଁ ର ଯତ୍ନ ନେବାକୁ କେହି ନାହାନ୍ତି ଘରେ। ମଦନ ନିଜ କର୍ମମୟ ଜୀବନ ରେ ଏତେ ଲିପ୍ତ ରହିଗଲେ ଜେ ଏଇ ଦୁଇ ମାସ ରେ ଥରେ ବି ଗାଁ କୁ ଯିବାକୁ ଫୁରୁସତ୍ ମିଳିଲାନି। ମା ବିଚାରି ସିଆଡେ କେମିତି ଥିବ ତାର ଟିକେ ନିଘା ନାହିଁ। କୋଉ ଏକ ସରକାରୀ ଛୁଟି ପାଇଁ ସପ୍ତାହେ ଛୁଟି ରହିବ ବୋଲି ସରକାର ଙ୍କ ଘୋଷଣା ଶୁଣିଲା ସେ ।ଏଇ ଛୁଟି ରେ ପରିବାର ସହ ଭୁବନେଶ୍ୱର ଯିବାକୁ ଜିଦ୍ ଧରିଛନ୍ତି ତାଙ୍କ ସ୍ତ୍ରୀ ସୁମିତ୍ରା। ଏଇ କଥା କୁ ଅବମାନନା ନ କରି ସେ ହାଲକା ହାଲକା କଣ୍ଠ ରେ କହି ଦେଇଥିଲେ ହଁ ବୋଲି। ଏହା ପରେ ଦୁହେଁ ଶୋଇବାକୁ ଚାଲିଗଲେ।
ସକାଳୁ ସକାଳୁ ମଦନ ଚା ଫୁ ଫୁ କରି ହାତରେ ଖବର କାଗଜ ଏକ ଲକ୍ଷ୍ୟ ରେ । ଫର୍ଚା ପାଗ ଶୀତ ସକାଳ ର। ଦେଶର ଭଲ ଖରାପ ଖବର ସବୁ କୁ ଚା ଧୂଆଁ ପରି ଉଡେଇ ଦେଉଥିଲେ ଫୁଙ୍କି ଫୁଙ୍କି । ତାଙ୍କର ଟିକେ ହେଲେ ଖାତିର ନାହିଁ ସେ ଖବର ମାନଙ୍କର। ଏମିତି ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାଇଲା ପରେ ଏକ ଗଳ୍ପ ଟେ ଉପରେ ନଜର ପଡ଼ି ଗଲା । ତାକୁ ପଢିଲା ପରି କେତେ ଟା ଅକ୍ଷର କୁ ପଢ଼ି ସେ ଏତେ ମୁଗ୍ଧ ହେଇ ଗଲେ ଯେ ସବୁ କୁ ପଢିବାକୁ ମନ ଇଛା ପ୍ରକାଶ କଲା। ସେ ଗଳ୍ପ ଏମିତି ଏକ ରହସ୍ୟମୟ ଭିତର କୁ ଟାଣି ନେଲା ଯେ ସେ ସବୁ ସତରେ ମାଁ ଙ୍କ ଘଟଣା ପରି ଅନୁଭବ ହେଲା। ମାଁ ତାଙ୍କୁ ନିଜ ଜୀବନ ବିଷୟ ରେ କହି ଥିବା କଥା ସବୁ ଜୀବନ୍ତ ହେଇ ଆଖି ଆଗରେ ଦୃଶ୍ୟମାନ ହେଇ ନାଚି ଉଠୁଥିଲା।ମଦନ ସେ ସବୁ ମନେ ପକେଇବାକୁ ଲାଗିଲେ।
*ମାଁ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷ ଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମାଁ ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ । ମାଁ ଦୂରବର୍ତ୍ତୀ ନିଜ ପୁରୁଣା ରୂପାମୁଦ୍ରା ଟିଏ ବାହାର କରି ମହାପୁରୁଷ ଙ୍କୁ ଭେଟିବାକୁ ଯାଇ ଦେଖିଲା ବେଳକୁ ସେ କୋଡ଼ିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମାଁ ମୋର୍ ପୁଣି ବାଟ ଚାଲିଲେ ।ବାଟ ରେ ନଈ । ନଇ ରେ ବନ୍ୟା । ନାଆ ର ଦେଖା ନାହିଁ। ମାଁ ସ୍ରୋତ ସହ ଯୁଝି ନଈ ପାର ହେଲେ । କିନ୍ତୁ ଗନ୍ତବ୍ୟ ସ୍ଥାନ ରେ ପହଞ୍ଚି ଶୁଣିଲେ ମହାପୁରୁଷ ସେ ଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏଇ ଗ୍ରାମ କୁ ପ୍ରସ୍ଥାନ କରିଥିଲେ । ମାଁ ମୋର୍ ପୁଣି ବାଟ ଚାଲିଲେ । ଅବଶୋଷ ରେ ମହାପୁରୁଷ ଙ୍କୁ ଭେଟି,ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଆନସ୍ଥ ହେଲେ ଏବଂ ମାଁ ଙ୍କୁ ସନ୍ତାନ ପ୍ରାପ୍ତି ର ବର୍ ପ୍ରଦାନ କଲେ । ଫଳରେ ମୁଁ ଜନ୍ମ ନେଇ ଥିଲି।*
ମଦନ ଆଖିରେ ଲୁହ ଆସିଗଲା , ମାଁ ଙ୍କୁ ଛାଡି ଆସି ଏଠି ନବରଙ୍ଗପୁର ରେ ନିଜ ସ୍ତ୍ରୀ ପିଲା ଙ୍କ ସହ ରୁହନ୍ତି ସେ। ସେ କାହାଣୀ ରେ ଏତେ ଶକ୍ତି ଥିଲା ଯେ ମଦନ ନିଜ ଭୁଲ କୁ ବୁଝି ତାର ଆଖି ଖୋଲି ଗଲା। ଏବେ ମନ ବଦଳାଇ ମାଁ ପାଖକୁ ଯିବାକୁ ସନ୍ଧ୍ୟା ବସ ରେ ଟିକେଟ କଲେ। ମନେ ପଡିଗଲା ସ୍ତ୍ରୀ ଭୁବନେଶ୍ୱର ଯିବା କଥା । ସେ ସବୁ ଭୁଲି ସନ୍ଧ୍ୟା ବସ କୁ ଅପେକ୍ଷା କରିଥିଲେ । ବ୍ୟାଗ୍ ରେ ସାର୍ଟ ପ୍ୟାଣ୍ଟ୍ ରଖିବା ଦେଖି ଆଶ୍ଚର୍ଯ୍ୟ ହେଲେନି ତା ସ୍ତ୍ରୀ। ସମୟ ପାଖାପାଖି ଅପରାହ୍ନ ୪:୩୦ । ବ୍ୟାଗ୍ ଧରି ବାହାରି ଗଲା ମଦନ। ଏହା ଦେଖି ତା ସ୍ତ୍ରୀ ପଚାରି ଦେଲେ “କୁଆଡେ ବାହାରିଛ..?
ମଦନ ଉତ୍ତର ଦେଲା:ଗାଁ କୁ ଯାଉଛି, ମାଁ ବିଚାରି ସେଇଠି କେତେ ଅସୁବିଧା ରେ ରହୁଥିବ ତା କଥା କେବେ ଭାବିଛ। ମୁଁ ମାଁ ପାଖକୁ ଯାଉଛି।
ସୁମିତ୍ରା: ହେଲେ ଭୁବନେଶ୍ୱର ଯିବା କଥା।
ମଦନ :ଯିବା କେବେ ଗୋଟେ ଯିବା(ରାଗ ରେ) । ଆଗ ମାଁ ପାଖକୁ ଯାଏ । ସେ କେମିତି ଥିବ। ମତେ କେତେ କଷ୍ଟେ ପାଳି ପୋଷି ବଡ କରିଛି। ତା କୁ ଏକା ଛାଡ଼ି ଚାଲି ଆସିଛୁ ।କେମିତି କରୁଥିବ ବିଚାରି। ମୁଁ ଯାଉଛି। ବ୍ୟାଗ୍ କୁ କାନ୍ଧ ରେ ପକେଇ ବାହାରକୁ ଚାଲି ଗଲା ମଦନ ବସ ବସିବାକୁ । ମା ଆଉ ସନ୍ତାନ ମଧ୍ୟରେ ଦୂରତା କୁ ଧକ୍କା ଦେଇ ବସ ଆଗକୁ ବଢିଲା ଆଉ ମଦନ ଆଖି ଆଗରେ ନାଚି ଉଠିଲା ମାଁ ର ସେଇ ଅପେକ୍ଷାରେ ଭିଜି ଯାଇଥିବା ଶୁଷ୍କ ଆଖି ଦୁଇଟି..!
ଦୀପକ ଗୋପାଳ
( ନବରଙ୍ଗପୁର)
ଚନ୍ଦାହାଣ୍ଡି