ଇଣ୍ଟରନେଟ୍ ଦୁନିଆ
●●●●●●●●●●●●
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ଦ୍ରୁତ ବେଗରେ ପୁଣି ବଦଳୁଛି ଏଠି ଜମାନା
ଭବିଷ୍ୟତ କଥା କରି ହୁଏନି ଏଠି କଳନା
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ଏଠି ବଞ୍ଚିବାକୁ ଲୋଡା ହୁଏ ନାହିଁ କିଛି ବାୟୁ
ଇଣ୍ଟରନେଟ୍ ବିନା ତୋ ଚାଲିଯାଏ ସତେ ଆୟୁ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ମୋବାଇଲ ଏଠି ବହୁ ସମୟ ନଷ୍ଟ କଲାଣି
ଏଥି ଯୋଗୁ ଭାରତ ଯେ ଚତୁର୍ଥ ସ୍ଥାନ ନେଲାଣି
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ଯୋଗାଯୋଗର ଏବେ ନୂତନ ବ୍ୟବସ୍ଥା ହୋଇଛି
ମାନବିକତା ଆଜି ସତରେ ଦୂରେଇ ଯାଇଛି
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ନେଟ୍ ହୋଇଯାଇଛି ଯେ ସଭିଁଙ୍କ ଆବଶ୍ୟକତା
ପ୍ରତି କାମ ପାଇଁ ଲୋଡୁଛୁ ଆମେ ତା’ ସହାୟତା
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ଏଠି କାହାକୁ ମିଳୁଛି କେତେକିଛି ଉପକାର
ପୁଣି କାହାକୁ ମିଳଇ ଢେର୍ ସାରା ଅପକାର
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ