ନୀରବ
ଜୀବନ ଟା ଠିକ୍ ଗୋଟେ ବୃତ୍ତ ପରି
ଅନେକ ବିନ୍ଦୁର ସମାହାର,,,,
ହେଲେ କେଜାଣି କାହିଁକି
ଏ ଫେସବୁକ ଇମୋ ହ୍ୱାଟସ୍ଆପ ପରି
ସୋସିଆଲ ମିଡିଆ ସବୁ ଅନ୍ତର୍ବିନ୍ଦୁ ହେଲା ପରେ
ପରିଧିସ୍ଥ ଆପଣାର ବିନ୍ଦୁ ଠାରୁ
ମୁଁ ନିଜକୁ ଦୂରେଇ ଦେଲି ଆପେ ଆପେ!!!
ହେଲେ ଏଇ କଣ ମୋ ଖୁସିର ବାସ୍ତବତା!!!
ନାଁ ବୋଲି ଉତ୍ତର ପାଇଲି ସେବେ,,,,
ଯେବେ ଏ ମାଧ୍ୟମରେ ଚିହ୍ନା ସାଜିଥିବା
ଅତି ଅଚିହ୍ନା ମଣିଷ ଟି
ମୋ ବିଶ୍ୱାସ ଭରଷା ଭଲପାଇବାକୁ ଢାଲ କରି
ମୋ ଜୀବନ ଯୁଦ୍ଧରେ
ନିଷ୍ଫଳ ହେବାର କାରଣ ବନିଗଲା!!!
ଆଉ ସବୁବେଳେ ପ୍ରଶ୍ନର ଉତ୍ତର ଖୋଜୁଥିବା ମୁଁ
ନିରବୀ ଗଲାସବୁଦିନ ପାଇଁ,,,,।
ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା,କଟକ,ବାଙ୍କୀ