ସାମାଜିକ ପରିବର୍ତ୍ତନ
(ବାହ୍ୟ ଅନୁଶୀଳନ)
*******************************
ଦୁନିଆ କେତେ ବଦଳିଛି ସତେ………..!
ଶେଷ ଶତାବ୍ଦୀ ର ପୃଷ୍ଠା କୁ ଅଵଲୋକନ କଲେ ସ୍ପଷ୍ଟ ଦେଖି ହୁଏ …………..
ସଫଳତାର ବିଜୟ ବୈଜୟନ୍ତି କୁ…..
ଆଜି ଚିଠି ବାଟବଣା ହେବାର ଭୟ ନାହିଁ….
ଆପଣାର ମୁଂହ ସବୁ ହାତ ପାଖରେ ମିଳିଯାଆନ୍ତି….
କୁମ୍ଭାରପୁର ରୁ କଲମ୍ବିଆ……
କେଇ କ୍ଷଣ ରେ ଭାବ ଦିଆନିଆ….
ଏସବୁ ଭିତରେ ବି କଥା ଆସେ ଅନୁଶୀଳନ ର……
କଣ ଚାହାନ୍ତି ଆମେ……..?
ଧ୍ୱସ୍ଥ ସାମାଜିକ ବ୍ୟବସ୍ଥା ପ୍ରସ୍ତୁତକାରୀ ଯନ୍ତ୍ରୀ ଭଳି ପ୍ରତୀତ ହୁଏ…….
ବୌଦ୍ଧିକ ଚେତନା କୁ ବିସର୍ଜନ କରି….
ଏକ ନୂତନ ସମାଜ ଗଠନ କରିବାରେ କଣ ବା ସୁଫଳ ଅଛି?
ପାଶ୍ଚାତ୍ୟ ଅନୁକରଣୀୟ କିନ୍ତୁ…..
ତାହା ନିଜ ମୌଳିକତା କୁ ବଳି ଦେଇ ନୁହଁ…
ଆମେ ଭୁଲିଯାଇଛେ …..ନିଜ ଅସ୍ମିତା କୁ…
ଭୁଲିଯାଇଛେ ନିଜ ମର୍ଯ୍ୟାଦା କୁ…..
ସ୍ୱର ଉଠେ ମନୁବାଦୀ ପୁରୁଷ ଜାତିଟା…
ନାରୀ ପ୍ରଗତି କୁ ସହ୍ୟ କରିପାରେନି…..
କଥା ତାହା ନୁହଁ…..
ଆର୍ଯ୍ୟାବତ୍ତ ନାରୀଟିଏ …..ବିଶ୍ୱ ବନ୍ଦନୀୟା
ଦୁନିଆ ତା’କୁ ଦେବୀ ଟିଏ ମାନି ପୂଜା କରେ…..
ତେଣୁ କଥା ଆସେ ନଗ୍ନତାର…..
ପରିଚିତ ହେବା ପାଇଁ କଣ ଇଏ ଗୋଟିଏ ମାଧ୍ୟମ?
ଆମ ସଂସ୍କୃତି…..ଆମ ପରମ୍ପରା କୁ ପ୍ରଚାର କରି….
ବିଶ୍ୱ ପରିଚୟ ହାସଲ କରିହେବନି କି?
କଥା କେବଳ ସେମାନଙ୍କର ନୁହଁ…….
ଆମର ବି ଭୁଲ ଅଛି…….
ବାପା ବୟସ ର ବାପା ଟିଏ…..
ଭାଇ ବୟସ ର ଭାଇ ଟିଏ
ଯେତେବେଳେ ଭୁଲିଯାଆନ୍ତି….ନିଜ ଚରିତ୍ର ର ମର୍ମ……..
ସେତେବେଳେ ସମାଜ ଠୁଁ କଣ ବା ଅଧିକ ଆଶା କରିବା?
ଉପସଂହାର ଉପସ୍ଥାପନ କରିବାର ବେଳ ଇଏ……
ଏତିକି ରେ ଥାଉ ଏହି ଧାରା…….
ନିଜସ୍ୱ ପ୍ରୟାସ ହେଉ…..
ଭିନ୍ନ ଭାବ ଉତ୍ତରଣ ର……….
କୁମାର ସୋନୁ
ଗଞ୍ଜାମ